ଓଡ଼ିଆ ଗଣମାଧ୍ୟମ ଜଗତର ଅନେକ ସାମ୍ୱାଦିକଙ୍କ ସହ ତାଙ୍କର ସୁସମ୍ପର୍କ ରହିଥିଲା । ଗତକାଲି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମହି । ଏପରି କି ଅନେକ ବନ୍ଧୁଙ୍କ ସହ ଗତକାଲି ଫୋନରେ ବାର୍ତ୍ତାଳାପ କରିଥିଲେ । କିନ୍ତୁ ହଠାତ ହୃଦଘାତ କାରଣରୁ ତାଙ୍କର ପରଲୋକ ହୋଇଛି ।
Trending Photos
ଭୁବନେଶ୍ୱର: ବରିଷ୍ଠ ସାମ୍ୱାଦିକ ମହିମୋହନ ମହାପାତ୍ରଙ୍କର ଅକାଳ ବିୟୋଗ ହୋଇଛି । ୬୫ ବର୍ଷ ବୟସରେ ହୃଦଘାତରେ ଆଖି ବୁଜିଛନ୍ତି ମହିମୋହନ । ଦୀର୍ଘ ବର୍ଷ ଧରି ସମ୍ୱାଦ ଗ୍ରୁପରେ କାର୍ଯ୍ୟରତ ଥିଲେ ମହିମୋହନ । ତାଙ୍କ ବିୟୋଗରେ ଓଡ଼ିଆ ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳିଯାଇଛି ।
ମହିମୋହନ ନିଜ ବୃତ୍ତିକୁ ଯେତିକି ଭଲ ପାଉଥିଲେ ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ସେହିପରି ରୋମାଞ୍ଚକର ଥିଲା । ପ୍ରତିଟି ଲୋକଙ୍କ ମନକୁ ସେ ସହଜରେ ଜିଣିପାରୁଥିଲେ କେଇପଦ ମିଠା କଥାରେ । ଓଡ଼ିଆ ଗଣମାଧ୍ୟମ ଜଗତର ଅନେକ ସାମ୍ୱାଦିକଙ୍କ ସହ ତାଙ୍କର ସୁସମ୍ପର୍କ ରହିଥିଲା । ଗତକାଲି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମହି । ଏପରି କି ଅନେକ ବନ୍ଧୁଙ୍କ ସହ ଗତକାଲି ଫୋନରେ ବାର୍ତ୍ତାଳାପ କରିଥିଲେ । କିନ୍ତୁ ହଠାତ ହୃଦଘାତ କାରଣରୁ ତାଙ୍କର ପରଲୋକ ହୋଇଛି । ତେଣୁ ତାଙ୍କ ବିୟୋଗରେ ଅନେକ ସାମ୍ୱାଦିକ ନିଜ ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରିବା ସହ ମହିମୋହନଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ।
ବିଜେଡି ସୋସିଆଲ ମିଡିଆ ସେଲ ମୁଖ୍ୟ ସ୍ୱୟମପ୍ରକାଶ ମହାପାତ୍ର ଲେଖିଛନ୍ତି ଯେ, ଏମିତି ବୋଧେ ଖୁବ କମ୍ ବ୍ୟକ୍ତି ଥିବେ, ଯିଏ ସଭିଙ୍କୁ ଆପଣାର କରିପାରୁଥିବେ। ମହିମୋହନ ସାର ସେମାନଙ୍କ ଭିତରୁ ଥିଲେ ଜଣେ, ଯିଏ ନିଜ ଜୀବନକୁ ସବୁବେଳେ ଉପଭୋଗ କରିଚାଲିଥିଲେ... ବ୍ୟସ୍ତ ଜୀବନ ଭିତରେ ଖୁସି ରହିବାର କଳା ତାଙ୍କୁ ବହୁତ ଭଲ ଭାବେ ଜଣାଥିଲା। ଯେଉଁଠି ବି ରୁହନ୍ତୁ ଭଲରେ ରୁହନ୍ତୁ ସାର ।
ସେହିପରି ବରିଷ୍ଠ ସାମ୍ୱାଦିକ ମନୋରଞ୍ଜନ ମିଶ୍ର ସୋସିଆଲ ମିଡିଆ ମାଧ୍ୟମରେ ଶୋକବ୍ୟକ୍ତ କରି ଲେଖିଛନ୍ତି ଯେ, ମାହିମୋହନ ବାବୁ ଜଣେ କର୍ମଯୋଗୀ ବ୍ୟକ୍ତିତ୍ୱ ଥିଲେ । ତାଙ୍କ ସହ ମୋର ସୁସମ୍ପର୍କ ରହିଥିଲା ଏବଂ ସେ ମୋର ବଡ଼ ଭାଇ ପରି ବୋଲି ମନୋରଞ୍ଜନ ଲେଖିଛନ୍ତି ।
କନକ ନ୍ୟୁଜର ସିଇଓ ରତିକାନ୍ତ ଶତପଥୀ ଶୋକ ବ୍ୟକ୍ତ କରି ଲେଖିଛନ୍ତି ଯେ, ମାହିବାବୁ ଯାତ୍ରା ପ୍ରେମୀ ଥିଲେ । ନିଜ ଗାଡିରେ ସେ ଦୂରଯାତ୍ରା କରିବାକୁ ପସନ୍ଦ କରୁଥିଲେ । ପ୍ରତି ସପ୍ତାହ ଶେଷରେ ସେ ଭିନ୍ନ ସ୍ଥାନ ବୁଲୁଥିଲେ । ତାଙ୍କ ସହ ମୋର ଅନେକ ସ୍ମୃତି ରହିଛି ଏବଂ ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ବୋଲି ଲେଖିଛନ୍ତି ରତିକାନ୍ତ ।
ଭୁବନେଶ୍ୱର ସ୍ନେହଲତା ଆପାର୍ଟମେଣ୍ଟରେ ବିଧାୟକ ଅନନ୍ତ ନାରାୟଣ ଜେନା ପହଞ୍ଚି ମହିମୋହନଙ୍କ ମର ଶରୀରରେ ପୁଷ୍ପମାଲ୍ୟ ପ୍ରଦାନ କରି ଶୋକବ୍ୟକ୍ତ କରିଛନ୍ତି । ସେ କହିଥିଲେ ଯେ, ପ୍ରଭୁ ଜଗନ୍ନାଥ ତାଙ୍କ ଅମର ଆତ୍ମାକୁ ସଦଗତି ଦିଅନ୍ତୁ । ସେ ଜଣେ ଅତ୍ୟନ୍ତ ଆଦରଣୀୟ ମେଳାପି ବନ୍ଧୁବତ୍ସଳ, ମିଷ୍ଟଭାଷୀ, ପରୋପକାରୀ ଏବଂ ସମାଜସେବୀ ବ୍ୟକ୍ତି ।
Also Read- OYO New Rule: ଚେକ୍ ଇନ୍ ପଲିସିରେ ବଡ଼ ପରିବର୍ତ୍ତନ, ଅବିବାହିତ ଦମ୍ପତିଙ୍କୁ ହୋଟେଲ୍ ମନା !
Also Read- Top 10 News: ପାଣିକୋଇଲି ଗୁଳିମାଡ ଘଟଣାରେ କ୍ରାଇମବ୍ରାଞ୍ଚ STFର ତନାଘନା ଖବର ସହ ଅନ୍ୟାନ୍ୟ ଅପଡେଟ୍