ପ୍ରଥମ ବର୍ଗରେ ଦୁଇଜଣ ଅତିରିକ୍ତ ଡିଜିଳ ଆଇଜି ଓ ଡିଆଜିସ୍ତରୀୟ ଅଧିକାରୀ ରହିଛନ୍ତି। ସେମାନେ ହେଲେ ଅଗ୍ନିଶମ ଆଇଜି ଡ. ଦୀପକ କୁମାର ଏବଂ ଦକ୍ଷିଣାଞ୍ଚଳ ଡିଆଇଜି ଡ. ସାର୍ଥକ ଷଡ଼ଙ୍ଗୀ।
Trending Photos
ଭୁବନେଶ୍ୱର: ଉଲ୍ଲେଖନୀୟ କାର୍ଯ୍ୟ ଓ ଦକ୍ଷତା ପ୍ରଦର୍ଶନ ଲାଗି ରାଜ୍ୟର ୨୦ ଜଣ ପୁଲିସ କର୍ମୀଙ୍କୁ ରାଜ୍ୟପାଳ ପୁଲିସ ପଦକ ପ୍ରଦାନ କରାଯିବ। ଆସନ୍ତା ଗଣତନ୍ତ୍ର ଦିବସ ସମାରୋହରେ ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯିବ ବୋଲି ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ୬ଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯିବ।
ପ୍ରଥମ ବର୍ଗରେ ଦୁଇଜଣ ଅତିରିକ୍ତ ଡିଜିଳ ଆଇଜି ଓ ଡିଆଜିସ୍ତରୀୟ ଅଧିକାରୀ ରହିଛନ୍ତି। ସେମାନେ ହେଲେ ଅଗ୍ନିଶମ ଆଇଜି ଡ. ଦୀପକ କୁମାର ଏବଂ ଦକ୍ଷିଣାଞ୍ଚଳ ଡିଆଇଜି ଡ. ସାର୍ଥକ ଷଡ଼ଙ୍ଗୀ। ଦ୍ୱିତୀୟ ବର୍ଗରେ ମଧ୍ୟ ୨ ଜଣ ଆଇପିଏସ୍ଙ୍କ ନାଁ ରହିଛି। ସେମାନେ ହେଲେ, ଝାରସୁଗୁଡ଼ା ଏସ୍ପି ପାରମାରସ୍ମିଥ ପୁରୁଷୋତ୍ତମ ଦାସ ଏବଂ କଟକ ୬ଷ୍ଠ ବାଟାଲିୟନର କମାଣ୍ଡାଣ୍ଟ ସୂର୍ଯ୍ୟ ନାରାୟଣ ମଲ୍ଲିକ। ତୃତୀୟ ବର୍ଗରେ କଟକର ଅତିରିକ୍ତ ଭିଜିଲାନ୍ସ ଏସ୍ପି ସୁଶାନ୍ତ କୁମାର ବିଶ୍ୱାଳ ଏବଂ ଗଞ୍ଜାମର ଅତିରିକ୍ତ ଏସ୍ ପି ରାଜୀବ ଲୋଚନ ପଣ୍ଡା।
ଚତୁର୍ଥ ବର୍ଗରେ ସିଆଇଡି କ୍ରାଇମ୍ ବ୍ରାଞ୍ଚ ଇନ୍ସପେକ୍ଟର ଶ୍ରଦ୍ଧାଞ୍ଜଳୀ ପଣ୍ଡା, ବିଜୁ ପଟ୍ଟନାୟକ ପୁଲିସ ଟ୍ରେନିଂ ସ୍କୁଲ୍ର ଡ୍ରିଲ ଇନ୍ସପେ୍ଟକର ଅନୀଲ କୁମାର ମିଞ୍ଜ ଏବଂ ସମ୍ବଲପୁର ଭିଜିଲାନ୍ସର ଇନ୍ସପେକ୍ଟର ତୁଷାରକାନ୍ତ ମହାପାତ୍ର।
ପଞ୍ଚମ ବର୍ଗରେ ପରିର ସବ୍ଇନ୍ସପେକ୍ଟର ସୁଭାଷଚନ୍ଦ୍ର ପଣ୍ଡା, ନୂଆପଡ଼ାର ସବ୍ନ୍ସପେକ୍ଟର କ୍ଷୀରୋଦ ଚନ୍ଦ୍ର ବାଗ ଏବଂ ଭୁବନେଶ୍ୱରର ଏସ୍ଏସ୍ ବାଟାଲିଅନ ସବ୍ଇନ୍ସପେକ୍ଟରମନୋରଞ୍ଜନ ସମାଲ ରହିଛନ୍ତି।
ଜିଆର୍ପି କଟକର ଏଏସ୍ଆଇ ରବୀନ୍ଦ୍ର ନାଥ ଜେନା, ଝାରସୁଗୁଡ଼ା ବାଟାଲିଅନର ଏଏସ୍ଆଇ ବିଷ୍ଣୁ କୁମାର ବରୁଆ ଏବଂଭୁବନେଶ୍ୱର ସିଆଇଏସ୍ଏଫ ହାବିଲଦାର ମନୋଜ କୁମାର ଜେନାଙ୍କୁ ଷଷ୍ଠ ତଥା ଏଏସ୍ଆଇ, ହାବିଲ୍ଦାର ବର୍ଗରେ ଉଲ୍ଲେଖନୀୟ ସଫଳତା ଲାଗି ରାଜ୍ୟପାଳ ପଦକ ପ୍ରଦାନ କରାଯିବ ବୋଲି ପୁଲିସ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି।
ସିପାହୀ, କନଷ୍ଟେବଳ, ସହକାରୀ ଡ୍ରାଇଭର ବର୍ଗରେ ୫ ଜଣଙ୍କୁ ପୁରସ୍କୃତ କରାଯିବ। ସେମାନେ ହେଲେ, ବାଲେଶ୍ୱର ଭିଜିଲାନ୍ସ ଡିଭିଜନର କନଷ୍ଟେବଳ ପ୍ରମୋଦ କୁମାର ମହାନ୍ତ, କେନ୍ଦୁଝରର ଚିତ୍ତରଞ୍ଜନ ସାହୁ, ମାଲକାନଗିରି ବାଟାଲିଅନର ସିବାହୀ ଅମିତ କୁମାର ମଲ୍ଲିକ, ଅନଗୁଳର କନଷ୍ଟେବଳ ଅଶ୍ୱିନୀକାନ୍ତ ସାହୁ ଏବଂ ମାଲକାନଗିରିର କନଷ୍ଟେବଳ ଅର୍ଜୁନ କୁମାର ଜେନାଙ୍କୁ ରାଜ୍ୟପାଳ ପଦକ ମିଳିବ ବୋଲି ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି। ଏନେଇ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଏକ ବିଜ୍ଞପ୍ତି ଆଜି ପ୍ରକାଶ କରିଛନ୍ତି।
Also Read- Odisha Assembly: ୧୩ରୁ ବିଧାନସଭା, ୧୭ରେ ବଜେଟ୍
Also Read- RIP: ଓଡ଼ିଶା ଯାତ୍ରା ଜଗତରେ ଶୋକର କଳାବାଦଲ, ହୃଦଘାତରେ ଆଖି ବୁଜିଲେ...