Bhubaneswar: ଆରମ୍ଭ ହୋଇଛି ମାଟି ପରୀକ୍ଷା, ଟ୍ବିନ୍ ସିଟିରେ ଖୁବଶ୍ରୀଘ ଗଡ଼ିବ ମେଟ୍ରୋ!
Advertisement
Article Detail0/zeeodisha/odisha1774435

Bhubaneswar: ଆରମ୍ଭ ହୋଇଛି ମାଟି ପରୀକ୍ଷା, ଟ୍ବିନ୍ ସିଟିରେ ଖୁବଶ୍ରୀଘ ଗଡ଼ିବ ମେଟ୍ରୋ!

Metro Project in Bhubaneswar:  ଭୁବନେଶ୍ବର ବିମାନବନ୍ଦରରୁ କଟକ ତ୍ରିଶୁଳିଆ ମଧ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ ନେଇ ନିଷ୍ପତ୍ତି ନିଆଯାଇଛି । ଏଥିଲାଗି ୩୦ ଫୁଟ ତଳୁ ମାଟିର ନମୂନା ସଂଗ୍ରହ କରାଯାଉଛି । ତେବେ ପ୍ରାରମ୍ଭିକ କାମ ସରିବା ପରେ ସର୍ଭେ ରିପୋର୍ଟ ଆଧାରରେ ଡି଼ପିଆର (DPR) ପ୍ରସ୍ତୁତ ହେବ । 

ସୌ(ସୋସିଆଲ ମିଡିଆ)

Metro Project in Bhubaneswar: ଭୁବନେଶ୍ବର ମେଟ୍ରୋ (Bhubaneswar Metro) ପ୍ରକଳ୍ପ ଲାଗି ଆରମ୍ଭ ହୋଇଛି ସର୍ଭେ କାର୍ଯ୍ୟ । କଟକ ତ୍ରିଶୁଳିଆରୁ ନନ୍ଦନକାନନ ମଧ୍ଯରେ ଚାଲିବ ଜିଓ ଟେକ୍ନିକାଲ ଇନଭେଷ୍ଚିଗେସନ (Geo-Technical Probe) । ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ୪ କିଲୋମିଟର ରାସ୍ତାର ମାଟି ନମୂନା ସଂଗ୍ରହ ଚାଲିଛି । ଭୁବନେଶ୍ବର ବିମାନବନ୍ଦରରୁ କଟକ ତ୍ରିଶୁଳିଆ ମଧ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ ନେଇ ନିଷ୍ପତ୍ତି ନିଆଯାଇଛି । ଏଥିଲାଗି ୩୦ ଫୁଟ ତଳୁ ମାଟିର ନମୂନା ସଂଗ୍ରହ କରାଯାଉଛି । ତେବେ ପ୍ରାରମ୍ଭିକ କାମ ସରିବା ପରେ ସର୍ଭେ ରିପୋର୍ଟ ଆଧାରରେ ଡି଼ପିଆର (DPR) ପ୍ରସ୍ତୁତ ହେବ । ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ୍ (DMRC)  ଡି଼ପିଆର (DPR) ଦେବା ପରେ ପ୍ରକଳ୍ପ ଲାଗି ଭିତ୍ତିପ୍ରସ୍ତର ପଡ଼ିବ ।

Also Read- Weather Update: ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ! ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ସୂଚନାଯୋଗ୍ୟ, ଖୁବଶ୍ରୀଘ ଭୁବନେଶ୍ବରରୁ କଟକୁ ଗଡ଼ିପାରେ ମେଟ୍ରା (Metro) । ତେବେ ଏ ଭିତରେ ପାଦେ ଆଗେଇଛି ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ । ଡି଼ପିଆର(DPR) ପ୍ରସ୍ତୁତକାରୀ ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ୍ (DMRC) ପକ୍ଷରୁ ଆରମ୍ଭ ହୋଇଛି ପ୍ରାରମ୍ଭିକ ସର୍ଭେ । ଏହାର ଏକ ଟେକ୍ନିକାଲ ଟିମ୍ (Technical team) ରାଜଧାନୀରେ ପହଁଞ୍ଚିବା ପରେ ତ୍ରିଶୁଳିଆଠାରୁ ନନ୍ଦନକାନନ (Nadankanan) ମଧ୍ୟରେ ଥିବା ୨୪ଟି ସ୍ଥାନରେ ଜିଓ ଟେକ୍ନିକାଲ ଇନଭେଷ୍ଚିଗେସନ୍ ଆରମ୍ଭ ହୋଇଛି । ତେବେ ପ୍ରତି କିଲୋମିଟର ବ୍ୟବଧାନରେ ମାଟି ନମୂନା ସଂଗ୍ରହ କରାଯାଉଛି । ଏକ ସ୍ବତନ୍ତ୍ର ମେସିନ ଜରିଆରେ ଏହି ଟିମ୍ ପ୍ରତି ଦେଢ ମିଟର ଗଭୀରତା ବ୍ୟବଧାନରେ ୩୦ ମିଟର ଗଭୀର ଯାଏଁ ମାଟି ନମୂନା ସଂଗ୍ରହ କରୁଛନ୍ତି । ତିଆରି ହେବାକୁ ଥିବା ମେଟ୍ରୋ ପ୍ରକଳ୍ପ ପିଲାରକୁ ମଜଭୁତ ଭାବେ ଧରି ରଖିବା ଲାଗି ଏହି ମାଟି କେତେ ସମର୍ଥ ସେ ନେଇ ପରୀକ୍ଷା କରାଯିବ । ମାଟି ନମୂନା ସଂଗ୍ରହ ପରେ ଏହାକୁ ଟେକ୍ନିକାଲ ଟିମ୍ ଦ୍ବାରା ଯାଞ୍ଚ କରାଯାଇ ରାଜସ୍ଥାନ ଜୟପୁରରେ ଥିବା ଏକ ଲ୍ୟାବକୁ ପଠାଯାଉଛି । ପ୍ରକାଶ ଥାଉ କି, ଟ୍ବିନ୍ ସିଟିରେ (TWIN CITY) ଦିନକୁ ଦିନ ବଢୁଥିବା ଟ୍ରାଫିକ ସମସ୍ୟାର ସମାଧୀନ ଲାଗି ମେଟ୍ରୋ ଚଳାଚଳ ନେଇ ନିଷ୍ପତ୍ତି ନିଆଯାଇଛି ।

Also Read-Bus accident: ଗୋଡ଼ଭଙ୍ଗା ଘାଟିରେ ଭୟଙ୍କର ବସ୍ ଦୁର୍ଘଟଣା, ଅନେକ ଯାତ୍ରୀ ଗୁରୁତର

Also Read-Odisha Train Accident: ବାହାନଗା ଟ୍ରେନ୍ ଦୁର୍ଘଟଣା, ଆଜି ଷ୍ଟେସନ ମାଷ୍ଟରଙ୍କୁ ଘାଣ୍ଟିବ CBI

ପ୍ରକାଶ ଥାଉ କି, ଓଡ଼ିଶାରେ ଖୁବଶୀଘ୍ର ବହୁ ପ୍ରତୀକ୍ଷିତ ମେଟ୍ରୋ ରେଳ ପ୍ରକଳ୍ପ (Odisha metro rail project) ଆରମ୍ଭ ହେବ । କଟକ-ଖୋର୍ଦ୍ଧା-ପୁରୀକୁ ସଂଯୋଗ କରି ଏହି ମେଟ୍ରୋ ରେଳ ଚଳାଚଳ କରିବ । ପ୍ରଥମ ପର୍ଯ୍ୟାୟରେ କଟକ ତ୍ରିଶୁଳିଆରୁ ଭୁବନେଶ୍ବର ବିମାନ ବନ୍ଦର ମଧ୍ଯରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ରାଜ୍ୟ ସରକାର ନିଜସ୍ବ ଅର୍ଥରେ ଏହି ପ୍ରକଳ୍ପ ନିର୍ମାଣ କରିବେ । ଟ୍ବିନ୍ ସିଟିରେ (TWIN CITY) ମେଟ୍ରୋ ଚଳାଚଳ ନେଇ ଏନେଇ ଉତ୍କଳ ଦିବସ (utkal divas)  ଅବସରରେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଘୋଷଣା କରିଥିଲେ ।

Also Read-25 Changes in Vande Bharat: ବନ୍ଦେ ଭାରତ ବିଷୟରେ ଆସିଲା ବଡ଼ ଖବର; ହେବ ୨୫ ପରିବର୍ତ୍ତନ

Also Read-Road Accident: ଅଟୋ ଉପରେ ଚଢିଗଲା ଟ୍ୟାଙ୍କର, ଘଟଣାସ୍ଥଳରେ ୧୨ ମୃତ