Top 10 News Headlines: ସୁପର ସଣ୍ଡେରେ ସୁପର ମ୍ୟାଚ୍, ପାକିସ୍ତାନ କରୁଛି ବ୍ୟାଟିଂ ସହ ଅନ୍ୟାନ୍ୟ ଖବର
Advertisement
Article Detail0/zeeodisha/odisha2657716

Top 10 News Headlines: ସୁପର ସଣ୍ଡେରେ ସୁପର ମ୍ୟାଚ୍, ପାକିସ୍ତାନ କରୁଛି ବ୍ୟାଟିଂ ସହ ଅନ୍ୟାନ୍ୟ ଖବର

Top 10 News Headlines: ଅପରାହ୍ଣ ୪ ଟା ସମୟର ଗୁରୁତ୍ୱପୂର୍ଣ୍ଣ ଖବର ପଢନ୍ତୁ ସଂକ୍ଷେପରେ...

Top 10 News Headlines: ସୁପର ସଣ୍ଡେରେ ସୁପର ମ୍ୟାଚ୍, ପାକିସ୍ତାନ କରୁଛି ବ୍ୟାଟିଂ ସହ ଅନ୍ୟାନ୍ୟ ଖବର

Champions Trophy IND vs PAK: ଆଜି ଆଇସିସି ଚାମ୍ପିଅନ୍ସ ଟ୍ରଫି 2025ରେ ଏକ ହାଇଭୋଲଟେଜ ମ୍ୟାଚ ଦେଖିବାକୁ ମିଳୁଛି । ଭାରତ ଏବଂ ପାକିସ୍ତାନ ଦଳ ବହୁ ଦିନ ପରେ ପୁଣି ଥରେ ପଡ଼ିଆରେ ମୁହାଁମୁହିଁ ହୋଇଛନ୍ତି । ଲକ୍ଷ ଲକ୍ଷ କ୍ରିକେଟ ପ୍ରେମୀଙ୍କ ଦ୍ୱାରା ପ୍ରତୀକ୍ଷିତ ମ୍ୟାଚ୍ ଆଜି ଦୁବାଇ ଗ୍ରାଉଣ୍ଡରେ ଖେଳାଯାଉଛି । ସେହିପରି ସମସ୍ତଙ୍କ ନଜର ଏହି ବଡ଼ ମୁକାବିଲା ଉପରେ ରହିଥିବା ବେଳେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ପାକିସ୍ତାନ । ଶେଷ ଖବର ସୁଦ୍ଧା ପାକିସ୍ତାନ ୨ଟି ୱିକେଟ୍ ହରାଇ ୭୨ ରନ୍ କରିପାରିଛି। 

Oca President: ପଙ୍କଜ ଲୋଚନ ମହାନ୍ତି ହେଲେ ଓସିଏ ସଭାପତି। ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ କରିଥିଲେ ପଙ୍କଜ ।  ବବି ଦାସଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା ପଦବୀ । ବାରବାଟୀ ଫ୍ଲଡ୍‌ ଲାଇଟ୍‌ ବିଭ୍ରାଟ ନେଇ ମତ ରଖିଲେ ନୂଆ ସଭାପତି ପଙ୍କଜ । ସରକାର ମାଗିଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ଦିଆଯାଇଛି ବୋଲି କହିଲେ ନବନିର୍ବାଚିତ ସଭାପତି । 

Health Tips By PM: ମନ କୀ ବାତ୍‌ରେ ଯୁବପିଢ଼ିଙ୍କୁ ସ୍ବାସ୍ଥ୍ୟମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ । 'ଏବେ ଯୁବପିଢିଙ୍କ ଭିତରେ ମୋଟାପଣ ଏକ ବଡ଼ ସମସ୍ୟା ହେଲାଣି' । 'ମୋଟାପଣ କମାଇବାକୁ ହେଲେ ଆମକୁ ଖାଦ୍ୟରେ ପରିବର୍ତ୍ତନ ଜରୁରୀ' ।'ପ୍ରତିଦିନ ଖାଦ୍ୟରେ କମ୍‌ ତେଲ ଖାଇବାକୁ ଚେଷ୍ଟା କରନ୍ତୁ' । ଖାଦ୍ୟରେ ତେଲ ପରିମାଣ ୧୦ ପ୍ରତିଶତ ରହିବା ଜରୁରୀ ବୋଲି କହିଲେ ପ୍ରଧାନମନ୍ତ୍ରୀ । 

Odisha CM Visit Prayagraj: ମହାକୁମ୍ଭ ଅବସରରେ ପ୍ରୟାଗରାଜ ଅଭିମୁଖେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପରିବାର ସହ ସଂଗମରେ ପକାଇବେ ବୁଡ଼ । ଓଡ଼ିଶାବାସୀଙ୍କ ମଙ୍ଗଳ ଲାଗି ମାତା ଗଙ୍ଗାଙ୍କୁ କରିବେ ପ୍ରାର୍ଥନା। 

Dhenkanal Crime Mews: ଭୋର୍‌ରୁ ଫୁଟିଲା ଗୁଳି । ଟଳି ପଡ଼ିଲେ ଫାର୍ମ ହାଉସ ମାଲିକ । ଢେଙ୍କାନାଳ ଜିଲ୍ଲା କଳାଙ୍ଗ ଗାଁ ନିକଟ ଫାର୍ମ ହାଉସ୍‌ରେ ଗୁଳିମାଡ଼ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ସେହି ଗାଁର ଗୋବିନ୍ଦ ଚନ୍ଦ୍ର ନାୟକ । ଭୋର୍ ସମୟରେ ଫାର୍ମ ହାଉସ୍‌ରେ ଗୋବିନ୍ଦ ଶୋଇଥିବା ବେଳେ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି । 

Atishi Becomes Leader Of Opposition: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ଭାବେ ମନୋନୀତ ହୋଇଛନ୍ତି। ଦିଲ୍ଲୀ ମୁଖ୍ୟାଳୟରେ ବସିଥିବା ଆମ ଆଦମୀ ପାର୍ଟି ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଦଳର ସମସ୍ତ ବିଧାୟକ ଆତିଶୀଙ୍କୁ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ଚୟନ କରିଛନ୍ତି। ଏହି ବୈଠକରେ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଉପସ୍ଥିତ ଥିଲେ।
 
Pankodhara Ekadashi: ସୋମବାର ପ୍ରଭୁ ଲୋକନାଥଙ୍କ ପବିତ୍ର ପଙ୍କୋଧାର ଏକାଦଶୀ । ଏହି ଅବସରରେ ଆସନ୍ତାକାଲି ପୁରୀରେ ଥିବା ବାବା ଶ୍ରୀଲୋକନାଥଙ୍କ ଶ୍ରୀଅଙ୍ଗରୁ ପାଦୁକ ଉଦ୍ଧାର କରାଯିବ । ଏଥିପାଇଁ ଲୋକନାଥଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ ।  ପ୍ରଭୁଙ୍କ ଦର୍ଶନଙ୍କ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ମଧ୍ୟ ହେବ । ଖାସ୍‌ ସେଥିଲାଗି ପୁରୀ ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ବର୍ଷକେ ମଧ୍ୟରେ ଏହି ଗୋଟିଏ ଦିନ ପଙ୍କୋଧାର ଏକାଦଶୀରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ଠାକୁର ।

Tunnel Collapsed: ତେଲେଙ୍ଗାନା ନଗରକର୍ଣ୍ଣଲ ଜିଲ୍ଲାର ଶ୍ରୀଶୈଳମ ଡ୍ୟାମର ନିର୍ମାଣାଧୀନ ଟନେଲ ଭୁଶୁଡ଼ି ପଡ଼ିବାରୁ ଫସି ରହିଥିବା କର୍ମଚାରୀଙ୍କୁ ଉଦ୍ଧାର ପାଇଁ ଜୋରଦାର ପ୍ରୟାସ ଚାଲିଛି । ରାତି ସାରା ଏସ୍‌ଡିଆରଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ମଧ୍ୟ ଟନେଲ ଭିତରକୁ ଯିବା ସମ୍ଭବ ହୋଇନାହିଁ । ଏନଡିଆରଏଫ ଟିମ୍ କାଦୁଅ ଭର୍ତ୍ତି ପାଣିଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲେ ସୁଦ୍ଧା ଟିମ୍ ଏବେ ପହଞ୍ଚିଛି । 

Maha Kumbh Traffic Jam: ସରିସରି ଆସୁଛି ମହାକୁମ୍ଭ । ୨୬ ତାରିଖରେ ମହାକୁମ୍ଭ ସରୁଥିବାରୁ ଏବଂ ସେଦିନ ଶିବରାତ୍ରୀ ପଡୁଥିବାରୁ ଏହି ଦୁର୍ଲଭ ଅବସରରେ ସଙ୍ଗମରେ ପବିତ୍ର ବୁଡ ପକାଇବାକୁ ପ୍ରୟାଗରାଜ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । ଅନ୍ୟପଟେ ଆଜି ରବିବାର ଥିବାରୁ ସମସ୍ତେ ଛୁଟିରେ ମହାକୁମ୍ଭରେ ସାମିଲ ହେବାକୁ ପ୍ରୟାଗରାଜ ମୁହାଁ ହୋଇଛନ୍ତି । ଯେଉଁଥିପାଇଁ ଭିଡ ଅଧିକ ବଢିଯାଇଛି । 

Earth Quake At Mandi: ହିମାଚଳ ପ୍ରଦେଶ ମଣ୍ଡିରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ହିମାଚଳ ପ୍ରଦେଶର ମଣ୍ଡିରେ ରବିବାର ସକାଳୁ ଭୂମିକମ୍ପ ଝଟକା ପରେ ଲୋକେ ଭୟଭୀତ ହୋଇଯାଇଛନ୍ତି । ୩.୭ ତୀବ୍ରତା ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପ ଝଟକା ପାଇବା ପରେ ଲୋକ ତୁରନ୍ତ ଘରୁ ବାହାରି ଚାଲିଆସିଥିଲେ । ଭୂକମ୍ପର କେନ୍ଦ୍ର ୭ କିମି ଗଭୀରତା ରହିଥିଲା । ଟ୍ରାଫିକ୍ ଜାମ୍ ଏତେ ହୋଇଛି ଯେ ପାଖାପାଖି ୨୫ କିଲୋମିଟର ଯାଏଁ ଭିଡ ଲମ୍ବିଛି ।