Advertisement
Photo Details/zeeodisha/odisha1575847
photoDetails0hindi

Top Bridge: ବିଶ୍ୱର ସବୁଠାରୁ ସୁନ୍ଦର ୫ ଟି ପୋଲ, ଯେଉଁଠିକୁ ଯିବାକୁ ହେଲେ ଖର୍ଚ୍ଚ କରିବାକୁ ହେବ ଏତିକି ଟଙ୍କା

Top 5 Bridge In Odia News : ମଣିଷ ସମଗ୍ର ବିଶ୍ୱରେ ଏପରି ଅନେକ ସେତୁ ନିର୍ମାଣ କରିଛି ଯାହା ଦେଖିବା ଆଶ୍ଚର୍ଯ୍ୟଜନକ । ଲକ୍ଷ ଲକ୍ଷ ଲୋକ ଏହିପରି ସ୍ଥାନ ପରିଦର୍ଶନ କରିବାର ସ୍ୱପ୍ନ ଦେଖନ୍ତି । ବ୍ରିଜ ଉପରେ ଠିଆ ହୋଇ ଫଟୋଗ୍ରାଫ୍ କରିବାର ଇଚ୍ଛା ରହିଥାଏ। ଏହି ସେତୁଗୁଡ଼ିକର ସୌନ୍ଦର୍ଯ୍ୟ କେବଳ ଦେଖିବାକୁ ହିଁ ନିର୍ମିତ ହୋଇଥାଏ। କେତେକ ସେତୁ ସର୍ବୋଚ୍ଚ ଏବଂ କେତେକ ବ୍ରିଜ ପାହାଡ ଉପରେ ହିଁ ନିର୍ମିତ ହୋଇଥାଏ। କେତେକ ନଦୀର ଉପର ଭାଗରେ ଏବଂ କେତେକ ପର୍ବତ ଉପରେ ସଂଯୋଗ କାର୍ଯ୍ୟ କରିଥାନ୍ତି ଏହି ବ୍ରିଜ୍। କିଛି ବ୍ରିଜ୍ ରେ ସୁନ୍ଦର ଲାଇଟ ମଧ୍ୟ ଲାଗିଥାଏ। ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଆସିଥାନ୍ତି ଏହି ବ୍ରିଜ୍ ବା ପୋଲକୁ ଦେଖିବାକୁ ଆସନ୍ତି। ତେବେ ଆସନ୍ତୁ ଦେଖିବା ଦେଶ ଓ ବିଦେଶରେ ରହିଥିବା କିଛି ସୁନ୍ଦର ସୁନ୍ଦର ବ୍ରିଜର ଫଟୋ।

1/6

ଏହି ସେତୁର ସୌନ୍ଦର୍ଯ୍ୟ ରାତିରେ ଦେଖିବାକୁ ମିଳିଥାଏ। ଏହି ଆକର୍ଷଣୀୟ ସେତୁର ନାମ ହେଉଛି ହେଲିକ୍ସ ବ୍ରିଜ୍ ।  ହେଲିକ୍ସ ବ୍ରିଜ୍ ସିଙ୍ଗାପୁରରେ ରହିଛି। ହେଲିକ୍ସ ବ୍ରିଜ୍ ମାରିନା ସାଉଥକୁ ମାରିନା କେନ୍ଦ୍ର ସହିତ ସଂଯୋଗ କରେ । ଏହି ସେତୁ ଦେଖିବାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସନ୍ତି । ସିଙ୍ଗାପୁରର ଏହି ସେତୁ ୨୦୧୦ ରେ ନିର୍ମିତ ହୋଇଥିଲା ।

2/6

ଏହି ସୁନ୍ଦର ସେତୁ ଭାରତର ପଡୋଶୀ ଦେଶ ଚାଇନାରେ ଅଛି । ଏହି ସେତୁର ନାମ ହେଉଛି ରୁଇ ବ୍ରିଜ୍ । ରୁଇ ବ୍ରିଜ୍ ଚାଇନାର ଜେଜିଆଙ୍ଗରେ ଅଛି।  ଏହି ସେତୁର ଆକୃତି ଏକ ଫିତା ପରି । ଶେଞ୍ଜିଆଞ୍ଜୁ ଉପତ୍ୟକା ଉପରେ ରୁଇ ବ୍ରିଜ୍ ନିର୍ମାଣ କରାଯାଇଛି। ରୁଇ ବ୍ରିଜ୍ ୨୦୨୦ ମସିହାରେ ନିର୍ମିତ ହୋଇଥିଲା । 

3/6

ଏହି ସେତୁର ନାମ ହେଉଛି କନଷ୍ଟିଟ୍ୟୁସନ ବ୍ରିଜ୍ । ଏହି ସେତୁ ଇଟାଲୀର ଭେନିସରେ ଅଛି । ଏହି ସେତୁ ନିର୍ମାଣ ୨୦୦୮ ମସିହାରେ ଶେଷ ହୋଇଥିଲା ।  ସାଣ୍ଟିଆଗୋ କାଲାତ୍ରାଭା କନଷ୍ଟିଟ୍ୟୁସନ ବ୍ରିଜ୍ ଡିଜାଇନ୍ କରିଥିଲେ । 

4/6

ଦ ଟ୍ୱିଷ୍ଟ ବ୍ରିଜ ନରୱେରେ ଅବସ୍ଥିତ । ଏହା ବହୁତ ସୁନ୍ଦର ଅଟେ । ଏହାର ଆକୃତି ମୋଡ଼ାଯାଇଛି ଏବଂ ସେଥିପାଇଁ ଏହାର ନାମ ଟ୍ୱିଷ୍ଟ ବ୍ରିଜ୍ । ଏହି ସେତୁର ସମୁଦାୟ କ୍ଷେତ୍ର ହେଉଛି ୧୧ ହଜାର ବର୍ଗ ମିଟର। ଏହାକୁ ତିନି ଭାଗରେ ବିଭକ୍ତ କରାଯାଇଛି । 

5/6

ଏହି ବ୍ରିଜ ବା ସେତୁର ନାମ ହେଉଛି ଶେଖ ଜାଏଦ ବ୍ରିଜ । ଏହା ୟୁଏଇର ଆବୁଧାବିରେ ଅଛି  । ଜାହା ହଦିଦ୍ ଏହି ସେତୁର ଡିଜାଇନ କରିଥିଲେ । ସୂଚନା ଅନୁଯାୟୀ, ଏହି ସେତୁ ନିର୍ମାଣ ପାଇଁ ପ୍ରାୟ ୩୦୦ ମିଲିୟନ ଡଲାର ଖର୍ଚ୍ଚ ହୋଇଛି। ଏହି ସେତୁର ସୌନ୍ଦର୍ଯ୍ୟ ଦେଖିବାକୁ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଆସନ୍ତି । 

6/6

ଏହି ସୁନ୍ଦର ସେତୁ ସୁପର ପାୱାର ଆମେରିକାରେ ଅଛି। ଏହି ସେତୁର ନାମ ହେଉଛି ଗୋଲଡେନ୍ ଗେଟ୍ ବ୍ରିଜ୍ ।  ଏହି ସେତୁ ସାନ ଫ୍ରାନସିସ୍କୋରେ ଅବସ୍ଥିତ । ଏହି ସେତୁ ୧୯୩୭ ମସିହାରେ ନିର୍ମିତ ହୋଇଥିଲା । ଇରୱିନ୍ ମୋର୍ ଗୋଲଡେନ୍ ଗେଟ୍ ବ୍ରିଜ୍ ଡିଜାଇନ୍ କରିଥିଲେ।