ODI World Cup 2023: ଭାରତରେ ହେବନି ୨୦୨୩ ବିଶ୍ୱକପ? ସାମ୍ନାକୁ ଆସିଲା ବଡ଼ କାରଣ
Advertisement
Article Detail0/zeeodisha/odisha1489872

ODI World Cup 2023: ଭାରତରେ ହେବନି ୨୦୨୩ ବିଶ୍ୱକପ? ସାମ୍ନାକୁ ଆସିଲା ବଡ଼ କାରଣ

ODI World Cup 2023: ଟିକସ ବିବାଦକୁ ନେଇ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ମଧ୍ୟରେ ବିବାଦ ଲାଗି ରହିଛି । ଉଭୟଙ୍କ ମଧ୍ୟରେ ଏହି ବିବାଦ ବିଶ୍ୱକପ୍ ଆୟୋଜନକୁ ଭାରତ ଠାରୁ ଛଡ଼ାଇ ନିଆଯାଇପାରେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦିନିକିଆ ବିଶ୍ୱକପ ୨୦୨୩ ଆୟୋଜନ ପାଇଁ ଆଇସିସି ଭାରତ ସରକାରଙ୍କଠାରୁ ଟିକସ ଛାଡ ବ୍ୟବସ୍ଥା କରିବାକୁ ବିସିସିଆଇକୁ କହିଛି । 

ODI World Cup 2023: ଭାରତରେ ହେବନି ୨୦୨୩ ବିଶ୍ୱକପ? ସାମ୍ନାକୁ ଆସିଲା ବଡ଼ କାରଣ

ODI World Cup 2023: ୨୦୨୩ର ଆଗମନ ହେବାକୁ ଯାଉଛି । ଆଉ ଏହି ବର୍ଷର ଶେଷ ଆଡ଼କୁ ଦିନିକିଆ ବିଶ୍ୱକପ୍ (ODI World Cup 2023) ଅନୁଷ୍ଠିତ ହେବାର ଅଛି । ଏହି ଦିନିକିଆ ବିଶ୍ୱକପ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି । କିନ୍ତୁ ଏପରି କିଛି ଘଟିଛି ଯାହା ଭାରତର ଆୟୋଜନ ପ୍ରତି ବିପଦ ସୃଷ୍ଟି କରୁଛି । ଟିକସ ବିବାଦକୁ ନେଇ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ମଧ୍ୟରେ ବିବାଦ ଲାଗି ରହିଛି । ଉଭୟଙ୍କ ମଧ୍ୟରେ ଏହି ବିବାଦ ବିଶ୍ୱକପ୍ ଆୟୋଜନକୁ ଭାରତ ଠାରୁ ଛଡ଼ାଇ ନିଆଯାଇପାରେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦିନିକିଆ (ODI) ବିଶ୍ୱକପ ୨୦୨୩ ଆୟୋଜନ ପାଇଁ ଆଇସିସି ଭାରତ ସରକାରଙ୍କଠାରୁ ଟିକସ ଛାଡ ବ୍ୟବସ୍ଥା କରିବାକୁ ବିସିସିଆଇକୁ କହିଛି । ତେବେ ଏହା ଘଟିବା କଷ୍ଟକର । କାରଣ ଭାରତ ସରକାର କୌଣସି ପ୍ରକାର ଘଟଣାରେ ଏଭଳି ରିହାତି ପ୍ରଦାନ କରନ୍ତି ନାହିଁ ।

୨୦୧୬ ମସିହାରେ ଯେତେବେଳେ ଭାରତ ଟି-20 ବିଶ୍ୱକପ (T20 World Cup) ଆୟୋଜନ କରିଥିଲା, ସେତେବେଳେ ମଧ୍ୟ ଏହି ବିବାଦ ଆଇସିସି (ICC) ଓ ବିସିସିଆଇ (BCCI) ମଧ୍ୟରେ ଦେଖାଦେଇ ଥିଲା । ସେତେବେଳେ ବିସିସିଆଇ ଭାରତ ସରକାର (Indian Govt) ଙ୍କ ଠାରୁ ଏହି ରିହାତି ପାଇପାରି ନଥିଲା । ଶେଷରେ ଆଇସିସିକୁ ତାର ଅଂଶର ୧୯୦ କୋଟି ଟଙ୍କା ଦେବାକୁ ପଡିଥିଲା । ସମାନ ପରିସ୍ଥିତି ପୁଣି ଉଠିଛି, ଆଇସିସିର ନୀତି ଅନୁଯାୟୀ, ଆଇସିସି କାର୍ଯ୍ୟକ୍ରମ ଆୟୋଜନ କରୁଥିବା ଦେଶକୁ ତାଙ୍କ ସରକାର ସହ ସମନ୍ୱୟ ରକ୍ଷା କରିବାକୁ ପଡିବ ଓ ଟିକସ ଛାଡ ପାଇଁ ବ୍ୟବସ୍ଥା କରିବାକୁ ପଡିବ । ଯଦି ୨୦୨୩ ଦିନିକିଆ ବିଶ୍ୱକପ ପାଇଁ ବିସିସିଆଇ (BCCI) ଏହା କରେ ନାହିଁ, ତେବେ ଆଇସିସିକୁ ନିଜର ୧୯୦ କୋଟି ଟଙ୍କା ଅଂଶ ଦେବାକୁ ପଡିବ ।

ଏହା ବି ପଢ଼ନ୍ତୁ:-ଫାଇନାଲ ପୂର୍ବରୁ ଆର୍ଜେଣ୍ଟିନାକୁ ଲାଗିଲା ବଡ଼ ଝଟକା, ଲିଓନେଲ ମେସି ଆହତ!

ଏହା ବି ପଢ଼ନ୍ତୁ:-ବାଂଲାଦେଶ ସିରିଜରେ ନିଜର ଶେଷ ଟେଷ୍ଟ ଖେଳୁଛନ୍ତି ଏହି କ୍ରିକେଟର? ପୁଣି ଥରେ ସୁଯୋଗ ମିଳିବା କଷ୍ଟକର!

ଏହା ବି ପଢ଼ନ୍ତୁ:-ପୁରୁଷମାନେ ରାତିରେ ଶୋଇବା ପୂର୍ବରୁ କରନ୍ତୁ କେବଳ ଏହି କାମ, ଯୌନ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବରଦାନ!

ରିପୋର୍ଟରେ ଦାବି କରାଯାଇଛି ଯେ, ବିସିସିଆଇ (BCCI) ଏଥିପାଇଁ ପ୍ରସ୍ତୁତ ନୁହେଁ, ଏପରି ସ୍ଥଳେ ଯଦି ଏପରି ପରିସ୍ଥିତି ଉପୁଜେ ତେବେ ବିସିସିଆଇ (BCCCI) ଆଇସିସି (ICC) ବିରୋଧରେ କୋର୍ଟକୁ ଯାଇପାରେ । ଏହା ବ୍ୟତୀତ ଯଦି ଟିକସ ସମସ୍ୟାର ସମାଧାନ ନହୁଏ ଓ ଆଇସିସି (ICC) ଏହାର ଅଂଶ ପାଇବ ନାହିଁ, ତେବେ ସେ ହୋଷ୍ଟ ପରିବର୍ତ୍ତନ କରିବାକୁ ମଧ୍ୟ ବିଚାର କରିପାରେ । ଏଭଳି ପରିସ୍ଥିତିରେ ବିସିସିଆଇ (BCCI) ଶୀଘ୍ର ଏହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବ ।