Advertisement
Photo Details/zeeodisha/odisha1581164
photoDetails0hindi

Ganga Vilas Cruise: ଗୌହାଟିରେ ପହଞ୍ଚିଲା ଦୁନିଆର ଦୀର୍ଘତମ ନଦୀ କ୍ରୁଜ୍ 'ଗଙ୍ଗା ବିଳାସ'

MV Ganga Vilas:  ପ୍ରାୟ ୪୨ ଦିନର ଯାତ୍ରା ପରେ  ଗୌହାଟି ଠାରେ ପହଞ୍ଚିଛି ବିଶ୍ୱର ଦୀର୍ଘତମ ନଦୀ କ୍ରୁଜ୍ "ଗଙ୍ଗା ବିଳାସ"।

 

1/6

"ଗଙ୍ଗା ବିଳାସ" କୌଣସି ବିଳାସପୂର୍ଣ୍ଣ ହୋଟେଲ ଠାରୁ କମ୍ ନୁହେଁ। ଏହି ଜାହାଜରେ ପଞ୍ଚତାରକା ହୋଟେଲ ଭଳି ସୁବିଧା ଯାତ୍ରୀଙ୍କୁ ପ୍ରଦାନ କରାଯାଉଛି। ଏହି ଆତ୍ୟାଧୁନିକ ସୁବିଧା ରହିଥିବା ଜାହାଜରେ ଅନେକ ବିଳାସପୂର୍ଣ୍ଣ ସୁବିଧା ରହିଛି।

 

2/6

ଏହି କ୍ରୁଜ୍ ୧୩ ଜାନୁଆରୀରେ ଉତ୍ତର ପ୍ରଦେଶର ବାରାଣାସୀରେ ପହଞ୍ଚିଥିଲା। ଏହା ପରେ ବାଂଲାଦେଶ ଦେଇ ଆସାମ ଡିବ୍ରୁଗଡ ଅଭିମୁଖେ ଯାତ୍ରା କରିବା ପରେ ବର୍ତ୍ତମାନ ଗୌହାଟିରେ ପହଞ୍ଚିଛି।

3/6

କୁହାଯାଉଛି ଯେ "ଗଙ୍ଗା ବିଳାସ" ଏହାର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ପ୍ରାୟ ୨ ମାସ ଅର୍ଥାତ୍ ୫୧ ଦିନର ସମୟ ନେବ। ଏହି ଜାହାଜରେ ଯାତ୍ରା କରୁଥିବା ଯାତ୍ରୀ ବିହାର, ପଶ୍ଚିମବଙ୍ଗ ଏବଂ ଆସାମର ଅନେକ ସ୍ଥାନ ପରିଦର୍ଶନ କରିବାର ସୁଯୋଗ ପାଇବେ।

4/6

"ଗଙ୍ଗା ବିଳାସ" ଜାହାଜରେ ଯାତ୍ରା କରୁଥିବା ଯାତ୍ରୀ ମଧ୍ୟ ଅନେକ ଐତିହାସିକ, ସାଂସ୍କୃତିକ ଏବଂ ଧାର୍ମିକ ସ୍ଥାନ ପରିଦର୍ଶନ କରିପାରିବେ। ଏହି ଜାହାଜରେ ପାଠାଗାର ଏବଂ ବ୍ୟାୟାମଶାଳା ସୁବିଧା ସହିତ ପ୍ରାୟ ୪୦ ଜଣ ଚାଳକ ଦଳ ସଦସ୍ୟ ଯାତ୍ରୀଙ୍କ ସେବା ପାଇଁ ଉପଲବ୍ଧ ରହିବେ।

5/6

ଯଦି "ଗଙ୍ଗା ବିଳାସ କ୍ରୁଜ୍" ଟିକେଟ୍ କଥା କୁହାଯାଏ, ତାହେଲେ ଗୋଟିଏ ଦିନର ଯାତ୍ରା ପାଇଁ ଟିକେଟ୍ ମୂଲ୍ୟ ୨୪ ହଜାର ଟଙ୍କାରୁ ଅଧିକ। ଅନ୍ୟପଟେ ୫୧ ଦିନର ଯାତ୍ରା ପାଇଁ ସମ୍ପୂର୍ଣ୍ଣ ପ୍ୟାକେଜ୍ ଟିକେଟ୍ ମୂଲ୍ୟ ହେଉଛି ୧୨.୫୯ ଲକ୍ଷ ଟଙ୍କା।

6/6

 

ଏହି ଜାହାଜରେ ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ପାଇଁ ବିଭିନ୍ନ ପ୍ରକାରର ରୋଷେଇ ଘର ଅଛି। ଏଠାରେ ସ୍ପା, ସେଲୁନ୍, ଡାଇନିଂ ଏରିଆ, ସୁଇମିଂ ପୁଲ୍ ଭଳି ସୁବିଧା ଯାତ୍ରୀଙ୍କୁ ଯୋଗାଇ ଦିଆଯାଉଛି।