Top 10 News Headlines: ୯ ଅକ୍ଟୋବରରେ 'ସୁଭଦ୍ରା' ଯୋଜନାର ମିଳିବ ଦ୍ୱିତୀୟ କିସ୍ତି ଓ ଅନ୍ୟାନ୍ୟ ଖବର...
Advertisement
Article Detail0/zeeodisha/odisha2451717

Top 10 News Headlines: ୯ ଅକ୍ଟୋବରରେ 'ସୁଭଦ୍ରା' ଯୋଜନାର ମିଳିବ ଦ୍ୱିତୀୟ କିସ୍ତି ଓ ଅନ୍ୟାନ୍ୟ ଖବର...

Odisha news live updates: ଅପରାହ୍ଣର ବଡ଼ ଖବର ସହ ପଢନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍...

Top 10 News Headlines: ୯ ଅକ୍ଟୋବରରେ 'ସୁଭଦ୍ରା' ଯୋଜନାର ମିଳିବ ଦ୍ୱିତୀୟ କିସ୍ତି ଓ ଅନ୍ୟାନ୍ୟ ଖବର...
Subhadra Scheme: ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ମିଳିବା ନେଇ ତାରିଖ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ଅକ୍ଟୋବର ୯ରେ ମିଳିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ସୂଚନା ଦେଇଛନ୍ତି।  ଯେଉଁମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ପ୍ରଥମ କିସ୍ତିର ୫ ହଜାର ଟଙ୍କା ମିଳି ନଥିଲା ତାହା ଦ୍ବିତୀୟ ପର୍ଯ୍ୟାୟରେ ହିତାଧିକାରୀଙ୍କୁ ଦିଆଯିବ। ବାରିପଦାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ଏହି ଟଙ୍କା ପ୍ରଦାନ କରିବେ। ସେପ୍ଟେମ୍ବର ୭ ତାରିଖ ଯାଏ ଆବେଦନ କରିଥିବା ମହିଳା ୯ରେ ଏହି ଟଙ୍କା ପାଇବେ। ସୁଭଦ୍ରା କୋଟିଏ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ୧ରୁ ସ୍ଲାବ ହୋଇ ପୁଣି ଲୋକଙ୍କୁ ଦିଆଯିବ। ଯେଉଁମାନେ ଆବେଦନ କରିଛନ୍ତି ସରକାର ସମସ୍ତଙ୍କର ଭେରିଫିକେସନ କରିବେ। ପ୍ରଥମ ଥରରେ ୨୫ ଲକ୍ଷ ୧୧ ହଜାର ଲୋକଙ୍କ ପାଖରେ ଆମେ ପହଞ୍ଚି ପାରିଛୁ। ଖୁବଶୀଘ୍ର କୋଟିଏ ଲୋକଙ୍କ ପାଖେ ପହଞ୍ଚିବୁ। ଗତ ୧୭ ତାରିଖ ଦିନ ସୁଭଦ୍ରା ଯୋଜନା ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
 
Odisha Weather Report: ଏଥର ଭିଜିବ ପୂଜା ବଜାର। ଅକ୍ଟୋବର ୬ରେ ଲଘୁଚାପ ସମ୍ଭାବନା ଦେଲା ଭାରତୀୟ ପାଣିପାଗ ବିଭାଗ। ପ୍ରଭାବରେ ୪ ଓ ୫ ତାରିଖରୁ ବର୍ଷାର ସମ୍ଭାବନା ଥିବା ବେଳେ ଭିଜିବ ସାରା ଓଡି଼ଶା। ଭାରତୀୟ ପାଣିପାଗ ବିଭାଗର ଜାରି କରିଥିବା ଦୀର୍ଘମିଆଦୀ ପ୍ରେସ ରିଲିଜ  ରେ ଅକ୍ଟୋବର ଦ୍ୱିତୀୟ ସପ୍ତାହ ଅର୍ଥାତ ୬ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରେ ଓ ତାର ପାଶ୍ୱବର୍ତୀ ଅଂଚଳରେ ଲଘୁଚାପ ସୃଷ୍ଟି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। 
 
Bhadrak Violence Update: ଭଦ୍ରଜ ଜିଲ୍ଲାର ଏକ ବିବାଦୀୟ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ତୁମୁଳକାଣ୍ଡ ଘଟଣା ରେ ପୋଲିସ ଦଶ ଜଣକୁ ଗିରଫ କରିଛି। ଦୋଷୀକୁ ଧରିବାକୁ ରାଲି ବେଳେ ପଥର ମାଡ଼ରେ ୨ ବରିଷ୍ଠ ପୋଲିସ ଅଧିକାରୀ ଆହତ ହୋଇଥିଲେ। ଏହି ଘଟଣା ରେ ତହସିଲଦାରଙ୍କ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଥିଲେ।
 
Smitarani Murder Case Update: ବହୁ ଚର୍ଚ୍ଚିତ ସ୍ମିତାରାଣୀ ହତ୍ୟାକାଣ୍ଡର ହେବ ପୁନଃ ତଦନ୍ତ । ପୁଣି ଥରେ ପୁରୁଣା ଫାଇଲ ଖୋଲିବ । ଆଜି ବଡଚଣାରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସ୍ମିତାରାଣୀ ନାମକ ଜଣେ ମହିଳା କାମ କରୁଥିବା ବେଳେ BJD ର କୁଜି ନେତା କିଭଳି ତାକୁ ବ୍ୟବହାର କରି ହତ୍ୟା କରିଥିଲେ  ତାହା କଣ ମା କୁ ସମାନ ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ। ତାଙ୍କ ସ୍ବାମୀ ଆଉ ଥରେ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି । ଆମ ସରକାର ତଦନ୍ତ କରିବ । ଆଉ ସାମିଲ ଥିବା ଅପରାଧୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । 
 
Land Mine Blast: ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ।  ଅଳ୍ପକେ ବର୍ତ୍ତିଲେ ୩୦ ଯବାନ ।  ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଟେରାମ ଏବଂ ଗୁଡୁମ ମଧ୍ୟରେ ବିସ୍ଫୋରଣ ହୋଇଛି । ସିଆରପିଏଫ୍ ଯବାନ ସର୍ଚ୍ଚ ଅପରେସନ କରୁଥିବାବେଳେ ଏହି ବିସ୍ଫୋରଣ ହୋଇଛି ।  ଆହତ ଯବାନଙ୍କୁ ବିଜାପୁର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ଚିନ୍ନାଗେଲୁର କ୍ୟାମ୍ପ ଠାରୁ ମାତ୍ର ୫୦୦ ମିଟର ଦୂରରେ ଘଟିଛି ।  ଘଟଣାସ୍ଥଳରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଜୋରଦାର ଚାଲିଛି । ତେବେ ଏହି ଲ୍ୟାଣ୍ଡମାଇନ୍ ବ୍ଲାଷ୍ଟ କାରଣରୁ ୫ ଯବାନ ଆହତ ହୋଇଛନ୍ତି।
 
Hockey Player Dies: ଟ୍ରକ୍ ଧକ୍କାରେ ୨ ଜଣ ହକି ଖେଳାଳୀଙ୍କ ମୃତ୍ୟୁ । ସୁନ୍ଦରଗଡ଼ ତଳସାରା ଥାନା ନିକଟସ୍ଥ ନିମଡିହି ଗାଁରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାରେ ସଚିନ କିଣ୍ଡୋ, ସୁମିଲାଲ ଟପ୍ପୋଙ୍କ ମୃତ୍ୟୁ । ଛତିଶଗଡ଼ରୁ ହକି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଇଥିଲେ । ବାଇକରେ ମ୍ୟାଚ୍ ଖେଳି ବାଇକ ଯୋଗେ ଘରକୁ ଫେରିବା ବେଳେ ଘଟିଛି ଅଘଟଣ । ଧରୁଆଡ଼ିହି ଥାନା ଚେମ୍ପାପଡାରେ ରାସ୍ତାରେ ମୃତଦେହ ରଖି ସ୍ଥାନୀୟ ଲୋକଙ୍କ ରାସ୍ତାରୋକ୍ । 
 
Delhi Constable Death: ଦିଲ୍ଲୀରେ ମଦ ମାଫିଆଙ୍କ ଆତଙ୍କରାଜ । ପୋଲିସ କନଷ୍ଟେବଳଙ୍କ ଉପରେ ଗାଡ଼ି ଚଢାଇ ହତ୍ୟା କଲେ ମଦ ମାଫିଆ । ମଦ ଗାଡ଼ି ଅଟକାଇବାରୁ ଗାଡି ଚଢାଇ ଫେରାର ହୋଇଯାଇଛନ୍ତି । କାରକୁ ଜବତ କରି ତଦନ୍ତ କରୁଛି ଦିଲ୍ଲୀ ପୋଲିସ । ଚଢ଼ାଉ ପାଇଁ ଯାଇଥିବା କନଷ୍ଟେବଳଙ୍କ ଉପରେ କାର ଚଢାଇ ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀ ନାଙ୍ଗଲୋଇ ଅଞ୍ଚଳର ପୋଲିସ କନଷ୍ଟେବଳ ହେଉଛନ୍ତି ସନ୍ଦୀପ। ସେ ନାଇଟ୍‌ ଡ୍ୟୁଟିରେ ଥିଲେ । 
 
Mann Ki Baat: ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ । ରେଡିଓ ମାଧ୍ୟମରେ ଦେଶବାସୀଙ୍କୁ ନିଜ ମନର କଥା କହିଛନ୍ତି ପିଏମ୍ ମୋଦି । ଆଜିର ୧୧୪ତମ ମନ୍ କି ବାତ୍‌ରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରିଛନ୍ତି ପିଏମ୍ । ମୟୂରଭଞ୍ଜ ଜିଲ୍ଲାର ରାମଜିତ୍ ଟୁଡୁଙ୍କୁ ପ୍ରଶଂସା କରିଛନ୍ତି ମୋଦି । ଡିଜିଟାଲ ପ୍ଲାଟଫର୍ମରେ ସାନ୍ତାଳି ଭାଷାର ବ୍ୟବହାରର ବାଟ ଦେଖାଇଛନ୍ତି  ରାମଜିତ୍  । ସେ `ଓଲିଚିକି'କୁ ଡିଜିଟାଲ ପ୍ଲାଟଫର୍ମରେ ଲେଖିବାର କୌଶଳ ବାହାର କରିଛନ୍ତି ।
 
Hizbullah Chief Nasrullah Death: ହିଜବୁଲ୍ଲା ମୁଖ୍ୟ ନସରୁଲ୍ଲାର ନିପାତ ଘଟଣାକୁ ବିରୋଧ କରି ଜମ୍ମୁକାଶ୍ମୀରରେ ଜୋରଦାର ପ୍ରତିବାଦ କରାଯାଉଛି। କାଶ୍ମୀର ବଡଗାମରେ ଶତାଧିକ ଲୋକ ପ୍ରତିବାଦ ରାଲି କରିବା ସହ ନସରଲ୍ଲାର ମୃତ୍ୟରେ ଶୋକବ୍ୟକ୍ତ କରିଛନ୍ତି । ହାତରେ ପ୍ଲାକାର୍ଡ, କଳାପତାକା ଧରିବା ସହ  ଓ ନସରୁଲ୍ଲା ଅମର ରହେ କହି ସହର ସାରା ପ୍ରତିବାଦ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସ୍ଥାନୀୟ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
 
Rohit Sharma: ଟିମ୍ ଇଣ୍ଡିଆର ଦିନିକିଆ ଓ ଟେଷ୍ଟ ଫର୍ମାଟ ଅଧିନାୟକ ରୋହିତ ଶର୍ମା ଟି-୨୦ ବିଶ୍ୱକପ୍ ପରେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେବେଠାରୁ ଟି-୨୦ ଦଳର ନେତୃତ୍ୱ ନେଉଛନ୍ତି ଶୁଭମନ ଗିଲ୍ ଓ ସୂର୍ଯ୍ୟକୁମାର ଯାଦବ। ତେବେ ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଠୁଛି ରୋହିତ କେବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ। ଏହାକୁ ନେଇ ଏବେ ନିଜେ ରୋହିତ ଶର୍ମା ଏକ ବଡ ବୟାନ ଦେଇଛନ୍ତି । ରୋହିତ ଶର୍ମା ଏକ ଭିଡିଓରେ କହିଛନ୍ତି ଯେ ମୁଁ ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ବିଷୟରେ ଚିନ୍ତା କରୁନାହିଁ।