କେନ୍ଦ୍ରାପଡ଼ା ଏସ୍‌ପି ନେଲେ କାର୍ଯ୍ୟାନୁଷ୍ଠାନ, ରାଜନଗର ASI ନିଲମ୍ୱିତ
Advertisement
Article Detail0/zeeodisha/odisha2453684

କେନ୍ଦ୍ରାପଡ଼ା ଏସ୍‌ପି ନେଲେ କାର୍ଯ୍ୟାନୁଷ୍ଠାନ, ରାଜନଗର ASI ନିଲମ୍ୱିତ

ରାଜନଗର ହଂସିଣାଗୁଳା ଅଞ୍ଚଳରେ ଦୋକାନ କରିଥିବା ପ୍ରମୋଦ ବିଶ୍ୱାଳଙ୍କ ଅଭିଯୋଗ ଅନୁଯାୟୀ, ୨୮ ସେପ୍ଟେମ୍ୱର ଦିନ ରାତି ୯ଟା୩୦ ସମୟରେ ସେ ଦୋକାନରେ ଥିଲେ । ସେହି ସମୟରେ ତାଙ୍କ ଦୋକାନ ନିକଟରେ ପହଞ୍ଚିଥିଲା ପୋଲିସ ଗାଡି ।

କେନ୍ଦ୍ରାପଡ଼ା ଏସ୍‌ପି ନେଲେ କାର୍ଯ୍ୟାନୁଷ୍ଠାନ, ରାଜନଗର ASI ନିଲମ୍ୱିତ

କେନ୍ଦ୍ରାପଡା: ନିଲମ୍ୱିତ ହେଲେ ରାଜନଗର ଥାନା ଏଏସ୍‌ଆଇ ନରେନ୍ଦ୍ର ସିଂହ । ବିନା କାରଣରେ ଜଣେ ଦୋକାନୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଏଏସଆଇଙ୍କ ନାଁରେ ଅଭିଯୋଗ ଆସିଥିଲା । ଘଟଣାରେ କେନ୍ଦ୍ରାପଡ଼ା ଏସ୍‌ପି କାର୍ଯ୍ୟାନୁଷ୍ଠାନ ନେଇ ଏଏସ୍‌ଆଇ ନରେନ୍ଦ୍ର ସିଂହଙ୍କୁ ନିଲମ୍ୱିତ କରିବା ସହ ଘଟଣାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ରାଜନଗର ହଂସିଣାଗୁଳା ଅଞ୍ଚଳରେ ଦୋକାନ କରିଥିବା ପ୍ରମୋଦ ବିଶ୍ୱାଳଙ୍କ ଅଭିଯୋଗ ଅନୁଯାୟୀ, ୨୮ ସେପ୍ଟେମ୍ୱର ଦିନ ରାତି ୯ଟା୩୦ ସମୟରେ ସେ ଦୋକାନରେ ଥିଲେ । ସେହି ସମୟରେ ତାଙ୍କ ଦୋକାନ ନିକଟରେ ପହଞ୍ଚିଥିଲା ପୋଲିସ ଗାଡି । ଗାଡିରୁ ଏଏସଆଇ ନରେନ୍ଦ୍ର ସିଂହ ଓହ୍ଲାଇ ଦୋକାନ ପାଖକୁ ଆସିବା ସହ ଏହା ଅଦ୍ୱୈତ ବିଶ୍ୱାଳଙ୍କ ଦୋକାନ କି ବୋଲି ପ୍ରମୋଦଙ୍କୁ ପଚାରିଥିଲେ । କିନ୍ତୁ ପ୍ରମୋଦ ମନା କରିବା ସହ ଅଦ୍ୱୈତ ବିଶ୍ୱାଳଙ୍କ ଘର କେଉଁଠି ତାହା କହିଥିଲେ । ତେବେ ପରେ ଏଏସ୍‌ଆଇ ନରେନ୍ଦ୍ର ସିଂହ ପୁଣିଥରେ ଦୋକାନ ନିକଟକୁ ଆସି ପ୍ରମୋଦଙ୍କୁ ଅନେକ ଗାଳିଗୁଲଜ କରିଥିଲେ । ଏଥିସହ ତାଙ୍କୁ ମାଡ ମଧ୍ୟ ମାରିଥିଲେ । ପ୍ରମୋଦ ଯନ୍ତ୍ରଣାରେ ଛଟପଟ ହେବା ପରେ ଘଟଣାସ୍ଥଳରୁ ପୋଲିସ ଗାଡି ଚାଲିଯାଇଥିଲା । ଏ ସମ୍ପର୍କରେ ପ୍ରମୋଦ କେନ୍ଦ୍ରାପଡା ଏସପିଙ୍କୁ ଅଭିଯୋଗ କରିଥିଲେ । ଯାହାର କାର୍ଯ୍ୟାନୁଷ୍ଠାନ ନେଇ ସମୃକ୍ତ ଏଏସଆଇଙ୍କୁ ନିଲମ୍ୱିତ କରିଛନ୍ତି ଏସପି ।

Also Read- Lucky Zodiac Sign: ଅକ୍ଟୋବର ୧ରେ ଗୁରୁ ନବପଞ୍ଚମ ଯୋଗର ଶୁଭ ସମକକ୍ଷ, ୫ ରାଶିର ଭାଗ୍ୟ ଉଜ୍ୱଳ

Also Read- Crime News: ୩୫ ବସ୍ତା କଇଁଛ ଜବତ, ୨ଜଣ ଗିରଫ