ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Trending Photos
1-Mumbai Terror Attack: ୨୬/୧୧ ଆକ୍ରମଣକୁ ୧୬ ବର୍ଷ ପୁରିଛି। ତଥାପି ଆଜି ମଧ୍ୟ ୧୦ ପାକିସ୍ତାନୀ ଆତଙ୍କୀ ଯେଉଁ ଯନ୍ତ୍ରଣା ଦେଇ ଯାଇଛନ୍ତି, ତାହା ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କ ଆଖିକୁ ଛଳଛଳ କରିଦେଉଛି। ୨୦୦୮ ମସିହା ମୁମ୍ବାଇ ଆତଙ୍କୀ ହମଲାରେ ୯ ଆତଙ୍କୀଙ୍କ ସମେତ ୧୭୫ ଜଣଙ୍କର ମୃତ୍ୟୁ ହୋଇବାବେଳେ ୩୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଜଣେ ଆତଙ୍କୀ କସାବକୁ ଗିରଫ କରିବା ପରେ ଫାଶୀ ଦିଆଯାଇଥିଲା। ଭାରତର ଆର୍ଥିକ ରାଜଧାନୀ ଉପରେ ହୋଇଥିବା ଏହି ଆତଙ୍କୀ ହମଲା କେବଳ ଭାରତ ନୁହଁ ବିଦେଶକୁ ମଧ୍ୟ ଦୋହଲାଇ ଦେଇଥିଲା।
2-Odisha Assembly: ଆଜିଠାରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏନେଇ କଂଗ୍ରେସ ବିଧାୟକ ଦଳ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡ଼ାମ ସୂଚନା ପ୍ରଦାନ କରିଛନ୍ତି। ଶୀତକାଳୀନ ଅଧିବେଶନରେ କଂଗ୍ରେସ ଦଳ କେଉଁକେଉଁ ପ୍ରସଙ୍ଗ ଉଠାଇବ ସେ ନେଇ ଆଲୋଚନା ହୋଇଛି। ଆକ୍ରମଣାତ୍ମକ ଶୈଳୀରେ ବିଧାନସଭାକୁ ଓହ୍ଲାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।
3-Weather Update: ରାଜ୍ୟରେ ଏବେ ଜାରି ରହିଛି ଶୀତର ଲହରୀ। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ଆସନ୍ତା ବୁଧବାର ଠାରୁ ରାଜ୍ୟରେ ଶୀତ କମିପାରେ। ଅଧିକାଂଶ ସ୍ଥାନରେ ପାରଦ ପ୍ରାୟ ୨ ରୁ ୪ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ସୋମବାର ଜି.ଉଦୟଗିରି ସବୁଠୁ ଥଣ୍ତା ଅଞ୍ଚଳ ଥିଲା। ଏଠାରେ ରାତି ତାପମାତ୍ରା ୮.୨ ଡିଗ୍ରୀ ରେକର୍ଡ଼ ହୋଇଛି।
4- Odisha Budget 2024: ଆଜିଠାରୁ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ଦ୍ୱିତୀୟ ଅଧିବେଶନ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଚଳିତ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ କରି ଗୃହର ଅନୁମୋଦନ ଲୋଡ଼ିବା କାର୍ଯ୍ୟକ୍ରମ ରହିଛି। ଦିନର ଦ୍ୱିତୀୟାର୍ଦ୍ଧରେ ଏହି ଅତିରିକ୍ତ ବଜେଟ୍ ଉପସ୍ଥାପନ ହୋଇପାରେ। ପୂର୍ବରୁ ବଜେଟକୁ କ୍ୟାବିନେଟ ଅନୁମୋଦନ ମିଳିଛି।
5-PM Modi Visit: ଆସନ୍ତା ୨୯ ତାରିଖ ଠାରୁ ଭୁବନେଶ୍ବରରେ ଆରମ୍ଭ ହେବ ତିନି ଦିନିଆ ପୋଲିସ୍ ମହାନିର୍ଦ୍ଦେଶକ ସମ୍ମିଳନୀ। ଏଥିରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ର ପୋଲିସ୍ ଡିଜି ମାନେ ଯୋଗ ଦେବେ। ଏହାକୁ ସ୍ବରାଷ୍ଚ୍ରମନ୍ତ୍ପୀ ଅମିତ୍ ଶାହ ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀର ଦ୍ବୀତିୟ ଦିନରେ ସମସ୍ତ ପୋଲିସ୍ ଡିଜିଙ୍କ ସହ ଦେଶର ଅନ୍ତରୀଣ ସୁରକ୍ଷା ଓ ଜାତୀୟ ସୁରକ୍ଷା ନେଇ ଆଲୋଚନା କରିବା ସହ ଉଦଘାଟନୀ ଉତ୍ସବରେ ଉଦବୋଧନ ଦେବାର କାର୍ଯ୍ୟକ୍ରମର ସ୍ଥିର ହୋଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ଆସନ୍ତା ୨୯ରୁ ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି।
6-Bjd: ମାଲାକନଗିରିର ୪ଜଣ ବିଜେଡି ନେତା ଦଳ ଛାଡି ବିଜେପିରେ ସାମିଲ୍ ହୋଇଛନ୍ତି। ସେମାନେ ହେଲେ ବିଜେଡି ନେତା ତଥା ପରାମର୍ଶଦାତା କେଶବ ଚନ୍ଦ୍ର ନାୟକ, ବିଜେଡି ଜିଲ୍ଲା ସମ୍ପାଦକ ଇ. ଭେଙ୍କଟ ରାଓ, ଯୁବ ବିଜେଡି ସମ୍ପାଦକ ପ୍ରଶାନ୍ତ କୁମାର ଜେନା ଓ ବିଜେଡିର ପୂର୍ବତନ ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ହିମାଂଶୁ ସାମଲ। ବିଜେପିର ରାଜ୍ୟ ସଭାପତି ମନମୋହେନ ସାମଲଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଦଳରେ ସାମିଲ ହୋଇଛନ୍ତି।
7-BJD leader Pranab Prakash Das: ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ମାଡ଼ ମାମଲାରେ ଫସିଥିବା ପୂର୍ବତନ ବିଧାୟକ ବବି ଦାସଙ୍କ ଭାଇ ଲଲ ଦାସଙ୍କର ଅଡ଼ୁଆ ବଢିବାରେ ଲାଗିଛି। ଲଲଙ୍କ ନାଁରେ ଆଉ ୩ ମାମଲା ରୁଜୁ ହୋଇଥିବା ନେଇ ସୂଚନା ରହିଛି। ଟାଉନ ଥାନା ଘେରାଉ, ହାଟ ନିକଟରେ ରାସ୍ତାରୋକ ନେଇ ମାମଲା ଯୋଡ଼ିଛି ଯାଜପୁର ଟାଉନ ଥାନା ପୋଲିସ।
8-Eknath Shinde: ଆସନ୍ତାକାଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଇସ୍ତଫା ଦେଇପାରନ୍ତି। କିନ୍ତୁ ନୂଆ ସରକାର ଗଠନ ପର୍ଯ୍ୟନ୍ତ ସେ କାମଚଳା ମୁଖ୍ୟମନ୍ତ୍ରୀ ରହିବେ ବୋଲି ଦଳର କର୍ମକର୍ତ୍ତାମାନେ ସୋମବାର କହିଛନ୍ତି। ଶିବସେନାର ଆଭ୍ୟନ୍ତରୀଣ ସୂତ୍ରରୁ ପ୍ରକାଶ ଯେ ମୁଖ୍ୟମନ୍ତ୍ରୀ ସିନ୍ଦେ ମଙ୍ଗଳବାର ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫା ପ୍ରଦାନ କରିବେ ଏବଂ ନୂତନ ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟ୍ ଶପଥ ଗ୍ରହଣ ନ ହେବା ପର୍ଯ୍ୟନ୍ତ କାମଚଳା ମୁଖ୍ୟମନ୍ତ୍ରୀ ଭାବରେ ରହିବେ।
9-IPL 2025 Mega Auction: ଆଇପିଏଲ୍ ୨୦୨୫ ନିଲାମରେ ପ୍ରଥମ ଦିନରେ ଭାରତୀୟ ଖେଳାଳିମାନେ ନିଜର ଜଲୱା ଦେଖାଇଥିବା ବେଳେ ଦ୍ୱିତୀୟ ଦିନରେ ଭାରତୀୟ ଖେଳାଳିଙ୍କ ପାଇଁ ଏହା ଫିକା ସାବ୍ୟସ୍ତ ହୋଇଛି। ନିଲାମର ପ୍ରଥମ ରାଉଣ୍ଡରେ ଭାରତର ୪ ଜଣ ଟେଷ୍ଟ କ୍ରିକେଟର ବିକ୍ରି ହୋଇନଥିଲେ। ତେବେ ଏହି ଖେଳାଳିଙ୍କ ପାଖରେ ଆଇପିଏଲ୍ ଖେଳିବାର ଅନେକ ଅଭିଜ୍ଞତା ରହିଛି। କିନ୍ତୁ ପ୍ରଥମ ରାଉଣ୍ଡରେ ଏହି ଖେଳାଳିମାନଙ୍କୁ କୌଣସି ଫ୍ରାଞ୍ଚାଇଜ୍ ମୂଲ୍ୟ ଦେଇନାହିଁ। ଖାସ୍ କଥା ହେଉଛି ଏହି ୪ ଜଣ ଖେଳାଳି ଭାରତ ପାଇଁ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। କିନ୍ତୁ ଆଜିକାଲି ସେ ଭାରତୀୟ ଦଳର ଅଂଶ ନୁହଁନ୍ତି।
10-Rani priyadarshini: ରାଜଧାନୀରେ ବାରମ୍ୱାର ଦୁର୍ଘଟଣା ଜନିତ ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟ ପରିବହନ ପ୍ରାଧିକରଣ (STA) ଟ୍ରାଫିକ ନିୟମ ଏବଂ ବେପରୁଆ ଡ୍ରାଇଭିଂ ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିଛି। ରବିବାର ଦିନ ଯାତ୍ରା ଆଇଟମ ଗର୍ଲ ରାନୀ ପ୍ରିୟଦର୍ଶିନୀଙ୍କ ସ୍କୁଟିକୁ ଜବତ କରିଛି ପୋଲିସ । ବିନା ହେଲମେଟରେ ମୁଖ୍ୟ ରାସ୍ତାରେ ସ୍କୁଟି ଚଳାଇ ରିଲ୍ସ ପ୍ରସ୍ତୁତ କରିଥିବାରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ ।