Top 10 News Today: ସଂକ୍ଷେପରେ ପଢନ୍ତୁ ଅପରାହ୍ଣର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2465997

Top 10 News Today: ସଂକ୍ଷେପରେ ପଢନ୍ତୁ ଅପରାହ୍ଣର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ଅପରାହ୍ଣର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ଅପରାହ୍ଣର ୧୦ଟି ପ୍ରମୁଖ ଖବର

Top 10 News Today

Headlines 01- ହରିୟଣାରେ ହ୍ୟାଟ୍ରିକ ବିଜୟ ପରେ ସରକାର ଗଠନ ପାଇଁ ବିଜେପିର ପ୍ରସ୍ତୁତି । ଆଜି ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନୀ । ୯୦ରୁ ୪୮ଟି ସିଟ୍ ଦଖଲ କରି ବିଜୟର ବାନା ଉଡାଇଛି ବିଜେପି । ଦଶହରାରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭେବେ ଶପଥ ନେଇପାରନ୍ତି ନାୟବ ସିଂ ସୈନୀ ।

Headlines 02- ହରିୟାଣାରେ ପରାଜୟ ପରେ ଏହାର ମେଣ୍ଟ ଦଳ ମାନେ କଂଗ୍ରେସକୁ କଟାକ୍ଷ କରୁଛନ୍ତି। ଏହି ସମୟରେ ଆମ୍ ଆଦମୀ ପାର୍ଟି (AAP) ସ୍ପଷ୍ଟ କରିଛି ଯେ ସେ ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକାକୀ ​​ପ୍ରତିଦ୍ୱନ୍ଦ୍ୱିତା କରିବ। ଦଳ କଂଗ୍ରେସ ସହ ମେଣ୍ଟ କରିବ ନାହିଁ। AAP ଜାତୀୟ ମୁଖପାତ୍ର ପ୍ରିୟଙ୍କା କକ୍କର ବୁଧବାର ଦିନ କହିଛନ୍ତି ଯେ ଦଳ କେବଳ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକାକୀ ​​ପ୍ରତିଦ୍ୱନ୍ଦ୍ୱିତା କରିବ।

Headlines 03- ମହିଳାଙ୍କୁ ସିଧାସଳଖ ଅର୍ଥ ପ୍ରଦାନ କରି ତାଙ୍କୁ ସଶକ୍ତ କରାଇବା ଲକ୍ଷ୍ୟରେ ପ୍ରଣୟନ କରାଯାଇଥିବା ‘ସୁଭଦ୍ରା’ ଯୋଜନାରେ ଆଜି ୩୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଅର୍ଥ ପ୍ରଦାନ କରିଛନ୍ତି ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ବାରିପଦାଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ଏହି ଅର୍ଥ ପ୍ରଦାନ କରିଛନ୍ତି। ଏହିକ୍ରମରେ ସୁଭଦ୍ରା ହିତାଧିକାରୀ ତାଲିକାରେ ଆହୁରି ୩୫ ଲକ୍ଷ ମହିଳା ଯୋଡ଼ି ହୋଇଥିବା ସରକାରୀ ହିସାବରୁ ସ୍ପଷ୍ଟ ହୋଇଛି। 

Headlines 04- ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଯୋଗ୍ୟ ୮୦ କୋଟି ଲୋକଙ୍କୁ ଭିଟାମିନଯୁକ୍ତ ଚାଉଳ ପ୍ରଦାନ କରାଯିବ। 
ଏ ବାବଦରେ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଏହି ପ୍ରକାର ଯୋଜନାର ପ୍ରଭାବଶାଳୀ ଫଳାଫଳ ରହିଛି। ବିଶ୍ୱର ବିଭିନ୍ନ ଦେଶ ଏହାକୁ ଗ୍ରହଣ କରିଛନ୍ତି। ଦେଶରେ ବହୁ ପୂର୍ବରୁ ଏହି ଯୋଜନା ଲାଗୁ କରାଯିବା କଥା ବୋଲି କହିଛନ୍ତି ଶ୍ରୀ ବୈଷ୍ଣବ। ସେ କହିଛନ୍ତି,   ଗରିବ ଏବଂ ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତାର ସମସ୍ୟା ଦେଖାଯାଉଥିବାରୁ ଏହି ଯୋଜନା ଦ୍ୱାରା ତାହାକୁ ହ୍ରାସ କରିବାକୁ ଚେଷ୍ଟା କରାଯିବ।   ଏଥିଲାଗି ୧୭ ହଜାର ୮୨ କୋଟି ଟଙ୍କା ଖର୍ଚ୍ଚହେବ।

Headlines 05- ରାଜ୍ୟରେ ସାଇବର ଅପରାଧ ବଢୁଥିବା ନେଇ ସୂଚନା ଦେଇଛନ୍ତି ଡିସିପି ପିନାକ ମିଶ୍ର । ଗତ ୯ ମାସରେ ୩୬୬୦ଟି ସାଇବର ମାମଲା ରୁଜୁ ହୋଇଥିବା ସମୟରେ ସେଥିରୁ ୬୮ କୋଟି ୬୯ ଲକ୍ଷ ୯୦ ହଜାର ୮୭୫ ଟଙ୍କା ଠକେଇ ଜନିକ । ସେଥିରୁ ୧୧ କୋଟି ୭୪ ହଜାର ୬୪୩ ଟଙ୍କା ଫ୍ରିଜ୍‌ କରାଯାଇଛି ଏବଂ ୧ କୋଟି ୪୦ ଲକ୍ଷ ଟଙ୍କା ଫେରସ୍ତ କରାଯାଇଛି ବୋଲି ଡିସିପି କହିଛନ୍ତି । ପାର୍ବଣ ଋତୁରେ ଲୋକମାନଙ୍କୁ ଅଧିକ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ଡିସିପି ।

Headlines 06- ରାଜ୍ୟ ପ୍ରଶାସନକୁ ନବାଗତ ଆଇଏଏସ୍‍ ଅଧିକାରୀଙ୍କୁ ବିଭିନ୍ନ ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି ସରକାର। ଏନେଇ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ ୨୦୨୩ ବ୍ୟାଚର ୭ ଜଣ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦିଆଯାଇଥିବା କୁହାଯାଇଛି। ଏହି ଅଧିକାରୀଙ୍କ ଭିତରୁ ଅଶନ୍‍ନୀ ଏଏଲ୍‍ଙ୍କୁ ରାଇରଙ୍ଗପୁର ମ୍ୟୁନିସିପାଲିଟିରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି । 

Headlines 07- ଦଶହରା ବଜାରରେ ଆଜି ରିଲିଜ୍ ହୋଇଛି ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ବହୁ ଚର୍ଚ୍ଚିତ ଫିଲ୍ମ ‘କର୍ମ’ ଏବଂ ଅର୍ଦ୍ଧେନ୍ଦୁ ଏବଂ ତମନ୍ନାଙ୍କ ଅଭିନିତ ସିନେମା ଭିଲେନ୍ । ଦୁଇଟି ସିନେମା ରିଲିଜ୍ ଅବସରରେ ଦର୍ଶକମାନେ ଅନେକ ଉତ୍ସାହିତ ଅଛନ୍ତି । ଅନ୍ୟପଟେ ଏହି ଦୁଇଟି ସିନେମାକୁ ଟକ୍କର ଦେବାକୁ ଆସୁଛି ସ୍ୱରାଜ ବାରିକଙ୍କ ଅଭିନିତ ସିନେମା 'ଖୋକା ଭାଇ ତମ ପାଇଁ' ।

Headlines 08- ଲୋକପ୍ରିୟ ଅଭିନେତା ସୋମେଶ ମହାନ୍ତି ନିକଟରେ 'ଯାତ୍ରା ଜୁଏଲ ସ୍ଵର୍ଣ୍ଣ ମନ୍ଦିର'ରେ ଯୋଗଦେଇଥିବା ସମୟରେ ହଠାତ୍ ପାର୍ଟି ଛାଡିଛନ୍ତି । ଏନେଇ ଜୀ ଓଡ଼ିଶା ନ୍ୟୁଜକୁ ନିଜେ ସୋମେଶ ସୂଚନା ଦେଇଛନ୍ତି । କାହିଁକି ସେ ଯାତ୍ରା ଛାଡିଲେ ପଚାରିବାରୁ ଅଭିଯୋଗର ଲମ୍ୱା ଫର୍ଦ୍ଦ ଦେଇଛନ୍ତି ସୋମେଶ । ସୋମେଶଙ୍କ କହିବାନୁଯାୟୀ, ଯାତ୍ରାରେ ଯୋଗ ଦେବା ପୂର୍ବରୁ ପାର୍ଟି ଯେଉଁସବୁ ପ୍ରତିଶୃତି ଦେଇଥିଲା ଯୋଗ ଦେବା ପରେ ତାହା ପୂରଣ କରିନାହିଁ । 

Headlines 09- ଷ୍ଟେଟ ବ୍ୟାଙ୍କ ଏହାର କ୍ରେଡିଟ୍ କାର୍ଡ ସର୍ଭିସ ଉପରେ ଫି ବଢ଼ାଇବାକୁ ଯାଉଛି। ଏହି ପରିବର୍ତ୍ତନ ଗୁଡ଼ିକ ୟୁଟିଲିଟି ବିଲ୍ ପେମେଣ୍ଟ ଏବଂ ଫାଇନାନ୍ସ ଚାର୍ଜ ପାଇଁ ଫି ସଂରଚନାରେ ସଂଶୋଧନ ଦ୍ୱାରା ହେବ। ଏସବିଆଇ କାର୍ଡ ୱେବସାଇଟ୍ ଅନୁଯାୟୀ, ନମ୍ଭେମ୍ବର ୧ ତାରିଖ ୨୦୨୪ରୁ ଏହା କାର୍ଯ୍ୟକାରୀ ହେବ। ସେହିଭଳି କ୍ରେଡିଟ୍ କାର୍ଡ ଜରିଆରେ ୟୁଟିଲିଟି ବିଲ୍ ଦେୟ ଉପରେ ୧ ପ୍ରତିଶତ ଅତିରିକ୍ତ ଚାର୍ଜ ଲାଗୁ କରିବାକୁ ବ୍ୟାଙ୍କ ନିଷ୍ପତ୍ତି ନେଇଛି। ଏହା ପୂର୍ବରୁ ମଧ୍ୟ ଅନେକ ବ୍ୟାଙ୍କ ଏବଂ କାର୍ଡ କମ୍ପାନୀ ଏକ ନିର୍ଦ୍ଦିଷ୍ଟ ସୀମା ପରେ ୟୁଟିଲିଟି ବିଲ୍ ପେମେଣ୍ଟ ଉପରେ ୧ ପ୍ରତିଶତ ଚାର୍ଜ କରିବା ଆରମ୍ଭ କରିଛନ୍ତି।

Headlines 10-  ଦଶହରାରେ ପାଗ ମେଘୁଆ ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି। ୧୧ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ। ଫଳରେ ଦଶହରାରେ ଅନେକ ସ୍ଥାନରେ ବର୍ଷା ହୋଇପାରେ। ବର୍ତ୍ତମାନ ଓଡିଶା ଉପରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗର ପ୍ରକ୍ରିୟା ପ୍ରଭାବ ପଡିବ ନାହିଁ। କିନ୍ତୁ ପୂର୍ବାଳୀ ବାୟୁ  ପ୍ରବାହ ପ୍ରଭାବରେ  ରାଜ୍ୟ ମଧ୍ୟକପ କ୍ରମାଗତ ଭାବେ ଜଳୀୟ ବାସ୍ପ ପ୍ରବେଶ  କରୁଛି। ଏହା ଉତ୍ତର ପଶ୍ଚିମ ଦିଗରୁ ପ୍ରବେଶ କରୁଥିବା ଶୁସ୍କ ବାୟୁ  ଓ ଉତ୍ତପ୍ତ ବାୟୁ ମଣ୍ତଳ ସଂସ୍ପର୍ଶରେ ଆସି କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡି ସହ ବର୍ଷା ସୃଷ୍ଟି କରୁଛି।

Also Read- Budh Grah Gochar: ଅକ୍ଟୋବର ୧୦ ଗୁରବାର, ଏହି ୩ ରାଶି ରୁହନ୍ତୁ ସାବଧାନ

Also Read- Lucky Zodiac Sign: ୯ ଅକ୍ଟୋବରରେ ଶୋଭନ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ