Advertisement
Photo Details/zeeodisha/odisha2469319
photoDetails0hindi

Today Horoscope: ଦୂରଯାତ୍ରା ବେଳେ ସତର୍କ ରୁହନ୍ତୁ ଏହିସବୁ ରାଶି! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

Horoscope Today 12 October 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଅକ୍ଟୋବର ୧୨ ହେଉଛି ଶନିବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

1/12

ମେଷ: ଆଜିର ଦିନଟି ଅନୁକୂଳ ରହିବ। ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତିହେବା। ଧାର-କରଜ ଓ ଋଣରୁ ମୁକ୍ତି ମିଳିବ। ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହ ସୃଷ୍ଟି ହେବ। ପାରିବାରିକ ସମସ୍ୟାକୁ ସମାଧାନ କରି ଅଧିକ ଭାଗ୍ୟବାଦି ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ । ଗୃହୋପକରଣ କ୍ରୟ କରିବା ପାଇଁ ମନ ବଲେଇବେ । ଦେହ ଓ ମନ ଭଲ ରହିବ। 

ALSO READ: Weekly Special Horoscope: ଏହିସବୁ ରାଶିଙ୍କ ପାଇଁ ନୂଆ ସପ୍ତାହରେ ବଢିବ ଅଡୁଆ, କର୍ମକ୍ଷେତ୍ରରେ ଦେଖାଦେବ ବିବାଦ, ବ୍ୟବସାୟରେ ହେବ କ୍ଷତି!

ALSO READ: Career Horoscope: ଅକ୍ଟୋବର ୧୨ରେ ଉଦୟ ହେବ ୫ ରାଶିଙ୍କ ଭାଗ୍ୟ! ଶନିଦେବଙ୍କ କୃପାରୁ ପାଇବେ ଅପାର ଲାଭ!

 

2/12

ବୃଷ: ଆଜି ଦିନଟି ବେଶ୍ ମଙ୍ଗଳମୟ ରହିବ। ଶତୃମାନେ ମୁଣ୍ଡ ନୂଆଇଁବେ। ଯାହାର ବେଶି ଉପକାର କରିଥିବେ ତାହାଦ୍ୱାରା ବେଶି ଆଘାତ ପାଇବେ । ବହୁତ ଦିନରୁ ରଖିଥିବା ଧନ ଭିନ୍ନ ବାଟରେ ଖର୍ଚ୍ଚ ହୋଇବ।  ସ୍ଥାନାନ୍ତରର ସୂଚନା ପାଇ ପାରନ୍ତି ।ଗାଡି ଚାଳନା ଓ ଦୂରଯାତ୍ରା ବେଳେ ସତର୍କତା ଅବଲମ୍ବନ କରନ୍ତୁ। 

 

3/12

ମିଥୁନ: ଆଜି ବ୍ୟବସାୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବ। ନିଜ ପିଲାମାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇ ମନ ଆନନ୍ଦିତ ରହିବ। ରାଜନୈତିକ ଜୀବନ ଝଡଝଞ୍ଜାମୟ ହେବାର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟ ପାଇଁ ସତର୍କ ରହିବା ଉଚିତ୍। ଇର୍ଷାପରାୟଣ ବ୍ୟକ୍ତିମାନେ କଟୁ ବଚନ ଶୁଣେଇବେ। ଗୃହୋପକରଣ କ୍ରୟ କରିବେ। 

4/12

କର୍କଟ:  ଆଜିର ଦିନଟି ବେଶ୍ ଶୁଭ ରହିବ।  ବ୍ୟବସାୟରେ ସଫଳତା ଅର୍ଜନ କରିବେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ ।  ବାଦବିବାଦ, ମାଲିମୋକଦ୍ଦମା, ଖେଳକୁଦ, ପ୍ରତିଯୋଗିତାରେ ପ୍ରଶଂସା ପାଇବେ। ରାଜନୀତିରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ନିଜ କାମକୁ ନେଇ   ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବ।  ପାରିବାରିକ ଜୀବନ ସୁଖମୟ ହେବ। 

5/12

ସିଂହ:  ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ପୁରୁଣା ବିନିଯୋଗରୁ ଲାଭ ମିଳିବ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବା ସହ  ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ସମାଜରେ  ମାନସମ୍ମାନ ପ୍ରତିଷ୍ଠା ମିଳିବ।  ଦୂରଯାତ୍ରାର ସୁଯୋଗ ମିଳିବ। ଛାତ୍ରଛାତ୍ରୀମାନେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବା ଫଳରେ ପ୍ରଶଂସିତ ହେବେ । ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି ସେମାନଙ୍କୁ ଭଲ ଚାକିରି ମିଳିବ। 

6/12

କନ୍ୟା :  ଆଜି ସମୟ ପ୍ରାୟତଃ ଅନୁକୂଳ ରହିବ । ପରିବାରରେ ଆଦରଣୀୟ ହୋଇ ସୁଖଭୋଗ କରିବେ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ଆଗ୍ରହ ବଢିବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ରାଜନୀତି, ପ୍ରଶାସନ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ । ଆର୍ଥିକକ୍ଷେତ୍ରରେ ସ୍ୱଚ୍ଛଳତା ଦେଖାଦେବା ଫଳରେ ମାନସିକ ଚିନ୍ତାଦୂର ହୋଇଯିବ ।

 

7/12

ତୁଳା:  ଚାକିରିଆଙ୍କ ପାଇଁ ଦିନଟି ଖୁବ୍ ଖାସ୍ ରହିବ।  ଘରୋଇ ସଂସ୍ଥାରେ କର୍ମରତ ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ । ପଦୋନ୍ନତି ପାଇବାର ସମ୍ଭାବନା ରହିଛି। ଦିର୍ଘ ଦିନ ଧରି ଲାଗିଥିବା ପାରିବାରିକ ଅଶାନ୍ତି ଦୂର ହେବ। ପାରିବାରିକ ଜୀବନ ସୁଖମୟ ହେବ। ଦୂରଯାତ୍ରାରୁ ନିବୃତ୍ତ ରହିବା ଭଲ। ଗାଡି଼ ଚାଳନା ବେଳେ ସତର୍କତା ଅବଲମ୍ବନ କରନ୍ତୁ। 

 

8/12

ବିଛା : ଆଇନ ଅଦାଲତ କ୍ଷେତ୍ରରେ ବିଜୟୀ ହେବେ । ପାରିଶ୍ରମିକ ତୁଳନାରେ ଅଧିକ ଶ୍ରମ କରିବେ । ପାରିବାରିକ ସମସ୍ୟାକୁ ସମାଧାନ କରି ପରିବାରରେ ପ୍ରୀତିଭାଜନ ହେବେ । ଗୃହୋପକରଣ କ୍ରୟ କରିବା ପାଇଁ ମନ ବଳେଇ ପାରନ୍ତି । ଆଧ୍ୟାତ୍ମକ ଭାବଧାରାରେ ଉଦ୍ବୁଦ୍ଧ ହୋଇ ସତ୍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳିବ ।

 

9/12

ଧନୁ : ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ପ୍ରତ୍ୟେକ କାର୍ଯ୍ୟକୁ ଆତ୍ମବିଶ୍ଵାସ ଏବଂ ଦୃଢ ମନୋବଳର ସହିତ କରନ୍ତୁ, ନିଶ୍ଚିତ ସଫଳତା ମିଳିବ। ପୈତୃକ ସଂପତ୍ତିରୁ ଲାଭ ପାଇବେ। ବିଦ୍ୟାର୍ଥୀମାନେ ନିଜର ପଢ଼ାରେ ଭଲ ପ୍ରଦର୍ଶନ କରିବେ । ଖେଳକୁଦ ଏବଂ କଳା କ୍ଷେତ୍ରରେ କଳାକାରମାନଙ୍କୁ ନିଜର ପ୍ରତିଭା ଦର୍ଶାଇବାପାଇଁ ମୌକା ମିଳିବ । ସନ୍ତାନମାନଙ୍କ କାମରେ ଖର୍ଚ୍ଚ ହୋଇପାରେ । ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। 

 

10/12

ମକର: ଆଜି ନୂଆ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଦିନଟି ଶିଭ ରହିବ। ଚାକିରିଆ ଲୋକଙ୍କୁ ଉଚ୍ଚ ପଦାଧିକାରିମାନଙ୍କ ତରଫରୁ  ପରିଶ୍ରମର ଭଲ ଫଳ ମିଳିବ । ଭାଇ ଓ ଭଉଣୀମାନଙ୍କ ତଥା ମିତ୍ରମାନଙ୍କ ସହିତ ଆନନ୍ଦପୂର୍ବକ ସମୟ କଟିବ । ଭାଗ୍ୟବୃଦ୍ଧି ହେବ । ଅନ୍ଧଭଳି ନିଜ ବ୍ୟବସାୟୀ ପାର୍ଟନରଙ୍କ ଉପରେ ବିଶ୍ବାସ କରନ୍ତୁ ନାହିଁ।  ଆପଣ ସତର୍କ ରୁହନ୍ତୁ । ପୁରୁଣା ବିନିଯୋଗରୁ ଲାଭ ପାଇବେ। 

11/12

କୁମ୍ଭ: ଆଜି ଆପଣଙ୍କ ଅହଙ୍କାର କାରଣରୁ ଝଗଡ଼ା ହେବାର ଆଶଙ୍କା ରହିଛି। ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ମାନସିକ ଚିନ୍ତା ଲାଗି ରହିବ। ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ନଚେତ୍ ହେବାକୁ ଥିବା କାର୍ଯ୍ୟ ବିଗିଡିପାରେ। ନିଜ ବନ୍ଧୁମାନଙ୍କ ସହିତ ମନମାଳିନ୍ୟ ନ ହେଉ, ଏହାର ଧ୍ୟାନ ରଖିବେ । ଆକସ୍ମିକ ଧନ ଖର୍ଚ୍ଚ ହୋଇପାରେ । ଧାର୍ମିକ କାର୍ଯ୍ୟଗୁଡ଼ିକରେ ଭାଗ ନେବାର ଅବସର ଆସିବ ।

12/12
  ମୀନ: ମୀନ ରାଶିର ଲୋକେ ଆଜି ସତର୍କତାର ସହ ଚଳିବାକୁ ପଡିବ।  ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ। ଅଚାନକ ଧନ ଖର୍ଚ୍ଚ ହୋଇପାରେ। ଚିକିତ୍ସାରେ ଖର୍ଚ୍ଚ ହେବାର ଆଶଂକା ଅଛି। ବ୍ୟାପାରରେ ଭାଗିଦାରୀମାନଙ୍କ ସହିତ ଆନ୍ତରିକ ମତଭେଦ ହୋଇପାରେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ସାହିତ୍ୟ ଏବଂ କଳା କ୍ଷେତ୍ରରେ କିଛି ନୂଆ ସୃଜନ କରିବାର ପ୍ରେରଣା ମିଳିବ।