ନିଜ ଟେଷ୍ଟ କ୍ୟାରିୟରର ୩୦ତମ ଶତକ ହାସଲ କରିବାରେ ସକ୍ଷମ ହୋଇଛନ୍ତି ବିରାଟ । ଶେଷଥର ପାଇଁ ୨୦୨୩ରେ ହୋଇଥିବା ଟେଷ୍ଟ କ୍ରିକେଟରେ ବିରାଟ ଶତକ ହାସଲ କରିଥିଲେ । ଅନ୍ୟପଟେ ଅଷ୍ଟ୍ରେଲିଆରେ ଏହା ବିରାଟଙ୍କ ୭ ନମ୍ୱର ଶତକ ହୋଇଥିବା ସମୟରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୦ ନମ୍ୱର ଶତକ ।
Trending Photos
Cricket News: ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍ ଖୁବ ଦମଦାର ହୋଇଛି । ଖେଳର ଦ୍ୱିତୀୟ ଇନିଂସରେ ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି ଚମତ୍କାର ପ୍ରଦର୍ଶନ କରିଛନ୍ତି । ନିଜ ଟେଷ୍ଟ କ୍ୟାରିୟରର ୩୦ତମ ଶତକ ହାସଲ କରିବାରେ ସକ୍ଷମ ହୋଇଛନ୍ତି ବିରାଟ । ଶେଷଥର ପାଇଁ ୨୦୨୩ରେ ହୋଇଥିବା ଟେଷ୍ଟ କ୍ରିକେଟରେ ବିରାଟ ଶତକ ହାସଲ କରିଥିଲେ । ଅନ୍ୟପଟେ ଅଷ୍ଟ୍ରେଲିଆରେ ଏହା ବିରାଟଙ୍କ ୭ ନମ୍ୱର ଶତକ ହୋଇଥିବା ସମୟରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୦ ନମ୍ୱର ଶତକ ।
ଶତକ ହାସଲ କରିବା ପରେ ଟିମ୍ ଇଣ୍ଡିଆର ଅଧିନାୟକ ଯଶପ୍ରୀ ବୁମ୍ରା ପାଳି ଘୋଷଣା କରିଛନ୍ତି। ଭାରତ ୪୮୭ ରନ କରିବା ପରେ ଇନିଂସ ଘୋଷଣା କରିଥିଲା ସେତେବଳକୁ ୬ ୱିକେଟ ହରାଇଥିଲା ଦଳ। ଫଳରେ ଅଷ୍ଟ୍ରେଲିଆକୁ ପର୍ଥ ଟେଷ୍ଟ ଜିତିବା ପାଇଁ ୫୩୪ ରନ୍ କରିବାକୁ ପଡିବ । ଭାରତ ପ୍ରଥମ ଇନିଂସରେ ୧୫୦ ରନ ହାସଲ କରିଥିବା ସମୟରେ ଅଷ୍ଟ୍ରେଲିଆ ମାତ୍ର ୧୦୪ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ସେ ପର୍ଥ ଭଳି ପିଚ୍ରେ ଶତକ ହାସଲ କରି କ୍ରିକେଟ୍ ପ୍ରଶଂସକଙ୍କ ହୃଦୟ ଜିଣିଛନ୍ତି । ଆପଣଙ୍କୁ କହିରଖୁଛୁ ଯେ, ୨୦୧୮ରେ ମଧ୍ୟ ପର୍ଥରେ ଶତକ ହାସଲ କରିଥିଲେ ବିରାଟ । ଦ୍ୱିତୀୟ ଇନିଂସରେ ବିରାଟ ଶତକ ସହ ଅପରାଜିତ ରହିଥିବା ସମୟରେ ଓପନର ଯଶସ୍ୱୀ ଜୈସୱାଲ ୧୬୧ ରନର୍ ଇନିଂସ ଖେଳିଛନ୍ତି। କେଏଲ ରାହୁଲ ୭୭ ଏବଂ ନୀତୀଶ କୁମାର ରେଡ୍ଡୀ ୨୭ ବଲରେ ଅପରାଜିତ ୩୮ ରନ୍ ହାସଲ କରିଥିଲେ ।
Also Read- Surya Gochar 2024: ୨୦ ଦିନ ପରେ ଧନୁ ରାଶିରେ ସୂର୍ଯ୍ୟଙ୍କ ଚଳନ, ୩ ରାଶିରେ ବଡ଼ ପ୍ରଭାବ
Also Read- ୨୫ ନଭେମ୍ୱରରେ ପୁରୀ ଯାଉଛନ୍ତି କି ? ୪ ଘଣ୍ଟା ଦର୍ଶନ ବନ୍ଦ