Advertisement
Photo Details/zeeodisha/odisha1602432
photoDetails0hindi

World Most Beautiful Cricket Grounds: ଏସବୁ ହେଉଛି ବିଶ୍ବର ସବୁଠୁ ସୁନ୍ଦର କ୍ରିକେଟ୍ ଷ୍ଟାଡି଼ୟମ, ଜାଣନ୍ତୁ ଭାରତର କେଉଁ ଗ୍ରାଉଣ୍ଡ ରହିଛି ସାମିଲ?

World Most Beautiful Cricket Grounds: ଭାରତ ପରି କେତେକ ଦେଶରେ କ୍ରିକେଟ ଏକ ପ୍ରସିଦ୍ଧ ଖେଳ ଅଟେ । ଆମ ଦେଶରେ କୋଟି କୋଟି ଲୋକଙ୍କର ଭାବନା ସହ କ୍ରିକେଟ ଜଡି଼ତ। ସଚିନ ମାରିଥିବା ଷ୍ଟ୍ରେଟ ଡ୍ରାଇଭ ହେଉ କି ଧୋନିଙ୍କ ବ୍ୟାଟରୁ ହେଲିକପ୍ଟର ସଟ୍‌ ଦର୍ଶକଙ୍କ ମନରେ ଯେପରି ରୋମାଞ୍ଚ ଭରି ଦେଇଥାଏ ସେହିପରି ବିଶ୍ୱରେ ଥିବା କେତେକ କ୍ରିକେଟ ଷ୍ଟାଡିୟମର ସାଜସଜ୍ୟା ଦର୍ଶକ ତଥା ଖେଳାଳି ମାନଙ୍କର ମନ ମୋହି ନେଇଥାଏ। ଆସନ୍ତୁ ଜାଣିବା ଏହିପରି କେତେକ ସୁନ୍ଦର କ୍ରିକେଟ ଷ୍ଟାଡିୟମ ବିଷୟରେ..

1/4

ଜନ୍ ଡାଭିସ ଓଭାଲ (କୁଇନ୍ସ୍‌ ଟାଉନ, ନ୍ୟୁଜିଲାଣ୍ଡ)

ଜନ୍ ଡାଭିସ ଓଭାଲ କ୍ରିକେଟ ଫ୍ୟାନ୍ସ ଓ ଖେଳାଳି ମାନଙ୍କ ପାଇଁ ଏକ ଆକର୍ଷଣୀୟ ସ୍ଥାନ ଅଟେ। ‘ଦ ରିମାର୍କେବଲ୍ସ’ ପର୍ବତମାଳା ଘେରି ରହିଥିବା ଏହି ସୁନ୍ଦର ଷ୍ଟାଡିୟମ ଓଟାଗୋଠାରେ ଅବସ୍ଥିତ। ଏହାର ଅତି ନିକଟରେ କୁଇନ୍ସ୍‌ ଟାଉନ ଏୟାରପୋର୍ଟ ରହିଛି। ଏଠାରେ ଏକା ସଙ୍ଗେ ଆପଣ ବିମାନ ଉଡାଣ, ହିଲ୍‌ ଭିୟ୍ୟୁ ଦୃଶ୍ୟ ସହ ଓ କ୍ରିକେଟର ମଜା ନେଇ ପାରିବେ।

2/4

ନିଜ୍ୟୁଲ୍ୟାଣ୍ଡ (କେପ୍‌ଟାଉନ, ଦକ୍ଷିଣ ଆଫ୍ରିକା)

ଏହାର ସମ୍ପୂର୍ଣ୍ଣ ନାମ ସାହାରା ପାର୍କ ନିଉଲ୍ୟାଣ୍ଡସ୍‌ ହୋଇଥିବା ବେଳେ ଏହା କେବଳ ନିଉଲ୍ୟାଣ୍ଡ ଷ୍ଟାଡିୟମ୍ ଭାବରେ ବେଶ ଜଣାଶୁଣା। ଟେବୁଲ ମାଉଣ୍ଟେନ ଓ ଡେଭିଲ୍ସ ପିକ୍‌ ପରି ପାହାଡ଼ ନିକଟରେ ଏହି ଷ୍ଟାଡିୟମଟି ଅବସ୍ଥିତ। ଉଚ୍ଚ ସ୍କୋର ଦେଉଥିବା ପିଚ୍ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଏହି ଷ୍ଟାଡିୟମ୍ ବେଶ ଜଣାଶୁଣା।

3/4

ଗାଲେ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ (ଶ୍ରୀଲଙ୍କା)

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ଷ୍ଟାଡିୟମ ପୃଥିବୀର ସବୁଠାରୁ ଆକର୍ଷଣୀୟ ସ୍ଥାନ ଅଟେ। ଏହାର ଚତୁଃପାର୍ଶ୍ୱରେ ଭାରତ ମହାସାଗର ଅଛି। ଏହାଛଡ଼଼ା ଗାଲେ ଫୋର୍ଟ ନିକଟରେ ଥିବା ଏହି ଷ୍ଟାଡିୟମରେ କ୍ରିକେଟ ଦେଖିବାର ନିଆରା ଅନୁଭୂତି ନିଅନ୍ତି ଦର୍ଶକ।

4/4

ଧର୍ମଶାଳା କ୍ରିକେଟ ଷ୍ଟାଡିୟମ (ଭାରତ)

ସମୁଦ୍ର ପତନଠାରୁ ୪୧୧୦ ଫୁଟ ଉପରେ ଅବସ୍ଥିତ ଏହି ଷ୍ଟାଡିୟମରୁ ହିମାଳୟର ଦୃଶ୍ୟ ସ୍ପଷ୍ଟ ଭାବରେ ଦେଖାଯାଇଥାଏ। କ୍ରିକେଟ ଖେଳ ଦେଖିବା ସହ ଏଠାର ପ୍ରାକୃତିକ ଦୃଶ୍ୟ ଦର୍ଶକ ମାନଙ୍କୁ ବେଶ ଆକୃଷ୍ଟ କରିଥାଏ। ୨୦୦୫ ମସିହାରେ କିମ୍ବଦନ୍ତୀ ତାରକା ଇନଜାମାମ ଉଲ୍ ହକଙ୍କ ନେତୃତ୍ୱରେ ପାକିସ୍ଥାନ ବିସିସିଆଇ ବିପକ୍ଷରେ ତିନି ଦିନିଆ ଖେଳ ଖେଳିଥିଲା। ଏଠାରେ ଅନେକ ଟେଷ୍ଟ(Test Match), ଓଡି଼ଆଇ( ODI), ଆଇପିଏଲ(IPL) ଓ ଟି-20 ଖେଳ ଖେଳାଯାଇ ସାରିଛି।