Team India Squad for NZ and AUS Series: ବିସିସିଆଇର ନୂତନ ଚୟନ କମିଟି ଜାନୁଆରୀ ୧୮ରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଓ ଟି-20 ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଦଳ ଘୋଷଣା କରିଛି । ଏହା ବ୍ୟତୀତ ବିସିସିଆଇର ନୂତନ ଚୟନ କମିଟି ମଧ୍ୟ ଫେବୃଆରୀ ୯ରୁ ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ୍ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି ।
Trending Photos
Team India Squad for NZ and AUS Series: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ର ଚୟନ କମିଟି ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷ କ୍ରିକେଟ୍ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି । ଜାନୁଆରୀ ୧୮ରୁ ଫେବୃଆରୀ ୧ ପର୍ଯ୍ୟନ୍ତ ଭାରତକୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଓ ଟି-20 ସିରିଜ୍ ଖେଳିବାର ଅଛି । ଏହା ପରେ ଟିମ୍ ଇଣ୍ଡିଆକୁ ଫେବୃଆରୀ ୯ରୁ ମାର୍ଚ୍ଚ ୨୨ ମଧ୍ୟରେ ଅଷ୍ଟ୍ରେଲିଆ ବିପକ୍ଷରେ ଚାରି ମ୍ୟାଚ୍ ଟେଷ୍ଟ ସିରିଜ୍ ଓ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବାର ଅଛି ।
ଚେତନ ଶର୍ମାଙ୍କ ନେତୃତ୍ୱରେ ବିସିସିଆଇର ନୂତନ ଚୟନ କମିଟି ଜାନୁଆରୀ ୧୮ରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଓ ଟି-20 ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଦଳ ଘୋଷଣା କରିଛି । ଏହା ବ୍ୟତୀତ ବିସିସିଆଇର ନୂତନ ଚୟନ କମିଟି ମଧ୍ୟ ଫେବୃଆରୀ ୯ରୁ ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ୍ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି ।
India’s squad for NZ ODIs:
Rohit Sharma (C), Shubman Gill, Ishan Kishan, Virat Kohli, Shreyas Iyer, Suryakumar Yadav, KS Bharat (wk), Hardik Pandya (vc), Washington Sundar, Shahbaz Ahmed, Shardul Thakur, Yuzvendra Chahal, Kuldeep Yadav, Mohd. Shami, Mohd. Siraj, Umran Malik— BCCI (@BCCI) January 13, 2023
ଏଠାରେ କହି ରଖୁଛୁ ଯେ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାକୁ ଅଧିନାୟକ କରାଯାଇଥିବାବେଳେ ଦିନିକିଆ ସିରିଜ ପାଇଁ ରୋହିତ ଶର୍ମାଙ୍କୁ ଟିମ୍ ଇଣ୍ଡିଆର କମାଣ ଦିଆଯାଇଛି । ସେହିପରି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ ରୋହିତ ଶର୍ମାଙ୍କୁ ଅଧିନାୟକତ୍ୱ ଦାୟିତ୍ୱ ମିଳିଛି ।
India’s squad for NZ T20Is:
Hardik Pandya (C), Suryakumar Yadav (vc), Ishan Kishan (wk), R Gaikwad, Shubman Gill, Deepak Hooda, Rahul Tripathi, Jitesh Sharma (wk), Washington Sundar, Kuldeep Yadav, Y Chahal, Arshdeep Singh, Umran Malik, Shivam Mavi, Prithvi Shaw, Mukesh Kumar— BCCI (@BCCI) January 13, 2023
ନ୍ୟୁଜିଲ୍ୟାଣ୍ଡ ଦଳର ଭାରତ ଗସ୍ତ
ଦିନିକିଆ ସିରିଜ
ଜାନୁଆରୀ ୧୮ରେ ପ୍ରଥମ ଦିନିକିଆ ହାଇଦ୍ରାବାଦରେ ଖେଳାଯିବ । ଏହା ପରେ ଜାନୁଆରୀ ୨୧ରେ ଦ୍ୱିତୀୟ ଦିନିକିଆ ରାୟପୁରରେ ଖେଳାଯିବ । ସେହିପରି ଜାନୁଆରୀ ୨୪ରେ ତୃତୀୟ ଦିନିକିଆ ଇନ୍ଦୌରରେ ଖେଳାଯିବ ।
ଟି-20 ସିରିଜ
ଅନ୍ୟପଟେ ଜାନୁଆରୀ ୨୭ରେ ପ୍ରଥମ ଟି-20 ମ୍ୟାଚ୍ ରାଞ୍ଚିରେ ଖେଳାଯିବ । ଜାନୁଆରୀ ୨୯ରେ ଦ୍ୱିତୀୟ ଟି-20 ମ୍ୟାଚ୍ ଲକ୍ଷ୍ନୌରେ ଖେଳାଯିବ ଓ ଫେବୃଆରୀ ୧ରେ ତୃତୀୟ ତଥା ଶେଷ ଟି-20 ଅହମ୍ମଦାବାଦରେ ଖେଳାଯିବ ।
ଅଧିକ ପଢ଼ନ୍ତୁ:-କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ କଲେ ଘୋଷଣା, ମାତ୍ର ୫୫ ଟଙ୍କା ପ୍ରତି ଲିଟର ମିଳିବ ପେଟ୍ରୋଲ; ପଢ଼ନ୍ତୁ ପୂରା ଖବର
ଅଧିକ ପଢ଼ନ୍ତୁ:-OMG! ଯଦି ଏହି ଦିନ ନ ଗାଧୋଇବେ ତ ଆପଣ ସାତ ଜନ୍ମ ପର୍ଯ୍ୟନ୍ତ ରହିବେ ଦରିଦ୍ର
ଅଧିକ ପଢ଼ନ୍ତୁ:-ଏୟାରଟେଲର ସବୁଠାରୁ ଦମଦାର୍ ପ୍ଲାନ୍; କେବଳ ୨୮୦ ଟଙ୍କାରେ ବର୍ଷସାରା ଫ୍ରି ଟକଟାଇମ୍, OTT, SMS ଏବଂ ଡାଟା ବି ମିଳିବ ମାଗଣା
ଅଧିକ ପଢ଼ନ୍ତୁ:-ପ୍ରସିଦ୍ଧ ଅଭିନେତାଙ୍କ ଖୁଲାସା, 'ନିଜ ଭାଇଙ୍କ ସହ ଲିଭ୍-ଇନରେ ରହୁଛନ୍ତି ମୋ ପତ୍ନୀ, ଯିଏ କନ୍ୟାଦାନ କରିଛନ୍ତି ତାଙ୍କ ସହ...'