Hockey World Cup 2023: ଭାରତୀୟ ହକି ଟିମକୁ ବଡ଼ ଝଟକା, ଦଳରୁ ଆଉଟ ହେଲେ ଏହି ପ୍ରଭାବଶାଳୀ ଖେଳାଳି
Advertisement
Article Detail0/zeeodisha/odisha1531975

Hockey World Cup 2023: ଭାରତୀୟ ହକି ଟିମକୁ ବଡ଼ ଝଟକା, ଦଳରୁ ଆଉଟ ହେଲେ ଏହି ପ୍ରଭାବଶାଳୀ ଖେଳାଳି

Hardik Singh injured: ମ୍ୟାଚ୍ ସମୟରେ ଆହତ ହୋଇଛନ୍ତି ମିଡ୍ ଫିଲ୍ଡର ହାର୍ଦ୍ଧିକ ସିଂ। ତାଙ୍କର ବଡ଼ ଧରଣର ଆଘାତ ସମସ୍ୟା ନଥିଲେ ହକି ଇଣ୍ଡିଆ ତାଙ୍କ ବାଦ୍‌ ନଦେଇ କେବଳ ୱେଲ୍ସ ବିପକ୍ଷରେ ନ ଖେଳାଇ ବିଶ୍ରାମ ଦେଇପାରେ। ପରବର୍ତୀ ମ୍ୟାଚ୍‌ ପାଇଁ ପ୍ରସ୍ତୁତ ରଖିବାର ସମ୍ଭାବନା ରହିଛି।

Hockey World Cup 2023: ଭାରତୀୟ ହକି ଟିମକୁ ବଡ଼ ଝଟକା, ଦଳରୁ ଆଉଟ ହେଲେ ଏହି ପ୍ରଭାବଶାଳୀ ଖେଳାଳି

Hockey World Cup 2023: ଆଗାମୀ ମ୍ୟାଚ୍ ପୂର୍ବରୁ ଭାରତର ହକି ଟିମକୁ ଜୋରଦାର ଝଟକା। ଭାରତର ଆକ୍ରମଣକାରୀ ମିଡଫିଲ୍ଡର ହାର୍ଦ୍ଧିକ ସିଂଙ୍କୁ ମାଂସପେଶୀରେ ଆଘାତ ହେତୁ ୱେଲ୍ସ ବିପକ୍ଷ ଏଫ୍‌ଆଇ ହକି ବିଶ୍ୱକପ୍‌ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରୁ ବାଦ ପଡିଛନ୍ତି। ଦଳ ପାଇଁ ଟୁର୍ଣ୍ଣାମେଣ୍ଟର ଅନ୍ୟତମ ପ୍ରଭାବଶାଳୀ ପ୍ରଦର୍ଶନକାରୀ ୨୪ର୍ଷୀୟ ହାର୍ଦ୍ଧିକ ସ୍ପେନ ବିପକ୍ଷରେ ଭାରତକୁ ୨-୦ ଗୋଲରେ ସ୍କୋର କରିଥିଲେ ଏବଂ ପରେ ରବିବାର ଇଂଲଣ୍ଡ ବିପକ୍ଷ ଗୋଲ୍ ଡ୍ର ସମୟରେ ଅନେକ ସୁଯୋଗ ସୃଷ୍ଟି କରିଥିଲେ।

ରାଉରକେଲାରେ(Rourkela Stadium) ଇଂଲଣ୍ଡ ବିପକ୍ଷ ମ୍ୟାଚରେ ହାର୍ଦ୍ଧିକ ଆହତ(Hardik Singh Injured) ହୋଇଥିଲେ। ଆୟୋଜକ ଭାରତ ଗୁରୁବାର ରାଉରକେଲାର ବିର୍ସାମୁଣ୍ଡାରେ ୱେଲ୍ସ ଟିମ ସହ ମୁହାଁମୁହିଁ ହେବେ। ତେବେ ତାଙ୍କ ସ୍ଥିତିକୁ ନେଇ ଏକ ଔପଚାରିକ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। ଦଳର ନିକଟ ସୂତ୍ରରୁ ପ୍ରକାଶ ଯେ ବିକଳ୍ପ ଖେଳାଳିଙ୍କ ଉପରେ କୌଣସି ପ୍ରକାରର ନିଷ୍ପତ୍ତି ନିଆଯାଇ ନାହିଁ ଏବଂ ଭବିଷ୍ୟତରେ ଦଳ ଏପରି ନିଷ୍ପତ୍ତି ନେବା ମଧ୍ୟ କିଛି ଅସମ୍ଭବ ନୁହେଁ।

ହାର୍ଦ୍ଧିକଙ୍କ ଏମଆରଆଇ(MRI) ଏବଂ ଅନ୍ୟାନ୍ୟ ସ୍କାନ(Scan) କରାଯାଇଥିଲା । ତେବେ ଏହା ମଧ୍ୟ ଜାଣିବାକୁ ପାଇଛନ୍ତି ଯେ ଏଭଳି ପରିସ୍ଥିତିରେ ଆଘାତ ହେବାର ସମ୍ଭାବନା ଥିବାରୁ ଦଳ ପରିଚାଳନା ତାଙ୍କୁ ୱେଲ୍ସ ବିପକ୍ଷରେ ଖେଳିବାକୁ ବିରୋଧ କରୁଛି। ରବିବାର ଦିନ, ଯେତେବେଳେ ଖେଳ ଶେଷ ହେବାକୁ ମାତ୍ର ତିନି ମିନିଟ୍ ବାକି ରହିଥିଲା, ହାର୍ଦ୍ଧିକ ଛୋଟେଇ ଛୋଟେଇ ପଡ଼ିଆରୁ ବାହାରିଯାଇଥିଲେ। ମ୍ୟାଚ୍ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ(Press Meet) ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ୍ ରିଡ କହିଛନ୍ତି ଯେ ହାର୍ଦ୍ଧିକଙ୍କ ଆଘାତ ଏତେ ଗମ୍ଭୀର ନହୋଇଥିଲେ ବି ନିରୀକ୍ଷଣ ରେ ରଖିବା ଜରୁରୀ।

ତେବେ ପ୍ରାଥମିକ ଅବସ୍ଥାରୁ ଯାହା ଜଣାପଡ଼ୁଛି ସେ କଳିଙ୍ଗ ଷ୍ଟାଡିୟମରେ(Kalinga Stadium) ଗୁରୁବାର ଖେଳାଯିବାକୁ ଥିବା ୱେଲ୍ସ ବିପକ୍ଷ ଶେ‌ଷ ପୁଲ୍‌ ମ୍ୟାଚ୍‌ରେ ପ୍ରାୟତଃ ଖେଳିନପାରନ୍ତି। ତାଙ୍କ ଆଘାତ କେତେ ଜଟିଳ ତାହା ଜଣା ପଡ଼ିନି। ଗତକାଲି ତାଙ୍କର ସ୍କାନ୍‌ କରାଯାଇଛି। ହେଲେ ତାହାର ରିପୋର୍ଟ ଆସିନଥିବାରୁ ହକି ଇଣ୍ଡିଆ କିଛି ସ୍ପଷ୍ଟ କରିନି। ସେହିପରି ଯଦି ହାର୍ଦ୍ଧିକ ବାଦ୍ ପଡ଼ନ୍ତି ରିଜର୍ଭ ଖେଳାଳି ଥିବା ରାଜକୁମାର ପାଲ ୧୮ ଜଣିଆ ଦଳରେ ତାଙ୍କ ସ୍ଥାନ ନେଇ ପାଇପାରନ୍ତି। 

Also Read: Shilpi Khuntia Suicide Case: 'ଶିଳ୍ପୀଙ୍କୁ ହତ୍ୟା କରିଛି ସ୍ୱାମୀ', ସନ୍ତୋଷ ଖୁଣ୍ଟିଆକୁ ଗିରଫ କଲା ପୋଲିସ

Also Read: IND vs SL: ଭାରତଠୁ ଲଜ୍ଜାଜନକ ପରାଜୟ ପରେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡରେ ହଙ୍ଗାମା, ନେଲା ଏହି ବଡ଼ ପଦକ୍ଷେପ