Top 10 News: ମାର୍ଚ୍ଚ ୮ ରେ ମିଳିବ ସୁଭଦ୍ରାର ଦ୍ବିତୀୟ କିସ୍ତି ଓ ଅନ୍ୟାନ୍ୟ ଅପଡେଟ୍
Advertisement
Article Detail0/zeeodisha/odisha2617926

Top 10 News: ମାର୍ଚ୍ଚ ୮ ରେ ମିଳିବ ସୁଭଦ୍ରାର ଦ୍ବିତୀୟ କିସ୍ତି ଓ ଅନ୍ୟାନ୍ୟ ଅପଡେଟ୍

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ମାର୍ଚ୍ଚ ୮ ରେ ମିଳିବ ସୁଭଦ୍ରାର ଦ୍ବିତୀୟ କିସ୍ତି ଓ ଅନ୍ୟାନ୍ୟ ଅପଡେଟ୍

Top 10 News Today

Headlines 01- ୭୬ତମ ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀ ସ୍ଥିତ କର୍ତ୍ତବ୍ୟପଥରେ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତିନିସେନା ପକ୍ଷରୁ କର୍ତ୍ତବ୍ୟପଥର ଆକଶରୁ ପୁଷ୍ପ ବର୍ଷା କରାଯାଇଥିଲା । ଭାରତୀୟ ସେନା ପକ୍ଷରୁ ବ୍ରହ୍ମୋସ୍ ମିସାଇଲ, BM 21 ଅଗ୍ନିବାଣ କର୍ତ୍ତବ୍ୟ ପଥରେ ଗର୍ଜିଥିଲେ। ଗଡୱାଲ୍ ରାଇଫଲସ୍, ନଭାଲ୍ ବ୍ରାସ୍ ବ୍ୟାଣ୍ଡଙ୍କ ‘କଦମ୍ କଦମ୍ ବଢ଼ାଏ ଚାଲ୍’ ରେ ଆଖି ଝଲସିଲା ଭଳି ରଣକୌଶଳ ଦେଖାଇଥିଲା । ପରେଡରେ ଅଂଶ ଗ୍ରହଣ କରିଥିଲେ ପରମ ବୀର ଚକ୍ର ପାଇଥିବା ଭାରତର ବୀର ସନ୍ତାନ । ପରେଡରେ ନିଜର ପରାକାଷ୍ଠା ଦେଖାଇଥିଲା ଇଣ୍ଡୋନେସିଆ ସେନା ।

Headlines 02- ୭୬ ତମ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହାସହ କଟକରେ ସାଧାରଣତନ୍ତ୍ର ଦିବସ-୨୦୨୫ ଅବସରରେ ବିଡ଼ାନାସୀ ପଡ଼ିଆରେ ପତାକା ଉତ୍ତୋଳନ କରିବା ସହ ମୁଖ୍ୟମନ୍ତ୍ରୀ ଅଭିଭାଷଣ ଦେଇଛନ୍ତି। ପ୍ରତ୍ଯେକ ଓଡିଶାବାସୀ, ଦେଶ ତଥା ଦେଶ ବାହାରେ ରହୁଥିବା ପ୍ରତ୍ଯେକ ଭାରତୀୟଙ୍କୁ ଆଜିର ଦିନର ଅନେକ ଅନେକ ଶୁଭେଚ୍ଛା।

Headlines 03- ଉଲ୍ଲେଖନୀୟ ଓ ପ୍ରଶଂସନୀୟ କାର୍ଯ୍ୟ ପାଇଁ ଲୋକସେବା ଭବନରେ ପୋଲିସ ସେବା ପଦକ ପ୍ରଦାନ କରାଯାଇଛି । ପୁରସ୍କାର ପ୍ରଦାନ କରିଥିଲେ ରାଜ୍ୟପାଳ ହରି ବାବୁ କମ୍ଭମ୍‌ପାଟି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ପୋଲିସ ଡିଜି, ଅଗ୍ନିଶମ ଡିଜି ପ୍ରମୁଖ ଉପସ୍ଥିତ ଥିଲେ ।

Headlines 04- ଗଣତନ୍ତ୍ର ଦିବସ ଅବସରରେ ଓଡ଼ିଶାର ୪ ଜଣଙ୍କୁ ପଦ୍ମ ପୁରସ୍କାର ମିଳିଛି । ମେଡିସିନ୍‌ କ୍ଷେତ୍ରରେ ଓଡ଼ିଶାର ଅଶୋକ ମହାପାତ୍ରଙ୍କୁ ପଦ୍ମଶ୍ରୀ। କଳାରେ ଅଦ୍ବୈତ ଚରଣ ଗଡ଼ନାୟକଙ୍କୁ ପଦ୍ମଶ୍ରୀ। କଳାରେ ଦୁର୍ଗା ଚରଣ ରଣବୀର, ସାହିତ୍ୟ ଓ ଶିକ୍ଷାରେ ପ୍ରତିଭା ଶତପଥୀ ସମ୍ମାନୀତ ହୋଇଛନ୍ତି । 

Headlines 05- ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି। ନୟାପଲ୍ଲୀ (VIP) ଭିଆଇପି କଲୋନୀ ସ୍ଥିତ ବାସଭବନରୁ ଲୁଟ୍‌ ହୋଇଥିବା ଜଣାପଡିଛି। ଆଲମିରା ଲକର୍‌ ତାଡ଼ି ୫୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଲେ ଚୋର। ଘରେ କେହି ନଥିବା ବେଳେ ଲୁଟ୍ ହୋଇଥିବା ସୂଚନା ମିଳିଛି।  ଏନେଇ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଟ୍ ସମୟର ଏକ ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି ।

Headlines 06- ୭୬ତମ ସାଧାରଣତନ୍ତ୍ର ଦିବସ ଅବସରରେ ଖୋର୍ଦ୍ଧାରେ ପତାକା ଉତ୍ତୋଳନ କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେହିପରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିୟମ୍ ପଡିଆରେ ପତାକା ଉତ୍ତୋଳନ କରି ଅଭିଭାଷଣ ପ୍ରଦାନ କରିଥିଲେ ।

Headlines 07- ମାର୍ଚ୍ଚ ୮ ତାରିଖରେ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । କଟକରେ ପତାକା ଉତ୍ତୋଳନ ପରେ ମୁଖ୍ୟମନ୍ତ୍ରୀଙ୍କ ଏ ସମ୍ପର୍କରେ କହିଥିଲେ । 'ଏଯାଏଁ ପ୍ରାୟ ୮୦ ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଲାଣି' । ମହିଳାଙ୍କ ବିକାଶ ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Headlines 08- ସାଧାରଣତନ୍ତ୍ର ଦିବସ ଅବସରରେ କଟକ ଜିଲ୍ଲା ବାଙ୍କି ଥାନା ଅଞ୍ଚଳରୁ ଏକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ପରେଡରେ ଅଂଶଗ୍ରହଣ କରିବାକୁ ଏକ ପିକ୍‌ଅପ୍ ଭ୍ୟାନ୍‌ରେ ସ୍କୁଲ ଛାତ୍ରଛାତ୍ରୀ ଯାଉଥିବା ସମୟରେ ଅଧାରାସ୍ତାରେ ପିକ୍‌ଅପ୍ ଭ୍ୟାନ୍‌ ଦୁର୍ଘଟଣାର ଶିକାର ହୋଇ ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିସହ ମୋଟ ୨୩ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏଥିସହ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

Headlines 09- ବିଜେଡି ସାଂଗଠନିକ ନିର୍ବାଚନ ପୂର୍ବରୁ ଭାଙ୍ଗିଲା ଦଳର ପ୍ରମୁଖ ସଂଗଠନ। ପ୍ରମୁଖ ସଂଗଠନ ଭାଙ୍ଗିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜୁ ମହିଳା ଜନତା ଦଳ, ଯୁବ ଜନତା ଦଳ, ଛାତ୍ର ଜନତା ଦଳ ଭାଙ୍ଗିଛି ବୋଲି ଏକ ପ୍ରେସ୍ ରିଲିଜ୍ ଜାରି କରାଯାଇଛି । ଅନ୍ୟପଟେ
୭୬ତମ ସାଧାରଣତନ୍ତ୍ର ଦିବସ ଅବସରରେ ବିଜେଡି ପାର୍ଟି ଅଫିସରେ ପତାକା ଉତ୍ତୋଳନ କରିଥିଲେ ବିରୋଧିଦଳ ନେତା ନବୀନ ପଟ୍ଟନାୟକ ।

Headlines 10- ରାଜ୍ୟରେ ଆହୁରି ୨ ଦିନ ଘନ ଘନ କୁହୁଡି଼ ଦେଖାଦେବ। ଆଜି ବିଶେଷକରି, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଂଜାମ, ଗଜପତି, କଳାହାଣ୍ତି, କନ୍ଧମାଳ ଓ ସୁନ୍ଦରଗଡ ଜିଲ୍ଲାରେ ଘନ କୁହୁଡି଼ ଦେଖାଦେବ। ସୋମବାର ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର,ପୁରୀ, ଖୋର୍ଦ୍ଧା, କଟକ, ଗଂଜାମ, ଗଜପତି, କଳାହାଣ୍ତି, କନ୍ଧମାଳ ଓ ସୁନ୍ଦରଗଡରେ ଘନ କୁହୁଡି଼ ରହିବ। ସେମିଳିଗୁଡାରେ ରାତି ତାପମାତ୍ରା  ସବୁଠୁ କମ୍ ୧୦.୫ ଡିଗ୍ରୀ ରହିଥିଲା। ଫୁଲବାଣୀରେ ୧୧.୫ ଡିଗ୍ରୀ, ଦାରିଙ୍ଗିବାଡିରେ ୧୩ ଓ କୋରାପୁଟ୍ ରେ ୧୩.୫ ଡିଗ୍ରୀ ଥିଲା। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। 

Also Read- Weekly Health Horoscope: ନୂଆ ସପ୍ତାହରେ କିପରି ରହିବ ସ୍ୱାସ୍ଥ୍ୟ, ପଢନ୍ତୁ ନିଜ ଭାଗ୍ୟଫଳ