Advertisement
Photo Details/zeeodisha/odisha2655956
photoDetails0hindi

Today Horoscope: ଗାଡି଼ ଚାଳନା ସମୟରେ ସତର୍କତା ଅବଲମ୍ବନ କରନ୍ତୁ ଏହିସବୁ ରାଶି! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

Horoscope Today 22 February 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଫେବୃଆରୀ ୨୨ ହେଉଛି ଶନିବାର। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

 

1/12

ମେଷ - କର୍ମକ୍ଷେତ୍ରରେ ସହଯୋଗ ସହକର୍ମୀଙ୍କ ସହଯୋଗ ମିଳିବ।  ଶିକ୍ଷାକ୍ଷେତ୍ରରେ ସଫଳତାର ଯୋଗ ରହିଛି । ବନ୍ଧୁଙ୍କ ଗମନ ଗୃହକୁ ହେବ । କାର୍ଯ୍ୟ ସଂପୂର୍ଣ୍ଣ ହୋଇଯିବାରୁ ମନ ପ୍ରଫୁଲ୍ଲ ରହିବ । ଧନ ଆଗମନର ସୂଚନା ରହିଛି । ବ୍ୟବସାୟ ଆଗକୁ ବଢିବ । ଗୃହରେ ମାଙ୍ଗଳିକ କାର୍ଯ୍ୟ ହେବ ।  

ALSO READ: Viral Video: ରୁମ୍ ଭିତରେ କାହା ସହ ମସ୍ତି କରୁଛନ୍ତି ଯାତ୍ରା ଅଭିନେତ୍ରୀ କାବେରୀ? ଦେଖନ୍ତୁ ଭାଇରାଲ୍ ହେଉଥିବା ଏହି ଭିଡିଓ

ALSO READ: ପୁଣି ଥରେ ବଙ୍ଗୀୟ ରିତିନୀତିରେ ବିବାହ କଲେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ତା! ଦେଖନ୍ତୁ ଭିଡିଓ

 

2/12

ବୃଷ - ଅନାବଶ୍ୟକ ବିବାଦର ପରିସ୍ଥିତି ସୃଷ୍ଟି ହୋଇପାରେ । ଆୟ ଠାରୁ ବ୍ୟୟ ଅଧିକ ହେବ । ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ବନ୍ଧୁ ମିଳନ ହୋଇପାରେ । ଅଷ୍ଟମ ଚନ୍ଦ୍ର ଯୋଗୁଁ ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ଅଙ୍ଗରେ ଆଘାତ ଲାଗିପାରେ । 

 

3/12

ମିଥୁନ - ଆଜି ଚାକିରି କ୍ଷେତ୍ରରେ ଉନ୍ନତି ଯୋଗ ରହିଛି । ବ୍ୟବସାୟରେ ସୁଫଳ ମିଳିବ । ଅଳଙ୍କାର କ୍ରୟ କରି ପାରନ୍ତି । ଛାତ୍ରଛାତ୍ରୀ ମାନଙ୍କର ପାଠରେ ମନ ଲାଗିବ ନାହିଁ । ପ୍ରେମ ସମ୍ପର୍କରେ ନିଜକୁ ଭାଗ୍ୟଶାଳୀ ମାନେ କରିବେ। ବନ୍ଧୁ ସୁଖ ପ୍ରାପ୍ତ କରିବେ । ଭୂମି କ୍ରୟ କରିବେ । 

 

4/12

କର୍କଟ-ଦିନଟିରେ ଅଧିକ ଧନ ଉପାର୍ଜନର ସମ୍ଭାବନା ରହିଛି ।  ଷଷ୍ଠ ଚନ୍ଦ୍ର ଯୋଗୁଁ ସର୍ବ ପ୍ରକାର ଶୁଭ ଫଳ ପ୍ରାପ୍ତ ହେବ। ବିଦ୍ୟାର୍ଥୀ ମାନେ ପରିଶ୍ରମର ଫଳ ପ୍ରାପ୍ତି କରିବେ । ଚାଷ ଭଲ ହେବ । କାର୍ଯ୍ୟ କ୍ଷେତ୍ରରେ ଆଶା ଅନୁସାରେ ସଫଳତା ପ୍ରାପ୍ତ ହେବ ।

 

5/12

ସିଂହ -ଆର୍ଥିକ ଦୂରାବସ୍ଥା ଦେଖା ଦେବ । ଅର୍ଥ ବିଷୟରେ ଚିନ୍ତା କରିବେ। ବନ୍ଧୁଙ୍କ ସହ କିଛଦିନ ବିଶେଷ ଆଲୋଚନା ରେ ଦିନରେ କଟିବ ।ଦାମ୍ପତ୍ୟ ଜୀବନରେ ବିବାଦର ସମ୍ଭାବନା ଅଛି ।  ଚଲାପଥରେ ବାଧା ସୃଷ୍ଟି ହେବ । 

 

6/12

କନ୍ୟା -ବ୍ୟସ୍ତତା ଭିତରେ ଦିନଟି କଟିବ ପରିଶ୍ରମ ର ଫଳ ବହୁତ୍ ଭଲ ରହିବ । ଆଜି ଭବିଷ୍ୟତ ପାଇଁ କିଛି ବଡ଼ ନିଷ୍ପତି ନେବେ । କୌଣସି ସ୍ଥାନରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇ ପାରେ । କର୍ଯ୍ୟହାନୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।ସ୍ବାସ୍ଥ୍ୟ ଅବସ୍ଥା ରେ ଅବନତି ଦେଖା ଦେବ। 

 

7/12

ତୁଳା -ଦିର୍ଘଦିନ ଧରି ଲାଗି ରହିଥିବା ମାଲି ମକୋଦ୍ଦାମାର ଆଜି ଅନ୍ତ ଘଟିବ । ପରିବାରରେ ସୁଖ ଶାନ୍ତି ଲାଗି ରହିବ । ସରକାରୀ ଚାକିରିରେ ସ୍ଥାନ ପରିବର୍ତ୍ତନର ଯୋଗ ରହିଛି।  ଭ୍ରମଣର ଯୋଗ ରହିଛି । କୌଣସି ଉଚ୍ଚ ସ୍ଥାନରୁ ସମ୍ମାନ ପ୍ରାପ୍ତି ହୋଇ ପାରେ । 

 

8/12

ବିଛା - ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚାନ୍ତ ହୋଇ ମାନସିକ ଚିନ୍ତାରେ ରହିବେ । ଅର୍ଥ ବ୍ୟୟ ହେବ । କୌଣସି କାର୍ଯ୍ୟ ପାଇଁ ଅଧିକ ଅପେକ୍ଷା କରିବାକୁ ପଡ଼ିବ ।ଶୀଘ୍ର ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ୍ । ପ୍ରେମ ସମ୍ପର୍କରେ ଦୃଢ଼ତା ଆସିବ । 

 

9/12

ଧନୁ -ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି । ନୂତନ ବ୍ୟବସାୟ ଆରମ୍ଭ ଆଜି କଲେ ଶୁଭ ହେବ ।ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପରିବାର ସହଯୋଗ ମିଳିବ ।

10/12

ମକର - ଅନାବଶ୍ୟକ କଳହରୁ ଦୂରେଇ ରୁହନ୍ତୁ । ଦ୍ଵାଦଶ ଚନ୍ଦ୍ର ଯୋଗୁଁ ବ୍ୟୟ ବୃଦ୍ଧି ହେବେ । ପରିବାର ରେ ସମନ୍ୱୟ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ । ବନ୍ଧୁ ମିଳନ ହୋଇ ପାରେ । ଅଳସ୍ୟତା ଗ୍ରାସ କରିବ।ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । 

 

11/12

କୁମ୍ଭ - ଗୃହରେ କିଛି ନୂତନ ଶୁଭ କାର୍ଯ୍ୟାରମ୍ଭ ହେବ। ସର୍ବକାର୍ଯ୍ୟ ରେ ସଫଳତା ପ୍ରାପ୍ତ ହେବ । ରାଜନୀତିରେ ପଦୋନ୍ନତିର ଯୋଗ ରହିଛି । ନୂଆ ଚାକିରି ଆଜି ଆପଣଙ୍କ ହାତ ପାଖରେ ପହଞ୍ଚିବ। ଏକାଦଶ ଚନ୍ଦ୍ର ଯୋଗୁଁ ଅଧିକ ଆୟର ଯୋଗ ରହିବ । 

 

12/12

ମୀନ - ଗାଡି଼ ଚାଳନା ସମୟରେ  ସତର୍କତା ଅବଲମ୍ବନ କରନ୍ତୁ । ଅଙ୍ଗ ରେ ଆଘାତ ଲାଗି ପାରେ । ପରିବାରରେ ବାଦ ବିବାଦ ଲାଗି ରହିବ । ମାନହାନି ହେବାର ସମ୍ଭାବନା ରହିଛି । ଦାମ୍ପତ୍ୟ ଜୀବନ ରେ ଦୁଃଖ ଆସିବ । ସନ୍ତାନଙ୍କୁ ନେଇ ଚିନ୍ତା ରେ ରହିବେ ।