1-5 Days Odisha Tour of President to Begin today: ଆଜିଠାରୁ ରାଷ୍ଟ୍ରପତିଙ୍କ ୫ ଦିନିଆ ଓଡ଼ିଶା ଗସ୍ତ ଆରମ୍ଭ ହେବ। ପ୍ରଥମ ଦିନରେ ସେ ଭୁବନେଶ୍ୱରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବେ। ଏହାପରେ ୪ ତାରିଖ ଦିନ ସେ ପୁରୀ ଯାଇ ସେଠାରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ। ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକୋତ୍ସବରେ ଯୋଗ ଦେବା ପରେ ପୁରୀ ବ୍ଲୁଫ୍ଲାଗ୍ ସମୁଦ୍ରକୂଳରେ ଆୟୋଜିତ ହେବାକୁ ଥିବା ଭାରତୀୟ ନୌସେନାର ପ୍ରତିଷ୍ଠା ଦିବସରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ୫ ତାରିଖରେ ରାଷ୍ଟ୍ରପତି ଓୟୁଏଟିର ବାର୍ଷିକୋତ୍ସବରେ ଯୋଗ ଦେବେ,।ଏହାସହ ଭୁବନେଶ୍ୱର କୋର୍ଟର ନୂଆ କୋଠାକୁ ଉନ୍ମୋଚନ କରିବେ। ୬ ତାରିଖରେ ରାଷ୍ଟ୍ରପତି ନିଜ ଗାଁକୁ ଗସ୍ତ କରିବେ। ୭ ତାରିଖରେ ବିଭିନ୍ନ ରେଳପ୍ରକଳ୍ପର ଶୁଭ ଦେବା କାର୍ଯ୍ୟକ୍ରମ ରହିଛି।
2-President Murmu visit and traffic Rule-1: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (ଡିସେମ୍ୱର ୩) ଓଡ଼ିଶା ଗସ୍ତରେ ଆସୁଛନ୍ତି । ଡିସେମ୍ୱର ୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ ରାଷ୍ଟ୍ରପତି । ଏଥିପାଇଁ ଜନସାଧାରଣଙ୍କ ସୁଗମନାଗମନକୁ ଦୃଷ୍ଟିରେ ରଖି ସହରାଞ୍ଚଳ ଆଇନ୍ ୨୦୦୩ର ଧାରା ୨୮ (ଓଡ଼ିଶା ଆକ୍ଟ ୨୦୦୭ର ଧାରା ୮) ଏବଂ ଭୁବନେଶ୍ୱର- କଟକ, ପୁଲିସ କମିଶନରେଟ (ଟ୍ରାଫିକ ଓ ପବ୍ଲିକ ଅର୍ଡର) ୨୦୦୮ର ଧାରା ୩୬ ଅନୁସାରେ ନିମ୍ନଲିଖିତ କଟକଣା ଗୁଡିକ ଉପରେ ଲାଗୁ କରାଯାଇଛି ।
3-President Murmu visit and traffic Rule-2: ମଙ୍ଗଳବାର (୩-୧୨-୨୦୨୪) ଅପରାହ୍ମ ୪ଟା୫୦ ମିନିଟରୁ ସନ୍ଧ୍ୟା ୫ଟା୫୦ ମିନିଟ୍ ପର୍ଯ୍ୟନ୍ତ ଏୟାରପୋର୍ଟ ଛକ- ଏଜି ଛକ- ବାମ ମୋଡ- ରାଜଭବନ ଛକ- ପାୱାର ହାଉସ ଛକ - ୧୨୦ ବିଏନ୍ ଛକ- ଜାଭିୟର ଛକ- ବାମ ମୋଡ- ହୀତିଆସୁଣୀ ଛକ- ଡାହାଣ ମୋଡ- ନୀଳାଦ୍ରୀ ବିହାର ଏବଂ ସନ୍ଧ୍ୟା ୬ରୁ ୬ଟା ୩୦ ମିନିଟ୍ ମଧ୍ୟରେ ନୀଳାଦ୍ରୀ ବିହାର- ବାମ ମୋଡ- ଜାଭିୟର ଛକ- ଡାହାଣ ମୋଡ- ଜୟଦେବ ବିହାର ଛକ- ବେହେରା ସାହି ଛକ- ଶାସ୍ତ୍ରୀ ନଗର ଛକ- ୧୨୦ ବିଏନ ଛକ- ପାୱାର ହାଉସ ଛକ- ରାଜଭବନ।
4-Weather Update: ଚଳିତ ବର୍ଷ ରାଜ୍ୟରେ କମ୍ ଶୀତ ଅନୁଭବ ହୋଇପାରେ। ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ବଲାଙ୍ଗୀର, ନୂଆପଡା, ନବରଙ୍ଗପୁର, କୋରାପୁଟ୍ ଓ ମାଲକାନଗିରିରେ ରାତି ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ। ବାକି ଅଞ୍ଚଳରେ ବି ରାତି ତାପମାତ୍ରା ବିଶେଷ ଖସିବନି। ଭାରତୀୟ ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି। ଡିସେମ୍ବର ମାସରୁ ଫେବୃଆରୀ ମାସ ଯାଏ ରାଜ୍ୟରେ ଏଭଳି ସାମ୍ଭାବ୍ୟ ପାଣିପାଗ ସ୍ଥିତିକୁ ନେଇ ଆଇଏମଡି କରିଥିବା ଆକଳନରୁ ଏହା ଜଣାପଡିଛି।
5-Parliament to run smoothly from today:ଆଜି ଠାରୁ ସଂସଦର ଉଭୟଗୃହ ସ୍ୱଭାବିକ ଭାବେ ଚାଲିବ। ଏଥିନେଇ ଗୃହରେ ଉପସ୍ଥିତ ସମସ୍ତ ରାଜନୀତିକ ଦଳର ନେତାଙ୍କ ସହ ଆଲୋଚନା ହୋଇ ବୁଝାମଣା ହୋଇଛି। ସୋମବାର ବାଚସ୍ପତି ଏନେଇ ଏକ ସର୍ବଦଳୀୟ ବୈଠକ ଡକାଇଥିଲେ। ଏଥିରେ ସମସ୍ତ ଦଳର ନେତା ଗ୍ୟହ କାର୍ଯ୍ୟ ଚଳାଇବାଉପରେ ସହମତ ହୋଇଥିଲେ। ବିରୋଧୀ ଦଳଙ୍କ ଦାବି ଅନୁସାରେ ୧୩ ଓ ୧୪ ଦୁଇ ଦିନ ସମ୍ବିଧାନ ସମ୍ପର୍କରେ ଆଲୋଚନା ହେବ ବୋଲି ସମସ୍ତ ଦଳ ଏକମତ ହୋଇଥିବା ଜଣାପଡ଼ିଛି।
6-Two-Day Rehearsal Begins: ଆସନ୍ତାକାଲି ଭାରତୀୟ ନୌସେନା ଦିବସ-2024 ପାଳନ କରାଯିବ। ଏନେଇ ପୂରା ପ୍ରସ୍ତୁତ ହୋଇଛି ପୁରୀ ବେଳାଭୂମି। ଏନେଇ ବ୍ଲୁ-ଫ୍ଲାଗ ବିଚରେ ଫୁଲ୍ ଡ୍ରେସ ରିହରର୍ସାଲ ପ୍ରଦର୍ଶନୀ କରିଛି ଭାରତୀୟ ନୌସେନା । ସୋମବାର ଠାରୁ ଆରମ୍ଭ ହୋଇଥିବା ଦୁଇଦିନିଆ ଫୁଲ୍ ଡ୍ରେସ ରିହରସାଲ ଆଜି ଅପରାହ୍ନରେ ମଧ୍ୟ ହେବ । ୪ ତାରିଖରେ ହେବାକୁ ଥିବା ମୁଖ୍ୟ କାର୍ଯ୍ୟକ୍ରମରେ ୩ ସଶସ୍ତ୍ର ବଳର ସର୍ବୋଚ୍ଚ କମାଣ୍ଡର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟଅତିଥି ଭାବେ ଅଂଶଗ୍ରହଣ କରିବେ । ଏଥିରେ ପ୍ରାୟ 15ଟି ଯୁଦ୍ଧପୋତ ଓ 40ରୁ ଅଧିକ ନୌସେନା ବିମାନ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।
7-Birth rate declining: ରାଜ୍ୟରେ ଜନ୍ମହାର ପ୍ରତିବର୍ଷ ହ୍ରାସ ପାଉଛି। ନମୁନା ପଞ୍ଜିକରଣ ସର୍ଭେ ଅନୁସାରେ ୨୦୨୦ ସୁଦ୍ଧା ରାଜ୍ୟରେ ଜନ୍ମ ହାର ୧୭.୭ ପ୍ରତିଶତ। ଏହି ସମୟରେ ଜାତୀୟ ସ୍ତରରେ ଜନ୍ମହାର ୧୯.୫ ପ୍ରତିଶତ ରହିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନୁସାରେ ୨୮ଟି ରାଜ୍ୟ ମଧ୍ୟରୁ ଆମ ରାଜ୍ୟ ଜନ୍ମ ହାରରେ ୧୯ତମ ସ୍ଥାନରେ ରହିଛି।
8-Two Culprits escaped after court verdict: ଜଜ୍ଙ୍କ ଦଣ୍ଡାଦେଶ ପରେ CJM କୋର୍ଟ ପରିସରରୁ ଖସି ପଳାଇଲେ ୨ ଦୋଷୀ। ଏଟିଏମ୍ ଲୁଟ୍ ମାମଲାରେ ଜାମିନ୍ରେ ଥାଇ ଦୁହେଁ ନବରଙ୍ଗପୁର କୋର୍ଟରେ ହାଜର ହୋଇଥିଲେ। ମାମଲାର ବିଚାର ପରେ କୋର୍ଟ ସେମାନଙ୍କୁ ୭ ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ। ଏହାପରେ ଅଭିଯୁକ୍ତ ୨ଜଣ ପୋଲିସକୁ ଚକମା ଦେଇ ସେଠାରୁ ଖସି ପଳାଇଛନ୍ତି। ଅଭିଯୁକ୍ତମାନେ ହେଉଛନ୍ତି ହରିୟାଣା ମେୱ।ତ ଜିଲାର ସାକିଲ ଖାନ ଓ ସାହାରୁଖ ଖାନ।
9-Vladimir Putin: ଆସନ୍ତା ବର୍ଷ ଆରମ୍ଭରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତ କାର୍ଯ୍ୟକ୍ରମ ରହିଛି । ପୁଟିନଙ୍କ ଭାରତ ଆସିବା ତାରିଖ ଏପର୍ଯ୍ୟନ୍ତ ସ୍ଥିର କରାଯାଇନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣରେ ରୁଷ ରାଷ୍ଟ୍ରପତି ଭାରତ ଆସୁଛନ୍ତି ବୋଲି ରୁଷ ଦୂତାବାସ ଏନେଇ ସୂଚନା ଦେଇଛନ୍ତି। କ୍ରେମଲିନ ମୁଖପାତ୍ର ୟୁରୀ ଉଷାକୋଭ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆମର ନେତାଙ୍କ ବର୍ଷକୁ ଥରେ ସାକ୍ଷାତ କରିବାର ଚୁକ୍ତି ରହିଛି। ଆମେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣ ପାଇଛୁ ଏବଂ ଆମେ ଏହାକୁ ଗୁରୁତର ସହ ବିଚାର କରୁଛୁ। ଆସନ୍ତା ବର୍ଷ ଆରମ୍ଭରେ ରୁଷ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ତାରିଖ ସ୍ଥିର ହୋଇପାରେ ।
10-PV Sindhu: ବିବାହ ବନ୍ଧନରେ ବାନ୍ଧି ହେବେ ଭାରତର ଷ୍ଟାର ବ୍ୟାଟମିଣ୍ଟନ ଖେଳାଳି ପିଭି ସିନ୍ଧୁ। ସେ ୨୨ ଡିସେମ୍ବର ୨୦୨୪ରେ ଉଦୟପୁରରେ ସାତ ଫେରା ନେବେ । ସିନ୍ଧୁ ହାଇଦ୍ରାବାଦରେ ରହୁଥିବା ଭେକଟ ଦତ୍ତା ସାଇଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ । ଏହି ବିବାହ ନେଇ ସିନ୍ଧୁଙ୍କ ବାପା ପିଭି ରମନା ସୂଚନା ଦେଇଛନ୍ତି ।