Enforcement Directorate: ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢାଉ କରାଯିବା ପରେ ସରଗରମ ହୋଇଠିିଛି ରାଜ୍ୟ ରାଜନୀତି। ଏହି ପ୍ରସଙ୍ଗରେ ରାଜ୍ୟର ୩ ପ୍ରମୁଖ ବିଜେପି, ବିଜେଡି ଏବଂ କଂଗ୍ରେସ ସେମାନଙ୍ରରପ
Trending Photos
ED Politics: ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ରାଜ୍ୟର ସାତଟି ସ୍ଥାନରେ ତଢାଇ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମନି ଲଣ୍ଡରିଂ ମାମଲାରେ ଏହି ୭ ସ୍ଥାନରେ ରେଡ୍ କରିଥିଲା ଇଡ଼ି। ହେଲେ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଡାଉ କରିବା ପରେ ସରଗରମ ହୋଇଉଠିଛି ରାଜନୀତି। ଇଡ଼ି ରେଡ଼ ପରେ ସବୁ ଦଳ ପରସ୍ପରକୁ ଆକ୍ଷେପ କରିବା ଆରମ୍ଭ କରିଦେଇଛନ୍ତି। ବିଜେପି କହିଛି ଇଡି ଏମିତି ଏକ ଜାଲ ଯେଉଁଥିରେ ଛୋଟ ଜାଅଁଳ ନୁହେଁ ବରଂ ରୋହି ଭାକୁର ମଧ୍ୟ ପଡିବେ।
ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢାଉ କରାଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି କଂଗ୍ରେସ। ଏନେଇ ଦଳ ପକ୍ଷରୁ କୁହାଯାଇଛି ପଦ୍ମପୁର ଉପନିର୍ବାଚନ ପାଇଁ ଏକ ଫାର୍ସ ଚାଲିଛି। କଂଗ୍ରେସ ବ୍ୟତୀତ ଉଭୟ ବିଜେପି-ବିଜେଡି ନେତା ନାଗଫାଶରେ ଅଛନ୍ତି। ଉପନିର୍ବାଚନ ପୂର୍ବରୁ ଏହା କେବଳ ଲୋକ ଦେଖାଣିଆ। ସେପଟେ ଏହାକୁ ବେଖାତିର କରି ବିଜେଡି କହିଛି ଏ ସବୁ ପ୍ରହେଳିକା। ଏପରି ଅପଚେଷ୍ଟା କେବଳ ଭ୍ରମାତ୍ମକ।
ଇଡ଼ି ରେଡ଼ ପରେ ଉଲ୍ଲାସିତ ରାଜ୍ୟ ବିଜେପି ଶିବିର। ଆଉ ଉତ୍ସାହିତ ହୋଇ ଦଳ କହିଛି ଇଡ଼ି ଏମିତି ଏକ ଜାଲ ଯେଉଁଥିରେ ଛୋଟ ଜାଅଁଳ ପଡିବେ ଆଉ ରୋହି ଭାକୁର ମଧ୍ୟ ପଡିବେ। ଇଡି ଦର୍ପଣରେ ଆଉ ଅଳ୍ପ ଦିନରେ ସମସ୍ତଙ୍କ ମୁଖା ଖୋଲିବ। ରାଜ୍ୟବାସୀଙ୍କ ଆଗରେ ଉତ୍ତର କ'ଣ ରଖିବେ ସେଥିପାଇଁ ସେମାନେ ପ୍ରସ୍ତୁତ ହୋଇଯାନ୍ତୁ। ଇଡି ଘର ପର୍ଯ୍ୟନ୍ତ ପହଞ୍ଚିଲାଣି। ଯେଉଁମାନେ ଅର୍ଚ୍ଚନା ନାଗଙ୍କ ସହିତ ସମ୍ପୃକ୍ତ ସେମାନଙ୍କ ପାଖରେ ଇଡି ଖୁବ ଶୀଘ୍ର ପହଞ୍ଚିଯିବ। ଦଳ ମତ ନିର୍ବିଶେଷରେ ନେତା ଏବଂ ଅଫିସର ଯାଇଥିଲେ ସେମାନେ ଉତ୍ତର ରଖିବେ। ଇଡି ରେଡ ପରେ ସବୁ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ବିଜେପି କହିଛି।
ଅନ୍ୟପଟେ କଂଗ୍ରେସ କହିଛି ପଦ୍ମପୁର ଉପନିର୍ବାଚନ ପାଇଁ ଏକ ଫାର୍ସ ଚାଲିଛି। କଂଗ୍ରେସ ବ୍ୟତୀତ ଉଭୟ ବିଜେପି-ବିଜେଡି ନେତା ନାଗଫାଶରେ ଅଛନ୍ତି। ଉପନିର୍ବାଚନ ପୂର୍ବରୁ ଏହା କେବଳ ଲୋକ ଦେଖାଣିଆ। ଏହି ମାମଲାର କୌଣସି ବିଜେଡି ଅଥବା ବିଜେପି ନେତାଙ୍କୁ ଅସୁବିଧା କରିବେନି। କେବଳ ତଦନ୍ତ ପରିସରଭୂକ୍ତ କରିବେ। ଲୋକ ସବୁ ବୁଝିସାରିଲେଣି। ବିଜେଡ଼ି ସବୁ ଦଳକୁ ତାଚ୍ଛଲ୍ୟ କରି କହିଛି ଏହା ହେଉଛି ସବୁ ପ୍ରହେଳିକା। ଆଗରୁ ବହୁତ ସୃଷ୍ଟି କରାଯାଇଛି। ଏପରି ଅପଚେଷ୍ଟା କେବଳ ଭ୍ରମାତ୍ମକ। ଯିଏ ତଦନ୍ତ କରିବା କଥା କରୁ। ଆମର କୌଣସି ସମସ୍ୟା ନାହିଁ।