Kuakhai River Tragedy: ୪ ସାଙ୍ଗଙ୍କ ପାଇଁ ଭୋଜି ହେଲା କାଳ! କୁଆଖାଇ ନଦୀରୁ ଉଦ୍ଧାର ହେଲା ୨ ନିଖୋଜ ଯୁବକଙ୍କ ମୃତଦେହ
Advertisement
Article Detail0/zeeodisha/odisha1775963

Kuakhai River Tragedy: ୪ ସାଙ୍ଗଙ୍କ ପାଇଁ ଭୋଜି ହେଲା କାଳ! କୁଆଖାଇ ନଦୀରୁ ଉଦ୍ଧାର ହେଲା ୨ ନିଖୋଜ ଯୁବକଙ୍କ ମୃତଦେହ

Kuakhai River Tragedy: ମଙ୍ଗଳବାର ଦିନ ଝାଡ଼ଖଣ୍ତ ଜାମସେଦପୁରର ଆରିଆନ୍ ମିଶ୍ର ଓ କଟକର କୁମାର ଅବିନାଶଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ବାଲେଶ୍ବରର ରୋହିତ ପରିଡ଼ା ଓ କଟକର ପ୍ରତୀକ ଧଳ ସାମନ୍ତଙ୍କ ମୃତଦେହ ଉଦ୍ଧାର ହୋଇଛି । ସମସ୍ତ ମୃତକ ଅଟଳା ନିକଟସ୍ଥ ଆସ୍ଥା କଲେଜର ଛାତ୍ର ବୋଲି ଜଣାପଡ଼ିଛି ।

ସୌ(ସୋସିଆଲ ମିଡିଆ)

Kuakhai River Tragedy: କୁଆଖାଇ ନଦୀରେ ଛାତ୍ର ବୁଡି଼ ଘଟଣାରେ (Kuakhai River tragedy) ନିଖୋଜ ୨ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏଥିରେ ସମୁଦାୟ ୪ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ଗତକାଲିଠାରୁ ଖୋଜାଖୋଜି ଜାରି ରହିଥିବା ବେଳେ ବୁଧବାର ଦିନ ସକାଳେ ଦମକଳବାହିନୀ (Fire brigade) ପକ୍ଷରୁ ଆଉ ୨ଟି ମୃତଦେହ ଉଦ୍ଧାର ହୋଇଛି । ଗତକାଲି ଝାଡ଼ଖଣ୍ତ ଜାମସେଦପୁରର ଆରିଆନ୍ ମିଶ୍ର ଓ କଟକର କୁମାର ଅବିନାଶଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ବାଲେଶ୍ବରର ରୋହିତ ପରିଡ଼ା ଓ କଟକର ପ୍ରତୀକ ଧଳ ସାମନ୍ତଙ୍କ ମୃତଦେହ ଉଦ୍ଧାର ହୋଇଛି । ସମସ୍ତ ମୃତକ ଅଟଳା ନିକଟସ୍ଥ ଆସ୍ଥା କଲେଜର ଛାତ୍ର ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ଅପରାହ୍ନ ସମୟରେ ଆସ୍ଥା କଲେଜର ୯ ଜଣ ସାଙ୍ଗ ଧବଳାହାର ନିକଟସ୍ଥ ନଦୀପଠା ଜଙ୍ଗଲ ଭିତରକୁ ଭୋଜି କରିବା ନେଇ ଯାଇଥିଲେ । ଭୋଜି ସରିବା ପରେ ୪ ଜଣ ଛାତ୍ର କଲେଜକୁ ଫେରି ଯାଇଥିଲେ, ଅନ୍ୟ ୫ ଜଣ ସାଙ୍ଗ କୁଆଖାଇ ନଦୀରେ (Kuakhai River) ଗାଧୋଇବାକୁ ରହିଯାଇଥିଲେ । ପରେ ସେମାନେ ଗାଧୋଇବା ଲାଗି ନଦୀକୁ ଯାଇଥିଲେ । ଅସାବଧାନତାବଶତଃ ସେମାନେ ଆଗ ପଛ ହୋଇ ଗଭୀର ଜଳକୁ ଚାଲିଯିବା ସହ ଗଣ୍ତରେ ପଡ଼ିଯାଇଥିଲେ । ଏହା ଦେଖି କୂଳରେ ଥିବା ଅନ୍ୟ ଜଣେ ଛାତ୍ର ଚିତ୍କାର କରିଥିଲେ । ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଦୌଡି ଆସି ଅଗ୍ନିଶମ ବାହିନୀକୁ ସୂଚନା ଦେବା ସହ ଖୋଜାଖୋଜି ଆରମ୍ଭ କରିଥିଲେ । ସେ ସମୟରେ ଦୁଇ ଜଣ ଛାତ୍ରଙ୍କୁ ଉଦ୍ଧାର କରାଯାଇଥିଲେ ସୁଦ୍ଧା ଗଭୀର ପାଣିରେ ବୁଡ଼ିବା କାରଣରୁ ସେମାନଙ୍କର ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକେ ଓ ମାଛ ଧରାଳୀମାନେ ମିଶି ଅନ୍ୟ ଦୁଇ ଛାତ୍ରଙ୍କୁ ଖୋଜାଖୋଜି କରିଥିଲେ ମଧ୍ଯ ସେମାନଙ୍କର କୌଣସି ସନ୍ଧାନ ମିଳିପାରିନଥିଲା। ଖବର ପାଇ ବାଲିଅନ୍ତା ଅଗ୍ନିଶମ ବାହିନୀ (Balianta fire brigade) ଓ ପୋଲିସ ଘଟଣାସ୍ଥଳରେ ପହଁଞ୍ଚିଲେ । ପ୍ରାୟ ଦୁଇ ଘଣ୍ଟାର ଛାନଭିନ୍ ପରେ ମଧ୍ଯ ଅନୟ ଛାତ୍ର ଦ୍ବୟଙ୍କ କୌଣସି ସନ୍ଧାନ ମିଳିପାରିନଥିଲା ।

Also Read-Puri Jagannath Temple: ସ୍ନାନଯାତ୍ରା ଓ ରଥଯାତ୍ରା ବିଶୃଙ୍ଖଳା ନେଇ ଖୁବଶୀଘ୍ର ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

Also Read-Odisha Train Accident: ବାହାନଗା ଟ୍ରେନ୍ ଦୁର୍ଘଟଣା, ଅଭିଯୁକ୍ତଙ୍କୁ ପୁଣି ୪ ଦିନିଆ ରିମାଣ୍ଡରେ ନେଲା ସିବିଆଇ

ପ୍ରକାଶ ଥାଉ କି, ବୁଧବାର ସକାଳେ ଅଗ୍ନିଶମ ବାହିନୀ (Fire brigade) ସହ ଓଡ୍ରାଫ ଟିମର (ODRAF team) ଅଧଘଣ୍ଟା ସର୍ଚ୍ଚ ଅପରେସନ୍ ପରେ ଧବଳହାର ନିକଟରୁ ନିଖୋଜ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପରେ ୪ ଛାତ୍ରଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ସୂଚନା ମିଳିଛି  ।

Also Read-Weather Update: ଉତ୍ତର ଭାରତରେ ପ୍ରବଳ ବର୍ଷା ସମ୍ଭାବନା, ଓଡ଼ିଶା ପାଇଁ ଆର୍ଲଟ ଜାରି କଲା ପାଣିପାଗ ବିଭାଗ

Also Read-Horoscope Today 12 July 2023: ମାଲେମାଲ ହେବେ ଏହି ରାଶି, ୨ ରାଶିଙ୍କ ଲାଗି ବଢିପାରେ ଅଡୁଆ! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ