Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
Top 10 News Today
Headlines 01- ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରେଖା ଗୁପ୍ତା । ରାମଲୀଲା ମୈଦାନରେ ଭବ୍ୟ ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଥିଲା। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମତେ ଗୃହମନ୍ତ୍ରୀ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମନ୍ତ୍ରୀପରିଷଦର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ରେଖା ଗୁପ୍ତାଙ୍କୁ ଉପ ରାଜ୍ୟପାଳ ବିନୟ କୁମାର ସକସେନା ପଦ ଓ ଗୋପନୀୟତା ଶପଥ ପାଠ କରାଇଛନ୍ତି । ରେଖା ଗୁପ୍ତା ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେହିପରି, ପରବେଶ ବର୍ମା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ, ଆଶିଷ ସୁଦ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । କପିଲ ମିଶ୍ରା, ମନଜିନ୍ଦର ସିଂ ସିରସା, ପଙ୍କଜ ସିଂ, ରବିନ୍ଦର ସିଂ ଇନ୍ଦ୍ରାଜ ମଧ୍ୟ ଶପଥ ନେଇଛନ୍ତି ।
Headlines 02- ପୂର୍ବ ସରକାରକୁ ଟାର୍ଗେଟ କରି ବିଧାନସଭାରେ ପୁଣି ଉଠିଲା ମହାନଦୀ ପ୍ରସଙ୍ଗ । ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଟାର୍ଗେଟ କରିଥିଲେ । ଛତିଶଗଡ଼ ଡ୍ୟାମ ଗଠନ ପ୍ରସଙ୍ଗରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉତ୍ତର ଦେଇ କହିଛନ୍ତି ଯେ, ୨୪ ବର୍ଷରେ ଆପଣ କେତେ ଡ୍ୟାମ୍ କରିଛନ୍ତି ସେ ତଥ୍ୟ ଆପଣଙ୍କ ପାଖରେ ଥିବ । ୮ ମାସ ଭିତରେ ସରକାର ବହୁ ଜଳ ପ୍ରକଳ୍ପ ହାତକୁ ନେଇଛନ୍ତି ବୋଲି ମନ୍ତ୍ରୀ କହିଥିଲେ ।
Headlines 03- ରାଜ୍ୟରେ ଆଉ ୫୦୦ଟି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯିବ । ବିଜେଡି ବିଧାୟକ ପ୍ରତାପ ଦେବଙ୍କ ପ୍ରଶ୍ନରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏ ସମ୍ପର୍କରେ ଉତ୍ତର ରଖିଛନ୍ତି । ୮୧୨ ବହୁମୁଖୀ ଆଶ୍ରୟସ୍ଥଳୀର ମରାମତି ହେବ ଏବଂ ଅର୍ଥ କମିଶନଙ୍କୁ ମଧ୍ୟ ସରକାର ଜଣାଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ବିଗତ ସରକାର ଘୋଷଣା କରି ଆମ ପାଇଁ ଛାଡ଼ିକି ଗଲେ ବୋଲି ସୁରେଶ ପୂଜାରି କହିଥିଲେ ।
Headlines 04- ପୂର୍ବ ସରକାରରେ ଥିବା 5Tର ପୋଲ୍ ଖୋଲିଛନ୍ତି ରାଜସ୍ବ ମନ୍ତ୍ରୀ । ବିଧାୟକ ପ୍ରତାପ ଦେବଙ୍କ ପ୍ରଶ୍ନରେ ସୁରେଶ ପୂଜାରୀ କହିଥିଲେ ଯେ, ବିଗତ ସରକାରରେ ଅନେକ ନିଷ୍ପତ୍ତି ହେଉଥିଲା କିନ୍ତୁ କାର୍ଯ୍ୟକାରୀ ଶୂନ୍ । ଯେଉଁ ନିଷ୍ପତ୍ତି ନେଲେ ଆମ ସରକାର କରିବ ବୋଲି ଛାଡ଼ିକି ଯାଇଛନ୍ତି । 5T ଦ୍ୱାରା କାଗଜ ପତ୍ରରେ ପ୍ରୋସେସିଂ କରାନଯାଇ ଖାଲି ଘୋଷଣା କରାଯାଉଥିଲା । ଏଷ୍ଟିମେଟ୍ କଲା, ଟେଣ୍ଡର ହେଲା, କିନ୍ତୁ ୱାର୍କ ଅର୍ଡର ପରେ ପଇସା ନାହିଁ । ରିଲିଫ୍ ଫଣ୍ଡରେ ଯେତିକି ଟଙ୍କା ନାହିଁ ତାଠୁ ଅଧିକ ଘୋଷଣା କରିଥିଲେ ବୋଲି ମନ୍ତ୍ରୀ କହିଥିଲେ ।
Headlines 05- କିଟ୍ ଘଟଣାକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି । ତାରା କହିଛନ୍ତି ଯେ, ବହୁ IAS ଓ IPSଙ୍କ ସ୍ତ୍ରୀ କିଟ୍ରେ କାର୍ଯ୍ୟରତ ଅଛନ୍ତି । ଅଚ୍ୟୁତ ସାମନ୍ତଙ୍କ ସହ ମୋର ଭଲ ସମ୍ପର୍କ କିନ୍ତୁ ଓଡ଼ିଶାର ସ୍ବାଭିମାନ ଆଗ । ଏପର୍ଯ୍ୟନ୍ତ ଘଟଣାରେ କାହାକୁ ଗିରଫ କରାଯାଉନି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ତାରା ।
Headlines 06- ରାଜ୍ୟରେ ନିର୍ମାଣ ହେବ ୩୧ଟି ବୃହତ୍ ଜଳ ପ୍ରକଳ୍ପ ଏବଂ ୨୭ଟି ବ୍ୟାରେଜ୍ । ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏନେଇ ସୂଚନା ଦେଇ କହିଛନ୍ତି ଯେ, ୭୨ଟି ଷ୍ଟ୍ରକ୍ଚର୍ ଓ ୭୯ଟି କ୍ଷୁଦ୍ର ଜଳପ୍ରକଳ୍ପ ପାଇଁ ଯୋଜନା ହୋଇଛି । ଏହି ପ୍ରକଳ୍ପ ପାଇଁ ସମୁଦାୟ ୫୧ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ଟେଣ୍ଡର କାହିଁକି ବାତିଲ ହୋଇଛି ସେନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବି । ଜଳ ସମ୍ପଦ ବିଭାଗ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛି ବୋଲି ମନ୍ତ୍ରୀ କହିଛନ୍ତି ।
Headlines 07- ସମ୍ବଲପୁରରେ ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ଘଟଣାରେ ଅଧିକ ଚିକିତ୍ସା ପାଇଁ ଛାତ୍ରୀଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ପରିବାର ଲୋକ ସୂଚନା ଦେଇଛନ୍ତି । ଅଟୋରେ ଥିବା କିଛି ଲୋକଙ୍କୁ ଅଟକ ରଖି ପୋଲିସ ପକ୍ଷରୁ ପଚରାଉଚରା କରାଯାଉଛି । କ୍ୟାଟରିଂ କାମ ପାଇଁ ଅଟୋରେ ଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
Headlines 08- ଭୁବନେଶ୍ବରରେ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍ ଘଟଣାର ସିନ୍ ରିକ୍ରିଏସନ କରାଯାଇଛି । ଧରାପଡ଼ିଥିବା ସ୍ପାଇଡର ସତୀଶକୁ ନେଇ ସିନ୍ ରିକ୍ରିଏସନ କରିଛି ପୋଲିସ । କିପରି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ସେ ଚୋରି କରିଥିଲା ତାହା ଦେଖାଇଛି ସତୀଶ । କେଉଁ ପଟେ ଆସିଲା ଏବଂ କିପରି ଜିନିଷ ପତ୍ର ନେଇ ଚମ୍ପଟ୍ ମାରିଲା ସେନେଇ ସିନ୍ ରିକ୍ରିଏଟ୍ କରାଯାଇଛି ।
Headlines 09- ଭଦ୍ରକରେ ଗ୍ୟାସ୍ ଟାଙ୍କି ଫାଟି ଗୋଟିଏ ପରିବାରର ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଧାମନଗର ବ୍ଲକ୍ ଉଚ୍ଚପଦା ସ୍ଥିତ ଗୁଡ଼ିଆ ସାହିରେ ଏପରି ଅଘଟଣ ଘଟିଛି । ରୋଷେଇ କରୁଥିବା ସମୟରେ ଟାଙ୍କି ଫାଟିଯିବାରୁ ଏହି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଗୁରୁତରମାନଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
Headlines 10- ଆଜି ଚାମ୍ପିୟନ ଟ୍ରଫିରେ ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ବାଂଲାଦେଶ । ଟଚ୍ ଜିତି ପ୍ରଥମେ ବାଂଲାଦେଶ ବ୍ୟାଟିଂ ଆରମ୍ଭ କରିଛି । ୧୪ ଓଭର ସୁଦ୍ଧା ବାଂଲାଦେଶର ସ୍କୋର ରହିଛି ୫୪/୫ । ତୌହିଦ ଏବଂ ଜାକିର ଅଲି କ୍ରିଜରେ ଉପସ୍ଥିତ ଅଛନ୍ତି। ଅକ୍ଷର ପଟେଲ ମୁଶଫିକର ରହିମଙ୍କୁ ଆଉଟ୍ କରିବାରେ ସଫଳ ହୋଇଛନ୍ତି।
Also Read- Shani Budh Yuti 2025: ଶନି-ବୁଧଙ୍କ ଅପୂର୍ବ ସଂଯୋଗ, ୩ ରାଶିକୁ ମିଳିବ ଧନ !