Advertisement
Photo Details/zeeodisha/odisha2567546
photoDetails0hindi

Weather News: ବଙ୍ଗୋପସାଗରରେ ଲଘୁଚାପ, ଅବପାତ ପୂର୍ବରୁ ଝିପି ଝିପି ବର୍ଷାରେ ଭିଜିଲାଣି ଅଧା ଓଡ଼ିଶା

Weather News: ବଙ୍ଗୋପସାଗରରେ ଦାନା ବାନ୍ଧିଥିବା ଲଘୁଚାପ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି ।

1/5

ଲଘୁଚାପଟି ଆସନ୍ତା ୧୨ ଘଣ୍ଟା ଭିତରେ ଅବପାତରେ ପରିଣତ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହାକ୍ରମେ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରି ପୁଣି ଲଘୁଚାପରେ ପରିଣତ ହେବା ପରେ ଦୁର୍ବଳ ହୋଇଯିବ। ତେଣୁ ଏହାର ପ୍ରଭାବରେ ୨୨ ଡିସେମ୍ୱର ସକାଳ ପର୍ଯ୍ୟନ୍ତ ଉପକୂଳ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

2/5

ଗୋଟିଏ ପଟେ ରାଜ୍ୟରେ ଶୀତ ବଢିଥିବା ସମୟରେ ବର୍ତ୍ତମାନ ବର୍ଷା କଷ୍ଟକୁ ଦ୍ୱିଗୁଣିତ କରିଛି । ଘରୁ ବାହାରିଲେ ଲୋକେ ରେନିକୋର୍ଟ ପିନ୍ଧିବେ ନା ଶୀତବସ୍ତ୍ର ତାହା ଏବେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ।

3/5

ରାଜ୍ୟର ଅନେକ ଜିଲ୍ଲା ଗୁଡିକରେ ବର୍ତ୍ତମାନ କୋହଲା ପାଗ ରହିଛି । କଟକ, ଭୁବନେଶ୍ୱର ସମେତ ଉପକୂଳବର୍ତ୍ତୀ ଜିଲ୍ଲା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ପୁରୀ, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଆଦି ଜିଲ୍ଲାରେ ବର୍ଷା ହୋଇଥିବା ସୂଚନା ମିଳିଛି ।

4/5

ଅଦିନିଆ ବର୍ଷା କାରଣରୁ ବିଶେଷଭାବେ ପ୍ରଭାବିତ ହୋଇଛନ୍ତି ରାଜ୍ୟର ଚାଷୀ । ବର୍ତ୍ତମାନ ଧାନ ଅମଳ ସମୟ ହୋଇଥିବାରୁ ବର୍ଷା କାରଣରୁ ଧାନ ଓଦା ହୋଇଥିବା ବିଭିନ୍ନ ସ୍ଥାନରେ ନଜରକୁ ଆସିଛି । ଯଦି ଆଗକୁ ବର୍ଷା ଲାଗି ରୁହେ ତେବେ ଧାନ ଗଜା ହେବାର ଭୟ ଚାଷୀଙ୍କୁ ଘାରିଛି ।

5/5

ଆଗାମି ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ପ୍ରଭାବରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ୨ ଦିନ ପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବା ସହ ଶୀତ ଅଧିକ ହୋଇପାରେ ବୋଲି ଆକଳନ କରାଯାଇଛି ।