Crime News: ମୋଉକା ଦେଖି ଲୁଟପାଟ କରୁଥିବା ଗ୍ୟାଙ୍ଗକୁ ଧରିଲା ଖଣ୍ଡଗିରି ଥାନା ପୋଲିସ
Advertisement
Article Detail0/zeeodisha/odisha2075214

Crime News: ମୋଉକା ଦେଖି ଲୁଟପାଟ କରୁଥିବା ଗ୍ୟାଙ୍ଗକୁ ଧରିଲା ଖଣ୍ଡଗିରି ଥାନା ପୋଲିସ

ଏକ ଲୁଟେରା ଗ୍ୟାଙ୍ଗର ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଅଡୁଆ ସୁତାରୁ ଗୋଟି ଗୋଟି କରି ଖିଅ କାଢୁଛି ଖଣ୍ଡଗିରି ପୋଲିସ । ଅଭିଯୁକ୍ତମାନେ ଭଡାରେ ଗାଡି ଆଣି ବିଭିନ୍ନ ଅଞ୍ଚଳରେ ଲୁଟପାଟ୍ କରୁଥିଲେ । ସେମାନଙ୍କ ଟାର୍ଗଟେ ଥିଲା ମହିଳାଙ୍କ ବେକର ସୁନା ଚେନ୍ ଏବଂ ମୋବାଇଲ୍ ଫୋନ ।

Crime News: ମୋଉକା ଦେଖି ଲୁଟପାଟ କରୁଥିବା ଗ୍ୟାଙ୍ଗକୁ ଧରିଲା ଖଣ୍ଡଗିରି ଥାନା ପୋଲିସ

ଭୁବନେଶ୍ୱର: କମିଶନରେଟ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଏକ ଲୁଟେରା ଗ୍ୟାଙ୍ଗର ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଅଡୁଆ ସୁତାରୁ ଗୋଟି ଗୋଟି କରି ଖିଅ କାଢୁଛି ଖଣ୍ଡଗିରି ପୋଲିସ । ଅଭିଯୁକ୍ତମାନେ ଭଡାରେ ଗାଡି ଆଣି ବିଭିନ୍ନ ଅଞ୍ଚଳରେ ଲୁଟପାଟ୍ କରୁଥିଲେ । ସେମାନଙ୍କ ଟାର୍ଗଟେ ଥିଲା ମହିଳାଙ୍କ ବେକର ସୁନା ଚେନ୍ ଏବଂ ମୋବାଇଲ୍ ଫୋନ । ଏହି ଲୁଟେରା ଗ୍ୟାଙ୍ଗର ୩ଜଣ ସଦସ୍ୟଙ୍କୁ ଗିରଫ କରିବା ପରେ ବର୍ତ୍ତମାନ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ମୁତାବକ, ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଲୁଟ୍ ପାଟର ଶିକାର ହୋଇଥିବା ଲୋକଙ୍କ ଅଭିଯୋଗ ଆଧାରରେ ବିଭିନ୍ନ ସ୍ଥାନରେ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଥିଲା । ସେଥିରୁ ପୋଲିସକୁ ଲୁଟେରାଙ୍କ ସମ୍ପର୍କରେ ସୁରାଗ ମିଳିଥିଲା । ତଦନ୍ତ ଆରମ୍ଭ କରି ଲୁଟେରାଙ୍କ ନିକଟରେ ପହଞ୍ଚିବା ପରେ ସେମାନଙ୍କଠାରୁ ୪ଟି ସୁନା ଚେନ୍, ବାଇକ୍ ଏବଂ ୩ଟି ମୋବାଇଲ ଜବତ କରାଯାଇଛି । ଚୋରି ସୁନା ଅଳଙ୍କାର ଏବଂ ମୋବାଇଲକୁ ବିକ୍ରି କରି ସେମାନେ ଟଙ୍କା ଆଣୁଥିଲେ ବୋଲି କୁହାଯାଉଛି । ଗିରଫ ୩ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ରହିଥିବା ଜଣାପଡିଛି । ସେମାନଙ୍କ ନାମରେ ପୂର୍ବରୁ ଏକାଧିକ ଲୁଟପାଟ୍ ମାମଲା ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି ।

Also Read- ରାଉରକେଲାରେ ବନ ବିଭାଗର ରେଡ୍, ୮୨ ଶୁଆ ଜବତ, ୨ଗିରଫ

Also Read- ଶ୍ରୀଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନ ବୁଲିଲେ ମୁଖ୍ୟମନ୍ତ୍ରୀ