Odisha News: ଏନଜିଓ ସଂସ୍ଥାର କର୍ମଚାରୀଙ୍କୁ ଖୁଣ୍ଟରେ ବାନ୍ଧିଲେ SSG ଗ୍ରୁପର ମହିଳା
Advertisement
Article Detail0/zeeodisha/odisha2199225

Odisha News: ଏନଜିଓ ସଂସ୍ଥାର କର୍ମଚାରୀଙ୍କୁ ଖୁଣ୍ଟରେ ବାନ୍ଧିଲେ SSG ଗ୍ରୁପର ମହିଳା

OdishaNews: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଂଚଳରେ ଦୀର୍ଘ ବର୍ଷ ହେବ ତାମିଲନାଡୁ ଅଂଚଳର ଧାନ ଫାଉଣ୍ଡେଶନ ନାମକ ଏକ ବେସରକାରୀ ସଂସ୍ଥା ନିଜର ଅଫିସ ଖୋଲି ଗ୍ରାମାଞ୍ଚଳର ମହିଳାଙ୍କୁ ବିଭିନ୍ନ ପ୍ରକାର ଲୋଭ ଦେଖାଇ ଗ୍ରୁପ ଗଠନ କରି ମାସକିଆ କିସ୍ତି ଆକାରରେ ଟଙ୍କା ଉଠାଇ ନିଜର ସାମ୍ରାଜ୍ୟ ବିସ୍ତାର କରି ଚାଲିଛନ୍ତି । 

Odisha News: ଏନଜିଓ ସଂସ୍ଥାର କର୍ମଚାରୀଙ୍କୁ ଖୁଣ୍ଟରେ ବାନ୍ଧିଲେ SSG ଗ୍ରୁପର ମହିଳା

Odisha News: SSG ଗ୍ରୁପର ମହିଳାଙ୍କର ଟଙ୍କା ହଡପ କରିଥିବା ଅଭିଯୋଗ କରି ଏନଜିଓ ସଂସ୍ଥାର କର୍ମଚାରୀଙ୍କୁ ଖୁଣ୍ଟରେ ବାନ୍ଧିଲେ ଗ୍ରୁପର ମହିଳା । ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଂଚଳରେ ଦୀର୍ଘ ବର୍ଷ ହେବ ତାମିଲନାଡୁ ଅଂଚଳର ଧାନ ଫାଉଣ୍ଡେଶନ ନାମକ ଏକ ବେସରକାରୀ ସଂସ୍ଥା ନିଜର ଅଫିସ ଖୋଲି ଗ୍ରାମାଞ୍ଚଳର ମହିଳାଙ୍କୁ ବିଭିନ୍ନ ପ୍ରକାର ଲୋଭ ଦେଖାଇ ଗ୍ରୁପ ଗଠନ କରି ମାସକିଆ କିସ୍ତି ଆକାରରେ ଟଙ୍କା ଉଠାଇ ନିଜର ସାମ୍ରାଜ୍ୟ ବିସ୍ତାର କରି ଚାଲିଥିଲା । ଧାନ ଫାଉଣ୍ଡେଶନ ଦ୍ୱାରା ଆମ୍ବଳିଅଠା ଗ୍ରାମର ୧୧ ଜଣ ମହିଳାଙ୍କୁ ନେଇ ‘ମା ମଙ୍ଗଳା କାଲା ଜିୟମ’ SSG ଗ୍ରୁପ ୨୦୧୫ ମେ ୧୫ରେ ଗଠନ ହୋଇଥିଲା ବେଳେ ବର୍ତମାନ ପର୍ଯ୍ୟନ୍ତ ସରକାରଙ୍କର ମିଶନ ଶକ୍ତିରେ ଏହା ପଞ୍ଜୀକୃତ ହୋଇ ନାହିଁ ।

ଗ୍ରୁପର ସଭାପତି , ସମ୍ପାଦକ ଓ ଧାନ ଫାଉଣ୍ଡେଶନର କର୍ମଚାରୀ ଚଂଚକତା କରି ଗ୍ରୁପର ମହିଳାଙ୍କ ନାମରେ ବ୍ୟାଙ୍କରୁ ଋଣ କରି ଲକ୍ଷାଧିକ ଟଙ୍କା ହଡପ କରିଥିବା ମହିଳାମାନେ ଜାଣିବାକୁ ପାଇଥିଲେ । ପରେ ଗ୍ରୁପର ମହିଳାମାନେ ଅର୍ଥ ଦାବି କରିବା ସହ ଧାନ ଫାଉଣ୍ଡେସନର ଦୁଇ କର୍ମଚାରୀଙ୍କୁ ଖୁଣ୍ଟରେ ବାନ୍ଧି ଦେଇଥିଲେ । ତେବେ ଉକ୍ତ ସ୍ଥାନରେ ଉତ୍ତେଜନା ଲାଗି ରହିଥିଲା ବେଳେ ଘଟଣା ସ୍ଥଳରେ ଜଳେଶ୍ୱର ପୋଲିସ ପହଂଚି ତଦନ୍ତ କରିଛି ।