IND vs SL 2nd T20: ଭାରତୀୟ ଦଳ ପାଇଁ ବଡ଼ ଖୁସି ଖବର, ଦ୍ୱିତୀୟ ଟି-20 ମ୍ୟାଚ୍ ପୂର୍ବରୁ ହିଁ ଫିଟ୍ ହେଲେ ଏହି ଘାତକ ବୋଲର
Advertisement
Article Detail0/zeeodisha/odisha1515116

IND vs SL 2nd T20: ଭାରତୀୟ ଦଳ ପାଇଁ ବଡ଼ ଖୁସି ଖବର, ଦ୍ୱିତୀୟ ଟି-20 ମ୍ୟାଚ୍ ପୂର୍ବରୁ ହିଁ ଫିଟ୍ ହେଲେ ଏହି ଘାତକ ବୋଲର

IND vs SL 2nd T20: ମିଡିଆ ରିପୋର୍ଟ ଅନୁଯାୟୀ, ଅର୍ଶଦୀପ ସିଂ ବର୍ତ୍ତମାନ ଫିଟ୍ ଅଛନ୍ତି ଓ ଦ୍ୱିତୀୟ ଟି-20 ମ୍ୟାଚ୍ ଖେଳିବାକୁ ପ୍ରସ୍ତୁତ ଅଛନ୍ତି । ଏଭଳି ପରିସ୍ଥିତିରେ ଯଦି ଅର୍ଶଦୀପ ଭାରତ ପାଇଁ  ଚୂଡ଼ାନ୍ତ ଏକାଦଶକୁ ଫେରନ୍ତି, ତେବେ ଚୂଡ଼ାନ୍ତ ଏକାଦଶରୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା କାହାକୁ ହଟାଇବେ, ତାହା ସବୁଠାରୁ ବଡ ପ୍ରଶ୍ନ ହେବ । ପ୍ରଥମ ଟି-20 ମ୍ୟାଚରେ ଶିବମ ମାଭି ଓ ଉମ୍ରାନ ମଲିକ ଚମତ୍କାର ପ୍ରଦର୍ଶନ କରିଥିଲେ । ଏଭଳି ପରିସ୍ଥିତିରେ ହର୍ଷଲ ପଟେଲଙ୍କୁ ବାହାର କରାଯାଇପାରେ ।

IND vs SL 2nd T20: ଭାରତୀୟ ଦଳ ପାଇଁ ବଡ଼ ଖୁସି ଖବର, ଦ୍ୱିତୀୟ ଟି-20 ମ୍ୟାଚ୍ ପୂର୍ବରୁ ହିଁ ଫିଟ୍ ହେଲେ ଏହି ଘାତକ ବୋଲର

India vs Sri Lanka 2nd T20: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-20 ମ୍ୟାଚ (India vs Sri Lanka 1st T20 Match) ରେ ରୋମାଞ୍ଚକର ଭାବେ ଭାରତୀୟ ଦଳ (Indian Team) ୨ ରନରେ ଜିତିଥିଲା । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-20 ମ୍ୟାଚ୍ (IND vs SL 2nd T20) ଆଜି (ଗୁରୁବାର) ଅର୍ଥାତ ଜାନୁୟାରୀ ୫ରେ ଖେଳାଯିବ । ସେପଟେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-20 ମ୍ୟାଚରେ ଟିମ୍ ଇଣ୍ଡିଆ (Team India) ର ଷ୍ଟାର୍ ବୋଲର ଆହତ କାରଣରୁ ଖେଳିପାରିନଥିଲେ । କିନ୍ତୁ ବର୍ତ୍ତମାନ ଏହି ଖେଳାଳି ଫିଟ୍ ଅଛନ୍ତି ଓ ଏହି ଖେଳାଳି ଦ୍ୱିତୀୟ ଟି-20ରେ ଖେଳିପାରିବେ ।

ଜ୍ୱରରେ ପୀଡ଼ିତ ଥିବା ଯୋଗୁଁ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-20 ମ୍ୟାଚରେ ଭାରତର ଷ୍ଟାର୍ ବୋଲର ଅର୍ଶଦୀପ ସିଂ (Arshdeep Singh) ଖେଳିପାରିନଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ, ଅର୍ଶଦୀପ ସିଂ ବର୍ତ୍ତମାନ ଫିଟ୍ ଅଛନ୍ତି ଓ ଦ୍ୱିତୀୟ ଟି-20 ମ୍ୟାଚ୍ ଖେଳିବାକୁ ପ୍ରସ୍ତୁତ ଅଛନ୍ତି । ଏଭଳି ପରିସ୍ଥିତିରେ ଯଦି ଅର୍ଶଦୀପ ଭାରତ ପାଇଁ  ଚୂଡ଼ାନ୍ତ ଏକାଦଶକୁ ଫେରନ୍ତି, ତେବେ ଚୂଡ଼ାନ୍ତ ଏକାଦଶରୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) କାହାକୁ ହଟାଇବେ, ତାହା ସବୁଠାରୁ ବଡ ପ୍ରଶ୍ନ ହେବ । ପ୍ରଥମ ଟି-20 ମ୍ୟାଚରେ ଶିବମ ମାଭି ଓ ଉମ୍ରାନ ମଲିକ ଚମତ୍କାର ପ୍ରଦର୍ଶନ କରିଥିଲେ । ଏଭଳି ପରିସ୍ଥିତିରେ ହର୍ଷଲ ପଟେଲଙ୍କୁ ବାହାର କରାଯାଇପାରେ ।

ଘାତକ ବୋଲିଂ କରିବାରେ ଅର୍ଶଦୀପ ସିଂ (Arshdeep Singh) ଜଣେ ଦମଦାର୍ ଖେଳାଳି । ସେ ନିଜେ ଟିମ୍ ଇଣ୍ଡିଆକୁ ପାଇଁ ଅନେକ ମ୍ୟାଚ୍ ଜିତାଇଛନ୍ତି । ଯେତେବେଳେ ସେ ତାଙ୍କ ଫର୍ମରେ ଥାଆନ୍ତି, ସେ ଯେକୌଣସି ବ୍ୟାଟିଂ ଆକ୍ରମଣକୁ ଧ୍ୱସ୍ତ କରିପାରନ୍ତି । ଇନିଂସ ଆରମ୍ଭରେ ସେ ବହୁତ ଖତରନାକ୍ ନଜରକୁ ଆସନ୍ତି ଓ ଭଲ ଇକୋନୋମି ସହ ବୋଲିଂ ମଧ୍ୟ କରନ୍ତି । ଟି-୨୦ ବିଶ୍ୱକପ ୨୦୨୨ରେ ଅର୍ଶଦୀପ ସିଂ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିଥିଲେ । ସେ ଚମତ୍କାର ପ୍ରଦର୍ଶନ କରି ଟିମ୍ ଇଣ୍ଡିଆ ପାଇଁ ସବୁଠୁ ବଡ ମ୍ୟାଚ୍ ବିଜେତା ଭାବରେ ଉଭା ହୋଇଥିଲେ । ସେ ଭାରତୀୟ ଦଳ ପାଇଁ ଟି-20 ବିଶ୍ୱକପ ୨୦୨୨ରେ ୧୦ଟି ୱିକେଟ୍ ନେଇଛନ୍ତି । ଏଥି ସହିତ ସେ ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ପାଇଁ ୩୩ ଟି-20 ମ୍ୟାଚ୍ ଖେଳିଛନ୍ତି ।

ଭାରତ ବନାମ ଶ୍ରୀଲଙ୍କା ଟି20 ସିରିଜ୍ 

ପ୍ରଥମ ଟି-20 ମ୍ୟାଚ୍, ଜାନୁଆରୀ ୩, ସନ୍ଧ୍ୟା ୭ଟା, ମୁମ୍ବାଇ

ଦ୍ୱିତୀୟ ଟି-20 ମ୍ୟାଚ୍, ଜାନୁଆରୀ ୫, ସନ୍ଧ୍ୟା ୭ଟା, ପୁଣେ 

ତୃତୀୟ ଟି-20 ମ୍ୟାଚ୍, ଜାନୁଆରୀ ୭, ସନ୍ଧ୍ୟା ୭ଟା, ରାଜକୋଟ 

ଅଧିକ ପଢ଼ନ୍ତୁ:-ଦ୍ୱିତୀୟ ଟି-20 ପୂର୍ବରୁ ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ; ସିରିଜରୁ ବାହାର ହେଲେ ସଞ୍ଜୁ ସାମସନ୍, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ଅଧିକ ପଢ଼ନ୍ତୁ:-ଯେଉଁ ପୁରୁଷଙ୍କ ମଧ୍ୟରେ ରହିଥାଏ କୁକୁରର ଏହି ୫ଟି ଗୁଣ, ତାଙ୍କ ସ୍ତ୍ରୀ ସର୍ବଦା ରହିଥାଏ ସନ୍ତୁଷ୍ଟ

ଅଧିକ ପଢ଼ନ୍ତୁ:-ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିଲା ୧୭.୫ କୋଟି ଟଙ୍କାର 'ଚୂନା', IPL 2023ରେ ବୋଲିଂ କରିପାରିବେନି ଏହି ଖେଳାଳି!

ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ T20 ଭାରତୀୟ ଦଳ

ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଇଶାନ କିଶନ (ୱିକେଟ୍ କିପର), ଋତୁରାଜ ଗାଇକୱାଡ, ଶୁଭମନ ଗିଲ, ସୂର୍ଯ୍ୟକୁମାର ଯାଦବ (ଉପ-ଅଧିନାୟକ), ଦୀପକ ହୁଡା, ରାହୁଲ ତ୍ରିପାଠୀ, ସଞ୍ଜୁ ସାମସନ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ଯଜୁବେନ୍ଦ୍ର ଚହଲ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଉମରାନ ମଲିକ, ଶିବମ ମାବୀ ଏବଂ ମୁକେଶ କୁମାର ।

ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଦିନିକିଆ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, କେ.ଏଲ ରାହୁଲ, ଇଶାନ କିଶନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷାର ପଟେଲ, ମହମ୍ମଦ ସିରାଜ, ଉମରାନ ମଲିକ ଏବଂ ଅର୍ଶଦୀପ ସିଂହ ।

ଏଠାରେ କହି ରଖୁଛୁ ଯେ, ଜାନୁଆରୀ ୩ରେ ପ୍ରଥମ T20 ମୁମ୍ବାଇରେ, ଜାନୁଆରୀ ୫ରେ ଦ୍ୱିତୀୟ T20 ପୁଣେରେ ଏବଂ ଜାନୁଆରୀ ୭ରେ ତୃତୀୟ T20 ରାଜକୋଟରେ ଠାରେ ଖେଳାଯିବ । ସେହିପରି ପ୍ରଥମ ଦିନିକିଆ ଜାନୁଆରୀ  ୧୦ରେ ଗୌହାଟି, ଦ୍ୱିତୀୟ ଦିନିକିଆ ଜାନୁଆରୀ ୧୨ରେ କୋଲକାତା ଏବଂ ତୃତୀୟ ଦିନିକିଆ ଜାନୁଆରୀ ୧୫ରେ ତ୍ରିଭେନ୍ଦ୍ରମରେ ଖେଳାଯିବ ।