Weather Station In Panchayat: ପ୍ରତି ପଞ୍ଚାୟତରେ ଲାଗିବ ସ୍ବଂୟ ଚାଳିତ ପାଣିପାଗ ମାପକ ଯନ୍ତ୍ର ( ଓ୍ବେଦର ଷ୍ଟେସନ୍)। କେନ୍ଦ୍ର ପୃଥିବୀ ବିଜ୍ଞାନ , ପଞ୍ଚାୟତରାଜ, କୃଷି ମନ୍ତ୍ରଣାଳୟ ଓ ଭାରତୀୟ ପାଣିପାଗ ବିଭାଗ ମିଳିତ ଉଦ୍ୟମରେ ସାରା ଦେଶରେ ଏଭଳି ଯୋଜନା ହାତକୁ ନିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ଆଇଏମଡି ନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର।
Trending Photos
Weather Station In Panchayat: କଟକ ସହର ଉପକଣ୍ଠ ସଦର ବ୍ଲକର କଳପଡା ପଞ୍ଚାୟତ ହେଉ କି ଦୁର୍ଗମ ପାହାଡ। , ଜଙ୍ଗଲ ଘେରା ମାଲକାନଗିରି ସ୍ବାଭିମାନ ଅଞ୍ଚଳର ଯନ୍ତ୍ରୀ ପଞ୍ଚାୟତ , ସବୁଠି ପହଞ୍ଚିବ ପାଣିପାଗ ସୂଚନା। ଏଣିକି ରାଜ୍ୟ, ଜିଲ୍ଲା କି ବ୍ଲକ୍ ସ୍ତରରେ ଅଟକି ଯିବନି ପାଣିପାଗ ସୂଚନା , କେଉଁ ଗାଁରେ କେତେବେଳେ ବର୍ଷା , ଘଡ଼ଘଡି ହେବ, ପବନର ଦିଗ ଓ ବର୍ଷାର ତିବ୍ରତା କେତେ ରହିବ, ଦିନ ଓ ରାତିର ତାପମାତ୍ରା କେତେ ଥିଲା। ଏବଂ ଆଗମୀ ୨୪ ଘଣ୍ଚା ମଧ୍ୟରେ କେତେ ରହିବ ସେନେଇ ଟିକ୍-ନିକ୍ ତଥ୍ୟ ମିଳିବ। ପ୍ରତି ପଞ୍ଚାୟତରେ ଲାଗିବ ସ୍ବଂୟ ଚାଳିତ ପାଣିପାଗ ମାପକ ଯନ୍ତ୍ର ( ଓ୍ବେଦର ଷ୍ଟେସନ୍)। କେନ୍ଦ୍ର ପୃଥିବୀ ବିଜ୍ଞାନ , ପଞ୍ଚାୟତରାଜ, କୃଷି ମନ୍ତ୍ରଣାଳୟ ଓ ଭାରତୀୟ ପାଣିପାଗ ବିଭାଗ ମିଳିତ ଉଦ୍ୟମରେ ସାରା ଦେଶରେ ଏଭଳି ଯୋଜନା ହାତକୁ ନିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ଆଇଏମଡି ନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର।
ବର୍ତ୍ତମାନ ଓଡି଼ଶାରେ ବ୍ଲକ୍ ସ୍ତରୀୟ ପାଣିପାଗ ପୂର୍ବସୂଚାନ ପ୍ରଦାନ କରାଯାଇଛି। ଆଗକୁ ପ୍ରତି ପଞ୍ଚାୟତ ପାଇଁ ପାଣିପାଗ ପୂର୍ବାନୁମାନ ମିଳି। ଏଥିପାଇଁ କେନ୍ଦ୍ର ସରକାର ପ୍ରତି ପଞ୍ଚାୟତ ରେ ପାଣିପାଗ ମାପକ ଯନ୍ତ୍ର ବସାଯିବ। ଏହି ମଡେଲ୍ ୫ ରୁ ୬ କିଲୋମିଟର ପରିଧି ଭିତରେ ପୂର୍ବାନୁମାନ ଦେବେ। ଯେଉଁ ସୂଚନା ମଡେଲରୁ ମିଳିବ। ତାହାକୁ ଆଧାର କରି, ପାଣିପାଗ ସୂଚନା ପଞ୍ଚାୟତର ଅଧିକାରୀ , ସରପଞ୍ଚ, ଓ୍ବାର୍ଡ଼ ମେମ୍ବରଙ୍କୁ ଏସଏମ୍ଏସ୍ ପଠାଯିବ। ସେମାନଙ୍କ ମଧ୍ୟମରେ ଲୋକଙ୍କ ନିକଟରେ ପାଣିପାଗ ସୂଚନା ପହଞ୍ଚିବ। ବଡ଼ କଥା ହେଲା ବଜ୍ରପାତ ଭଳି ବଡ଼ ବିପଦରୁ ବର୍ତ୍ତିବା ପାଇଁ ଏହା ଅଧିକ ସହାୟକ ହେବ। 'ହର୍ ହର୍ ମୌସମ୍,ହର ଘର୍ ମୌସମ୍ ' ଲକ୍ଷ ନେଇ କେନ୍ଦ୍ର ସରକାରକାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ମୌସମ୍ ଓ୍ବେବ୍ ସାଇଟ୍ ଏବଂ ମୋବାଇଲ୍ ଆପ୍ ଜରିଆରେ ପ୍ରତି ଅଂଚଳ, ପଞ୍ଚାୟତ ସମ୍ପର୍କିତ ସୂଚନା ମିଳିପାରୁଛି।
ଆଗକୁ ପ୍ରତି ପଞ୍ଚାୟତରେ ଏହି ପାଣିପାଗ ମାପକ ଯନ୍ତ୍ର ସ୍ଥାପନ ହେଲେ, ପ୍ରତି ଅଂଚଳ ସମ୍ପର୍କିତ ବିସ୍ତୁତ ସୂଚନା ମିଳିପାରିବ। କେଉଁ ଅଞ୍ଚଳରେ ପାଣିପାଗ ପ୍ରଭାବ କିଭଳି ରହିବ ସେନେଇ ଜାଣିହେବ। ପ୍ରତି ୩ ଘଣ୍ଟା ବ୍ୟବଧାନରେ ପାଣିପାଗ ସୂଚନା ମିଳିବ। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ର୧୫୦ ତମ ପ୍ରତିଷ୍ଠା ଦିବସ ଅବସରରେ ମହାନିର୍ଦ୍ଦେଶକ ଡ. ମହାପାତ୍ର କହିଲେ ଯେ, ବାତ୍ୟା, ବନ୍ୟା, ଗ୍ରୀଷ୍ମ ଲହରୀ ଠାରୁ ଆରମ୍ଭ କରି ବଜ୍ରପାତ ଭଳି ବିଭିନ୍ନ ବିପର୍ଯ୍ୟୟ ଓଡିଶା ପ୍ରତିବର୍ଷ ସାମ୍ନା କରୁଛି। ଫଳରେ ଅନେକ ଜୀବନ ଯାଉଛି। ବର୍ତ୍ତମାନ ରାଜ୍ୟରେ ୨ଟି ଡପଲର ରାଡାର୍ ( ପାରାଦୀପ ଓ ଗୋାପାଳପୁରଋ କାର୍ଯ୍ୟକ୍ଷମ ଅଛି। ଭୁବନେଶ୍ବରରେ ଡପଲର୍ ରାଡାର୍ ସହରୀ ବନ୍ୟା ପାଇଁ କାର୍ଯ୍ୟକ୍ଷମ ହେବ। ବର୍ତ୍ତମାନ ଦେଶରେ ୭୩ ଟି ଡପଲର୍ ରାଡାର ଅଛି। ଆଉ ୫୩ ଟି ଲାଗିବ। ୨୦୨୬ ସୁଧା ଦେଶରେ ୧୨୬ ଟି ଡପଲର ରାଡର୍ କାର୍ଯ୍ୟକ୍ଷମ ହେବ। ସେପଟେ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ୍ ପୂଜାରୀ କହିଛନ୍ତି, ରାଜ୍ୟରେ ଆଗକୁ ୩ଟି ଡପଲର୍ ରାଡାର୍ ଲାଗିବ।