ଅବସର ନେବେ ରାଜ୍ୟ ପୋଲିସ ଡିଜି ସୁନୀଲ କୁମାର ବଂଶଲ
Advertisement
Article Detail0/zeeodisha/odisha1966598

ଅବସର ନେବେ ରାଜ୍ୟ ପୋଲିସ ଡିଜି ସୁନୀଲ କୁମାର ବଂଶଲ

ପୋଲିସ ଡିଜି ସୁନୀଲ ବଂଶଲଙ୍କୁ ଅବସର ନେବାକୁ ଅନୁମତି ଦିଆଯାଇଛି । ୨୦୨୩ ଡିସେମ୍ୱର ୩୧ ତାରିଖରେ ଶେଷ କାର୍ଯ୍ୟ ଦିବସ ସହ ସେ ନିଜ କାର୍ଯ୍ୟରୁ ଅବସର ଗ୍ରହଣ କରିବେ । 

ଅବସର ନେବେ ରାଜ୍ୟ ପୋଲିସ ଡିଜି ସୁନୀଲ କୁମାର ବଂଶଲ

ଭୁବନେଶ୍ୱର: ଓଡ଼ିଶା ପୋଲିସ ଡିଜି ସୁନୀଲ ବଂଶଲଙ୍କୁ ଅବସର ନେବାକୁ ଅନୁମତି ଦିଆଯାଇଛି । ୨୦୨୩ ଡିସେମ୍ୱର ୩୧ ତାରିଖରେ ଶେଷ କାର୍ଯ୍ୟ ଦିବସ ସହ ସେ ନିଜ କାର୍ଯ୍ୟରୁ ଅବସର ଗ୍ରହଣ କରିବେ ।  ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । 

ତେବେ ନୂଆ ବର୍ଷରେ କିଏ ପୋଲିସ ଡିଜି ଭାବରେ ନୂଆ ଦାୟିତ୍ୱ ନେବେ ତାକୁ ନେଇ ଏବେ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ସୂଚନା ମୁତାବକ ୫ଜଣ ସିନିୟର ଆଇପିଏସ ଅଫିସରଙ୍କ ନାମକୁ ସୁପାରିସ ହୋଇଥିବା କୁହାଯାଉଛି । ତାଲିକାରେ ରହିଛି ବି. ରାଧିକା, ୱାଇ. ବି.
ଖୁରାନିଆ, ଏ.ଏମ୍. ପ୍ରସାଦ, ଅରୁଣ ଷଡ଼ଙ୍ଗୀ ଓ ସୁଧାଂଶୁ ଷଡ଼ଙ୍ଗୀଙ୍କ ନାମ ।

Also Read- ଗୋଟିଏ ସ୍କୁଲରେ ଜଏନ୍ କଲେ ୫ ସଙ୍ଗୀତ ଶିକ୍ଷକ, ତାପରେ ବିଭାଗ ନେଲା ଏହି ପଦକ୍ଷପ

Also Read- Success Story: ମାତ୍ର ୨୪ ବର୍ଷ ବୟସରେ UPSC ପାଇଥିଲେ ଏହି ସୁନ୍ଦରୀ, ଜାଣନ୍ତୁ ସଫଳତାର କାହାଣୀ