ଦୀର୍ଘ ୩୫ ବର୍ଷ ପରେ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ସମ୍ମିଳନୀରେ ଦେଶ ବିଦେଶର ସାଂପ୍ରତିକ ପରିସ୍ଥିତିରେ ଶ୍ରମିକ କର୍ମଚାରୀମାନଙ୍କର କର୍ତ୍ତବ୍ୟ ବିଷୟରେ ବ୍ୟାପକ ଆଲୋଚନା ହେବ ଓ ଆଗାମୀ ଦିନର କାର୍ଯ୍ୟକ୍ରମର ନୀଳ ନକ୍ସା ପ୍ରସ୍ତୁତ କରାଯିବ।
Trending Photos
ଭୁବନେଶ୍ୱର: ସମଗ୍ର ଦେଶର ରାଷ୍ଟ୍ରାୟତ ବୀମା କର୍ମଚାରୀଙ୍କର ସର୍ବ ବୃହତ ଓ ସର୍ବ ପୁରାତନ ଟ୍ରେଡ୍ ୟୁନିଅନ ଅଖିଳ ଭାରତ ବୀମା କର୍ମଚାରୀ ସଂଘର ପ୍ଲାଟିନମ୍ ଜୁବଲି ସମ୍ମିଳନୀ ଚଳିତ ବର୍ଷ ଡିସେମ୍ବର ୨୮ ତାରିଖରୁ ଛଅ ଦିନ ବ୍ୟାପୀ ଭୁବନେଶ୍ବରର ଖ୍ୟାତିସମ୍ପନ୍ନ କିଟ୍ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ । ଏଥିରେ ସାରା ଦେଶରୁ ପ୍ରାୟ ୨୦୦୦ ପ୍ରତିନିଧି ଯୋଗ ଦେବେ ।
ଦୀର୍ଘ ୩୫ ବର୍ଷ ପରେ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ସମ୍ମିଳନୀରେ ଦେଶ ବିଦେଶର ସାଂପ୍ରତିକ ପରିସ୍ଥିତିରେ ଶ୍ରମିକ କର୍ମଚାରୀମାନଙ୍କର କର୍ତ୍ତବ୍ୟ ବିଷୟରେ ବ୍ୟାପକ ଆଲୋଚନା ହେବ ଓ ଆଗାମୀ ଦିନର କାର୍ଯ୍ୟକ୍ରମର ନୀଳ ନକ୍ସା ପ୍ରସ୍ତୁତ କରାଯିବ। ଏହି ସମ୍ମିଳନୀ ପାଇଁ ସ୍ଥାନୀୟ ଜୀବନ ବୀମା ମଣ୍ଡଳ ପରିସରରେ ଅନୁଷ୍ଠିତ ସଭାରେ ଏକ ଅଭ୍ୟର୍ଥନା କମିଟି ଗଠିତ ହୋଇଥିଲା । ପ୍ରଖ୍ୟାତ ସାମ୍ବାଦିକ ରାଜେଶ ମହାପାତ୍ର ଏହି ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି।
ସଂପାଦକ ଭାବେ ଶ୍ରୀ ରମାକାନ୍ତ ଦାଶ, କୋଷାଧ୍ୟକ୍ଷ ଭାବେ ଶ୍ରୀ ଅରୁଣ କୁମାର ମହାନ୍ତିଙ୍କ ସହିତ ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ ଏବଂ କେନ୍ଦ୍ର ସରକାରୀ, ରାଜ୍ୟ ସରକାରୀ, ରେଳବାଇ ଓ ଔଷଧ ଶିଳ୍ପ କର୍ମଚାରୀ ସଂଘର କର୍ମକର୍ତ୍ତା ନିର୍ବାଚିତ ହେଲେ। ସର୍ବଶ୍ରୀ ମନୋରଞ୍ଜନ ଦାସ, ବରିଷ୍ଠ ମଣ୍ଡଳ ଅଧିକାରୀ, ଏଲ୍. ଆଇ. ସି ଏବଂ ଯଦୁମଣି ତ୍ରିପାଠୀ ପ୍ରମୁଖ ପୃଷ୍ଠପୋଷକ ନିର୍ବାଚିତ ହୋଇଛନ୍ତି।
ଏହି ସଭାରେ ସର୍ବ ଭାରତୀୟ ସଂଘର ସାଧାରଣ ସମ୍ପାଦକ ଶ୍ରୀକାନ୍ତ ମିଶ୍ର, ପୂର୍ବ ମଧ୍ୟାଞ୍ଚଳ ସଂଘର ସଭାପତି ପ୍ରଦୀପ ମୁଖାର୍ଜୀ ଓ ସାଧାରଣ ସମ୍ପାଦକ ତ୍ରିନାଥ ଦୋରା ଏବଂ ସର୍ବ ଭାରତୀୟ ସଂଘର ଓଡ଼ିଶାରେ ଥିବା ପାଞ୍ଚଟି ଶାଖାର ସାଧାରଣ ସମ୍ପାଦକ ସର୍ବଶ୍ରୀ ଅଭୟ କୁମାର ଦାସ, ବୀରକିଶୋର ନାୟକ, ସନ୍ତୋଷ ରଥ, ରମାକାନ୍ତ ଦାଶ ଓ ଦେବାଶିଷ ନାୟକ ପ୍ରମୁଖ ଉଦବୋଧନ ଦେଇ ସମ୍ମିଳନୀର ସଫଳତା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ।
ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଶ୍ରୀ ରାଜେଶ ମହାପାତ୍ର ତାଙ୍କୁ ଏହି ଗୁରୁ ଦାୟିତ୍ଵ ଅର୍ପଣ କରିଥିବାରୁ ଧନ୍ୟବାଦ ଜଣାଇ ଥିଲେ। ଶେଷରେ ପ୍ରଦୀପ ମୁଖାର୍ଜୀ, ସଭାପତି ପୂର୍ବ ମଧ୍ୟାଞ୍ଚଳ ସଂଘ ଧନ୍ୟବାଦ ଜଣାଇଥିଲେ ।
Also Read- Grah Gochar 2025: ଜାନୁଆରୀ ୨୪ରେ ଗ୍ରହ ଚଳନ, ୫ଟି ରାଶିର ଭାଗ୍ୟରେ ଆସୁଛି ସୁଖ !
Also Read- ମୋର ବିବାହ ସରିଛି! ଅନୁଭବଙ୍କ ପରିବାର ମୋ ନିଜର.. ଜାଗୃତିଙ୍କ ମନ୍ତବ୍ୟ ଭାଇରାଲ୍