ବିଜେଡି ବୈଠକରେ ନଥିଲେ ପାଣ୍ଡିଆନ୍, ବିଜୟୀ ପ୍ରାର୍ଥୀଙ୍କୁ ଏମିତି କହିଲେ ନବୀନ
Advertisement
Article Detail0/zeeodisha/odisha2281093

ବିଜେଡି ବୈଠକରେ ନଥିଲେ ପାଣ୍ଡିଆନ୍, ବିଜୟୀ ପ୍ରାର୍ଥୀଙ୍କୁ ଏମିତି କହିଲେ ନବୀନ

ଆଶ୍ଚର୍ଯ୍ୟର କଥା ସବୁବେଳେ ନବୀନଙ୍କ ଛାଇ ପରି ପାଖେ ପାଖେ ରହୁଥିବା ଭିକେ ପାଣ୍ଡିଆନ ଆଜିର ବୈଠକରେ ଉପସ୍ଥିତ ନଥିଲେ ବୋଲି ବିଶେଷ ସୁତ୍ରରୁ ଖବର ମିଳିଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦେବା ସମୟରେ ମଧ୍ୟ ପାଣ୍ଡିଆନଙ୍କୁ ଦେଖିବାକୁ ମିଳିନଥିଲା । ବର୍ତ୍ତମାନ ସେ କେଉଁଠି ଅଛନ୍ତି ଏବଂ ଆଗକୁ ତାଙ୍କର ଯୋଜନା କଣ ସେନେଇ ସଭିଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବିଜେଡି ବୈଠକରେ ନଥିଲେ ପାଣ୍ଡିଆନ୍, ବିଜୟୀ ପ୍ରାର୍ଥୀଙ୍କୁ ଏମିତି କହିଲେ ନବୀନ

ଭୁବନେଶ୍ୱର: ଆଜି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ନବୀନଙ୍କ ଭାବମୂର୍ତ୍ତୀକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ବିଭିନ୍ନ ପ୍ରକାରର ପୋଷ୍ଟ ଦେଖିବାକୁ ମିଳିଛି । ତେବେ ଆଜି ନବୀନ ନିବାସରେ ଅନୁଷ୍ଠିତ ହୋଇଥିବା ବୈଠକରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଜୟୀ ପ୍ରାର୍ଥୀଙ୍କ ପାଇଁ କେଇ ପଦ କଥା କହିଛନ୍ତି ।

ଆଜିର ବୈଠକରେ ସାମିଲ ହୋଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମେତ ଦଳର ବିଜୟୀ ପ୍ରାର୍ଥୀମାନେ । ଗଣେଶ୍ୱର ବେହେରା, ନବ ମଲ୍ଲିକ, ସତେନ୍ଦ୍ର ହରିପାଲ, ସଂଜୀବ ମଲ୍ଲିକ, ଦେବି ରଞ୍ଜନ ତ୍ରିପାଠୀ, ବିଭୁତି ବଳବନ୍ତରାୟ, ଚକ୍ରପାଣି କହ୍ନର, ଅଭିମନ୍ୟୁ ସେଠି, ବଦ୍ରି ପାତ୍ର, ବିଶ୍ୱ ମଲ୍ଲିକ, ପ୍ରଶାନ୍ତ ବେହେରା, ସୌଭିକ ବିଶ୍ୱାଳ, ଅନନ୍ତ ଜେନା, ଅରବିନ୍ଦ ମହାପାତ୍ର, ଅଧୀରାଜ ପାଣିଗ୍ରାହୀ, ରମେଶ ବେହେରାଙ୍କ ସମେତ ଅନେକ ନେତା ବୈଠକରେ ଉପସ୍ଥିତ ରହି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। କାହିଁକି ଏପରି ସ୍ଥିତି ବିଜେଡିର ଉପୁଜିଲା ସେନେଇ ଏକ ସ୍ୱତନ୍ତ୍ର କମିଟିରେ ଅନୁଧ୍ୟାନ କରାଯିବ ବୋଲି ବିଜେଡି ସୁପ୍ରିମୋ କହିଛନ୍ତି । ଏଥିସହ ବିଜୟୀ ପ୍ରାର୍ଥୀଙ୍କୁ ନିଜ ଅଞ୍ଚଳ ପାଇଁ କାମ କରିବାକୁ ପରାମର୍ଶ ଦେଇଛନ୍ତି ନବୀନ । ତେବେ ଆଶ୍ଚର୍ଯ୍ୟର କଥା ସବୁବେଳେ ନବୀନଙ୍କ ଛାଇ ପରି ପାଖେ ପାଖେ ରହୁଥିବା ଭିକେ ପାଣ୍ଡିଆନ ଆଜିର ବୈଠକରେ ଉପସ୍ଥିତ ନଥିଲେ ବୋଲି ବିଶେଷ ସୁତ୍ରରୁ ଖବର ମିଳିଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦେବା ସମୟରେ ମଧ୍ୟ ପାଣ୍ଡିଆନଙ୍କୁ ଦେଖିବାକୁ ମିଳିନଥିଲା । ବର୍ତ୍ତମାନ ସେ କେଉଁଠି ଅଛନ୍ତି ଏବଂ ଆଗକୁ ତାଙ୍କର ଯୋଜନା କଣ ସେନେଇ ସଭିଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Also Read- BJD ପରାଜୟର ପୋଲ୍ ଖୋଲିଲେ ସୌମ୍ୟରଞ୍ଜନ ପଟ୍ଟନାୟକ

Also Read- ଏବେ କ'ଣ କରିବେ ସୁରଙ୍କ ୨ ପୁଅ ସିଦ୍ଧାର୍ଥ ଏବଂ ମନ୍ମଥ ?