Indian Cricket Team: କାହିଁକି ଖଣ୍ଡ ଖଣ୍ଡ ହୋଇ ୱେଷ୍ଟଇଣ୍ଡିଜ ଠାରେ ପହଞ୍ଚୁଛି ଟିମ ଇଣ୍ଡିଆ? ବିରାଟ ଏବଂ ରୋହିତ କେବେ କରିବେ ବିଦାୟ ନେବେ, ସବୁକିଛି ଜାଣ
Advertisement
Article Detail0/zeeodisha/odisha1761142

Indian Cricket Team: କାହିଁକି ଖଣ୍ଡ ଖଣ୍ଡ ହୋଇ ୱେଷ୍ଟଇଣ୍ଡିଜ ଠାରେ ପହଞ୍ଚୁଛି ଟିମ ଇଣ୍ଡିଆ? ବିରାଟ ଏବଂ ରୋହିତ କେବେ କରିବେ ବିଦାୟ ନେବେ, ସବୁକିଛି ଜାଣ

Team India Squad: ଆସନ୍ତା ୧୨ ତାରିଖରୁ ଆରମ୍ଭ ହେଉଛି ଭାରତ-ୱେଷ୍ଟଇଣ୍ଡିଜ ସିରିଜ। ଏହି ସିରିଜ ପାଇଁ ଭାରତୀୟ ଦଳର ୱେଷ୍ଟ ଇଣ୍ଡିଜ ଯାତ୍ରା ଆରମ୍ଭ ହୋଇଯାଇଛି।

Indian Cricket Team: କାହିଁକି ଖଣ୍ଡ ଖଣ୍ଡ ହୋଇ ୱେଷ୍ଟଇଣ୍ଡିଜ ଠାରେ ପହଞ୍ଚୁଛି ଟିମ ଇଣ୍ଡିଆ? ବିରାଟ ଏବଂ ରୋହିତ କେବେ କରିବେ ବିଦାୟ ନେବେ, ସବୁକିଛି ଜାଣ

Team India West Indies Tour 2023: ଜୁଲାଇ ୧୨ ତାରିଖରୁ ଆରମ୍ଭ ହେଉଥିବା ୱେଷ୍ଟଇଣ୍ଡିଜ ସିରିଜ ପାଇଁ ଆରମ୍ଭ ହୋଇଯାଇଛି ଭାରତୀୟ ଦଳର ଯାତ୍ରା। ଭାରତୀୟ ଦଳ ଆୟୋଜକ ୱେଷ୍ଟଇଣ୍ଡିଜ୍ ସହ ଦୁଇଟି ଟେଷ୍ଟ, ତିନୋଟି ଦିନିକଆ, ପାଞ୍ଚଟି ଟି-୨୦ ମ୍ୟାଚ ଖେଳିବ। ଟେଷ୍ଟ ଏବଂ ଦିନିକିଆ ପାଇଁ ବିସିସିଆଇ ପକ୍ଷରୁ ଭାରତୀୟ ଦଳ ଘୋଷଣା ହୋଇସାରିଛି। ଏହି ସିରିଜ ପାଇଁ ଭାରତୀୟ ଦଳର ଅନେକ ଖେଳାଳି ଶୁକ୍ରବାର ୱେଷ୍ଟଇଣ୍ଡିଜ ଠାରେ ପହଞ୍ଚୁଛନ୍ତି। ହେଲେ ଭାରତୀୟ ଦଳର ୱେଷ୍ଟଇଣ୍ଡିଜ ଯାତ୍ରାକୁ ନେଇ ଆସିଛି ଏତ ବଡ଼଼ ଖବର। ଗୁରୁବାର ଠାରୁ ଭାଗ ଭାଗ ହୋଇ ଭାରତୀୟ ଖେଳାଳି ୱେଷ୍ଟଇଣ୍ଡିଜ୍ ଅଭିମୁଖେ ଯାତ୍ରା କରିଛନ୍ତି। ହେଲେ ଏହି ସିରଜ ପାଇଁ କାହିଁକି ଭାରତୀୟ ଦଳ ଭାଗ ଭାଗ ହୋଇ ୱେଷ୍ଟଇଣ୍ଡିଜ୍ ଅଭିମୁଖେ ଯାତ୍ରା କରୁଛି ତାହାର ଏକ ବଡ଼ କାରଣ ସାମ୍ନାକୁ ଆସିଛି। ଏନେଇ ମିଳିଥିବା ଖବର ଅନୁସାରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଗୋଟିଏ ବିମାନରେ ଯାତ୍ରା କରିବା ଖେଳାଳିଙ୍କ ପାଇଁ ଟିକେଟ ଯୋଗାଡ଼ କରିପାରିଲା ନାହିଁ।

ପ୍ରଥମ ବ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ ଯାତ୍ରା କରୁଥିବା ଖେଳାଳି ଆମେରିକା, ଲଣ୍ଡନ ଏବଂ ନେଦରଲ୍ୟାଣ୍ଡ ହୋଇ କାରିବିଆନ୍ ଦେଶରେ ପହଞ୍ଚିବେ। ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଯଥାକ୍ରମେ ପ୍ୟାରିସ ଏବଂ ଲଣ୍ଡନ ଠାରୁ ୱେଷ୍ଟଇଣ୍ଡିଜ ଅଭିମୁଖେ ଯାତ୍ରା କରିବେ। ଉଭୟ ଖେଳାଳୀ ଏବେ ନିଜ ପରିବାର ସହିତ ଛୁଟି କଟାଉଛନ୍ତି। ଇଣ୍ଡିଆନ୍ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳର ଏହି ବରିଷ୍ଠ ଖେଳାଳି ଆସନ୍ତା ସପ୍ତାହରେ ୱେଷ୍ଟଇଣ୍ଡିଜ୍ ଠାରେ ପହଞ୍ଚିଯିବେ।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ୨  ମ୍ୟାଚ୍ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତୀୟ ଦଳ ମଧ୍ୟ ଏକ ଅଭ୍ୟାସ ମ୍ୟାଚ୍ ଖେଳିବ। ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱାରେ ଭାରତ ୱେଷ୍ଟଇଣ୍ଡିଜ ବିପକ୍ଷ ଏହି ସିରିଜ୍ ମାଧ୍ୟମରେ ଆଗାମୀ 
୨୦୨୩-୨୫ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଅଭିଯାନ ଆରମ୍ଭ କରିବ। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ମୁକାବିଲାରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ମ୍ୟାଚ ଖେଳିଥିଲା। ୱେଷ୍ଟଇଣ୍ଡିଜ୍ ଶେଷ ଥର ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଟେଷ୍ଟ ମ୍ୟାଚ୍ ଖେଳିଥିଲା।

ଭାରତ-ୱେଷ୍ଟ ଇଣ୍ଡିଜ ମଧ୍ୟରେ ଏ ପର୍ଯ୍ୟନ୍ତ ୯୮ ଟେଷ୍ଟ ମ୍ୟାଚ୍ ଅନୁଷ୍ଠିତ ହୋଇସାରିଛି। ଯେଉଁଥିରୁ ଭାରତ ୨୨ ଏବଂ ୱେଷ୍ଟଇଣ୍ଡିଜ୍ ୩୦ ମ୍ୟାଚ୍ ଜିତିଛି। ଗତ ୨୦୧୯ ବର୍ଷରେ ଆୟୋଜିତ ହୋଇଥିବା ଟେଷ୍ଟ ମୁକାବିଲାରେ ଶେଷ ଥର ପାଇଁ ମୁହାଁମୁହିଁ ହୋଇଥିଲେ ଉଭୟ ଦଳ। ୨-୦ ବ୍ୟବଧାନରେ ଭାରତ ଏହି ସିରିଜ ଜିତି ନେଇଥିଲା। ଏଥର ଆୟୋଜକ ଦଳ ୱେଷ୍ଟଇଣ୍ଡିଜ ବିରୋଧରେ ଭାରତୀୟ ଦଳର ପଲ୍ଲା ଅଧିକ ଭାରୀ ରହିଛି।

ମାତ୍ର ଭାରତୀୟ ଦଳର ପେସ୍ ବୋଲି ଟିକେ ଅନଭିଜ୍ଞ ଦେଖାଯାଉଛି। ଦଳରେ ମହମ୍ମଦ ଶାମି ଏବଂ ଜସପ୍ରୀତ ବୁମରାଙ୍କ ଭଳି କୌଣସି ଅଭିଜ୍ଞ ବୋଲର ନାହାଁନ୍ତି। ଶାମି ଏବଂ ବୁମରାଙ୍କ ଅନୁପସ୍ଥିତିରେ ମହମ୍ମଦ ସିରାଜ ଦ୍ରୁତ ବୋଲର ଭାବରେ ଦଳର ପ୍ରତିନିଧିତ୍ୱ କରିବେ। ତାଙ୍କୁ ଅନ୍ୟ ଭାଗରୁ ଶାର୍ଦ୍ଦୁଳ ଠାକୁର, ଜୟଦେବ ଉନାଦକତ, ନବଦୀପ ସୈନି ଏବଂ ମୁକେଶ କୁମାର ସମର୍ଥନ କରିବେ।

ଭାରତୀୟ ଦଳ 
ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଋତୁରାଜ ଗାଇକୱାଡ, ବିରାଟ କୋହଲି, ଯଶସ୍ୱୀ ଜୈସ୍ୱାଲ, ଆଜିଙ୍କ୍ୟ ରାହାଣେ (ଉପ-ଅଧିନାୟକ), କେ.ଏସ୍ ଭରତ (ୱିକେଟ୍ କିପର), ଇଶାନ କିଶନ (ୱିକେଟ୍ କିପର), ଆର ଅଶ୍ୱିନ୍, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ମହମ୍ମଦ୍ ସିରାଜ, ମୁକେଶ କୁମାର, ଜୟଦେବ ଉନାଦକତ, ନବଦୀପ ସୈନି।