Advertisement
Photo Details/zeeodisha/odisha2475640
photoDetails0hindi

Today Horoscope: କାହା ପାଇଁ ଶୁଭ ତ କାହା ପାଇଁ ଅଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

Horoscope Today 17 October 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଅକ୍ଟୋବର ୧୭ ହେଉଛି ଗୁରୁବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

1/12

ମେଷ: ଆଜି ଆପଣଙ୍କୁ ପୂରା ଦିନ ସତର୍କତାର ସହ ଚଳିବାକୁ ପଡିବ। ଅର୍ଥହାନୀ ହେବାର ସମ୍ଭାବନା ରହିଛି। ପୁରୁଣା ନିବେଶ କ୍ଷତି ଦେଇପାରେ । କର୍ମକ୍ଷେତ୍ରରେ ଦାୟିତ୍ଵ ବଢିବ । ପରିବାରରେ ପ୍ରେମ ବଢିବ । ନିଜର ନିବେଶ ଓ ଭବିଷ୍ୟତ ଯୋଜନାକୁ ଗୁପ୍ତ ରଖନ୍ତୁ । କିଛି ଖବର ପୁରା ପରିବାରରେ ଖୁସି ଭରି ଦେବ । ଦୁଷ୍ଟ ପ୍ରକୃତିର ଲୋକଙ୍କ ସହିତ ଦୂରେଇ ରୁହନ୍ତୁ। ସନ୍ଧ୍ୟା ସମୟରେ କୌଣସି ଦୁଖଦ ଖବର ମିଳିପାରେ । ଆୟ ବ୍ୟୟ ସମାନ ରହିବ। ଛାତ୍ରଛାତ୍ରୀମାନେ ଅଧିକ ପରିଶ୍ରମ କରନ୍ତୁ। ଭଲ ଫଳ ପାଇବେ। 

ALSO READ: Surya Budh Yuti 2024: ସୂର୍ଯ୍ୟ-ବୁଧଙ୍କ କୃପାରୁ କୋଟିପତି ହେବେ ଏହି ୫ ରାଶି, ଆସନ୍ତାକାଲିଠୁ ଆରମ୍ଭ ହେବ ଶୁଭ ସମୟ!

2/12

ବୃଷ:  ଆଜି ଦିନରେ ପରିଶ୍ରମର ପୂରା ଲାଭ ମିଳିବ । ଅନ୍ୟର ବ୍ୟକ୍ତିଙ୍କ ଝଗଡ଼ାରେ ପଡନ୍ତୁ ନାହିଁ । ନଚେତ୍ ଅଯଥାରେ ସମସ୍ୟାରେ ପଡିବେ।  କୌଣସି ଘନିଷ୍ଠ ବ୍ୟକ୍ତି ସହ ବିବାଦ ହୋଇପାରେ । ପ୍ରେମ ଜୀବନ ଅନୁକୂଳତା ରହିବ । ବ୍ୟବସାୟରେ ଲାଭ ମିଳିବ। ସୁସ୍ଥ ରହିବା ପାଇଁ ବ୍ୟାୟମ କରନ୍ତୁ । ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହେବ। 

3/12
ମିଥୁନ: ଆଜିର ଦିନରେ ଆପଣ ମିଶ୍ରିତ ଫଳ ପାଇବେ। ଲାଗି ରହିଥିବା ଆର୍ଥିକ ସମସ୍ୟା ଦୂର ହେବ।  ଆପଣଙ୍କୁ ଖୁସି କରିବା ପାଇଁ ଘରର ସଦସ୍ୟ ଓ ବନ୍ଧୁମାନେ ପୁରା ଚେଷ୍ଟା କରିବେ । କୌଣସି ସମ୍ପର୍କୀୟ ବ୍ୟକ୍ତିଙ୍କ ସହ ସମ୍ବନ୍ଧ ଖରାପ ହୋଇପାରେ । ଖାଦ୍ୟପାନରେ ନିୟନ୍ତ୍ରଣ ରଖନ୍ତୁ । ନଚେତ୍ ଅସୁସ୍ଥ ହୋଇପାରନ୍ତି। ସନ୍ତାନର ଶିକ୍ଷା ଓ ବିବାହକୁ ନେଇ ଚିନ୍ତା ରହିବ । ଶତ୍ରୁ ଠାରୁ ସାବଧାନ ରୁହନ୍ତୁ । ବେରୋଜଗାରିମାନେ ଆଜି ନୂଆ ଚାକିରି ଅଫର ପାଇବେ।  ପ୍ରେମୀମାନଙ୍କ ଲାଗି ପୂରା ଦିନ ଉତ୍ସାହରେ ପରିପୂର୍ଣ ରହିବେ ।

4/12

କର୍କଟ:  ଆଜି ଆପଣଙ୍କ ଦିନ ଲାଭଦାୟକ ପ୍ରମାଣିତ ହେବ । ଦେହ ଓ ମନ ଭଲ ରହିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ହୋଇପାରେ । ସମ୍ପତ୍ତି ମାମଲାରେ ବିବାଦ ସମାଧାନ ହେବ ।  ଦାମ୍ପତ୍ୟ ଜୀବନରେ ସୁଖ ପ୍ରାପ୍ତି ହେବ । ଶତ୍ରୁକୁ ହାନି ପହଞ୍ଚାଇ ପାରନ୍ତି । ବ୍ୟବସାୟୀମାନେ କୌଣସି ବଡ଼ ଡିଲ୍ ଫାଇନାଲ୍ କରିବାରେ ସଫଳ ହେବେ। 

5/12
ସିଂହ: ଆଜିର ଦିନରେ ଆପଣ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ଦିର୍ଘ ଦିନ ଧରି ଲାଗି ରହିଥିବା ଆର୍ଥିକ ସଙ୍କଟରୁ ମୁକ୍ତି ମିଳିବ । ପୁରୁଣା ବିବାଦକୁ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ସନ୍ତାନ ତରଫରୁ ଖୁସି ଖବର ପାଇବେ। ସନ୍ଧ୍ୟା ସମୟରେ ନିଜର ସାଥୀଙ୍କ ସହ ଡେଟ୍ ରେ ଯାଇପାରନ୍ତି। କୌଣସି କଥାର ଭୟ ଆପଣଙ୍କୁ ବ୍ୟଥିତ କରିବ। ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିବ। ବାକି ପଡିଥିବା ଅର୍ଥ ମିଳିବ। କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟିକ ଯାତ୍ରା କ୍ୟାନସେଲ ହୋଇଯିବ । ନିଜର ବନ୍ଧୁ ଉପରେ ଅଧିକ ବିଶ୍ଵାସ କରନ୍ତୁ ନାହିଁ । ନଚେତ୍ ପସ୍ତେଇବେ। 

6/12
  କନ୍ୟା:  ଆଜିର ଦିନ ଆପଣଙ୍କ ପାଇଁ ଶୁଭ ରହିବ। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁ-ପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପୁରୁଣା ବନ୍ଧୁଙ୍କୁ ଭେଟି ପାରନ୍ତି। ସାଧାରଣ କଥାକୁ କେନ୍ଦ୍ର କରି ପରିବାରରେ ବିବାଦ ଦେଖାଦେବ। ଫଳରେ ମନ ଭାରାକ୍ରାନ୍ତ ରହିବ। ମହିଳାମାନଙ୍କ ସାହାସ ଧୈର୍ଯ୍ୟ ସେମାନଙ୍କୁ ବିପଦ ମୁକ୍ତ କରାଇବ। ସ୍ବାସ୍ଥ୍ୟ ଭଲ ରହିବ। 

7/12
  ତୁଳା: ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଆଜିର ଦିନ ଶୁଭଦାୟିକ ରହିବ । ତରବରିଆ ଭାବେ କୌଣସି ବି ନିଷ୍ପତି ନିଅନ୍ତୁ ନାହିଁ । ଆର୍ଥିକ ସ୍ଥିତି ସାମାନ୍ୟ ରହିବ ।  ପରିବାରରେ ହସ-ଖୁସିର ମାହୋଲ ଦେଖାଦେବ। କୌଣସି ଶତ୍ରୃ ଯୋଜନାରେ ଆପଣ ଆଜି ଫସି ପାରନ୍ତି। ତେଣୁ କାହା ଉପରେ ଅଧିକ ବିଶ୍ବାସ କରନ୍ତୁ ନାହିଁ। ନିଜର କାର୍ଯ୍ୟକୁଶଳତାକୁ ବଢାଇବା ପାଇଁ ନୂତନ ଟେକନିକର ସାହାରା ନିଅନ୍ତୁ । ପରିବାର ସହଯୋଗ ପ୍ରାପ୍ତ ହେବ । ବିବାଦ ଠାରୁ ଦୂରେଇ ରୁହନ୍ତୁ । ବିବେକର ସହ କାର୍ଯ୍ୟ କରନ୍ତୁ। ଦିନଟି ସୁରୁଖୁରୁରେ କଟିବ। 

8/12
  ବିଛା:  ଆଜିର ଦିନ ଏହି ରାଶିଙ୍କ ପାଇଁ ଶୁଭ ରହିବ।  କେଉଁଠି ଅଟକିଥିବା ଧନ ମିଳିପାରେ । ନୂଆ ଗାଡି କିମ୍ବା ଘର କ୍ରୟ କରି ପାରନ୍ତି । ଖାଦ୍ୟପାନରେ ରୁଚି ବଢିବ । ବିଦ୍ୟାର୍ଥୀମାନଙ୍କ ପାଇଁ କିଛି ଖାସ ଦିନ ରହିବ ନହିଁ । କୌଣସି ପ୍ରସିଦ୍ଧ ବ୍ୟକ୍ତିଙ୍କ ମାର୍ଗଦର୍ଶନ ପ୍ରାପ୍ତ ହୋଇପାରେ । ସ୍ୱାସ୍ଥ୍ୟ ସହ ଜଡିତ ସମସ୍ୟା ଆସିପାରେ । ମନ ପ୍ରସନ୍ନ ରହିବ । ବୁଦ୍ଧିର ପ୍ରୟୋଗ କରନ୍ତୁ । ସମସ୍ତ କାର୍ଯ୍ୟରେ  ସଫଳତା ପାଇବେ। 

9/12

ଧନୁ:  ଆଜି କୌଣସି ଦୂର ସମ୍ପର୍କୀୟଙ୍କ ଠାରୁ ମିଳିଥିବା ଆକସ୍ମିକ ଖୁସି ଖବର ଆପଣଙ୍କ ପୁରା ପରିବାରକୁ ସୁଖମୟ କରିଦେବ । ରୋମାଣ୍ଟିକ ମୋନଭାବରେ ଅଚାନକ ଆସିଥିବା ଚେଞ୍ଜେସ କାରଣରୁ ଆପଣ କିଛି ବଦଳାଇ ପାରନ୍ତି । ବନ୍ଧୁଙ୍କ ସହିତ ଝଗଡା କର ପାରନ୍ତି । ବ୍ୟବସାୟିକ କ୍ଷେତ୍ରରେ ଲାଭ ପାଇବେ। କର୍ମକ୍ଷେତ୍ରରେ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରଶଂସା କରିବେ । ଅପରାହ୍ନ ସମୟରେ କୌଣସି ବଡ ଦୁଖର ଖବର ମିଳିପାରେ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। କୌଣସି ପରିଚିତ ବ୍ୟକ୍ତି ଉପରେ ବିଶ୍ଵାସ କରନ୍ତୁ ନାହିଁ ।  ନଚେତ୍ ପସ୍ତେଇବେ। 

10/12
ମକର :   ଆଜି ପାରିବାରିକ ସମ୍ପର୍କ ଭିତରେ କୌଣସି କଥାକୁ ନେଇ ଫାଟ ଦେଖାଦେଇପାରେ। ଛୋଟମୋଟ କଥାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ଦେଖାଦେବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇପାରେ। ଅପରାହ୍ନରେ ଦେବ ଦର୍ଶନର ଯୋଗ ରହିଛି।  ସାହିତ୍ୟ ଓ କଳା କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଶୁଭ ରହିବ। 

11/12
କୁମ୍ଭ:  ଆଜି ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ।  ପ୍ରିୟଜନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତିତ ହେବାକୁ ପଡିବ। ଘରେ ଭୁଲ୍‌ ବୁଝାମଣା ହେତୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। ଆଜିର ଯାତ୍ରାରେ ସଫଳତା ମିଳିବ। ବିବାଦୀୟ ପରିସ୍ଥିତିରେ ଘଟଣାର ଗୁରୁତ୍ୱ ନବୁଝି ଅଯଥା କ୍ରୋଧ ପ୍ରକାଶ କରିପାରନ୍ତି।

12/12
ମୀନ:  ଆଜି କୌଣସି ସମ୍ପର୍କୀୟଙ୍କ ସହ ସାକ୍ଷାତ କରି ପାରନ୍ତି । ଦେହ ଓ ମନ ଭଲ ରହିବ। ନିଜର ଯୋଜନାକୁ ସାର୍ବଜନିନ କରନ୍ତୁ ନାହିଁ । ସନ୍ତାନ ତରଫରୁ କିଛି ବିଷୟରେ ଉପଦେଶ ମିଳିପାରେ । କ୍ଳାନ୍ତ ହୋଇ ପାରନ୍ତି । ସଠିକ ଜାଗାରେ ବୁଦ୍ଧିର ସଠିକ ଉପଯୋଗ କରନ୍ତୁ । ଟଙ୍କା ଫେରସ୍ତ ପାଇବେ । ବ୍ୟବସାୟିକ ଯାତ୍ରା ସଫଳ ରହିବ ନାହିଁ । ନୂଆ କାମ ମିଳିବାର ଆଶଙ୍କା ବହୁତ କମ ଅଛି । ପରିଜନଙ୍କ ସହିତତ ମହତ୍ଵପୂର୍ଣ ସମୟ ବ୍ୟତୀତ କରିବେ। ଦୂରଯାତ୍ରାରୁ ଶୁଭଫଳ ପ୍ରାପ୍ତ ହେବ।