Train Cancelled: ବାତ୍ୟା 'ଦାନା' ପାଇଁ ୩ଦିନ ଧରି ୧୭୮ ଟି ଟ୍ରେନ ବାତିଲ, ଦେଖନ୍ତୁ ଲିଷ୍ଟ
Advertisement
Article Detail0/zeeodisha/odisha2483669

Train Cancelled: ବାତ୍ୟା 'ଦାନା' ପାଇଁ ୩ଦିନ ଧରି ୧୭୮ ଟି ଟ୍ରେନ ବାତିଲ, ଦେଖନ୍ତୁ ଲିଷ୍ଟ

Train Cancelled: କେଉଁ ଜିଲ୍ଲାରେ କେତେ ବେଗରେ ପବନ ହେବ ସେ ନେଇ ସୂଚନା ଜାରି କରାଯାଇଛି। ସୂଚନା ଅନୁଯାୟୀ, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାଗୁଡିକରେ ୬୦ ରୁ ୯୦ କିଲୋମିଟର ବେଗରେ, ସର୍ବାଧିକ ୧୦୦ କିଲୋମିଟର ବେଗରେ ପବନର ବେଗ ଅନୁଭବ କରିବାର ସମ୍ଭାବନା ରହିଛି।

Train Cancelled: ବାତ୍ୟା 'ଦାନା' ପାଇଁ ୩ଦିନ ଧରି ୧୭୮ ଟି ଟ୍ରେନ ବାତିଲ, ଦେଖନ୍ତୁ ଲିଷ୍ଟ
Train Cancelled: ରାଜ୍ୟବାସୀଙ୍କୁ ପୁଣି ଛାନିଆ କଲାଣି ବାତ୍ୟା । ଅବପାତରେ ପରିଣତ ହୋଇସାରିଛି ଓ୍ବେଲମାର୍କ ଲୋପ୍ରେସର । ଆଜି ସନ୍ଧ୍ୟା ସୁଦ୍ଧା ନେବ ଗଭୀର ଅବପାତର ରୂପ । ପାରାଦୀପ ଠାରୁ ୭୩୦ କିମି ଦକ୍ଷିଣ-ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ହେବାରେ ଲାଗିଛି ଅବପାତ । ତେବେ ସାଗର ଦ୍ବୀପରୁ ୭୭୦ କିମି ଦକ୍ଷିଣ ଦକ୍ଷିଣ ପୂର୍ବ ରେ କେନ୍ଦ୍ରୀଭୂତ । ବର୍ତ୍ତମାନ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଥିବା ଅବପାତ ଆସନ୍ତାକାଲି ସକାଳ ସୁଦ୍ଧା ନେବ ବାତ୍ୟାର ରୂପ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ରେ ସୃଷ୍ଟି ହେବ ବାତ୍ୟା । ପରେ ଉତ୍ତର ପଶ୍ଚିମ ଦିଗରେ ଗତିକରି ଭୀଷଣ ବାତ୍ୟାରେ ପରିଣତ ହେବାର ଆଶଙ୍କା କରାଯାଇଛି ।
 
ପାଣିପାଗ ବିଭାଗର ସୂଚନାନୁଯାୟୀ,  ୨୪ ରାତି କିମ୍ବା ୨୫ ସକାଳ ଲ୍ୟାଣ୍ଡଫଲ କରିବ ଭୀଷଣ ବାତ୍ୟା ଦାନା । ଲ୍ୟାଣ୍ଡଫଲ କରିବା ସମୟରେ ଘଣ୍ଟାପ୍ରତି ବହିବ ୧୦୦ ରୁ ୧୧୦ କିମି ବେଗରେ ପବନ ବହିବ । ଭୀଷଣ ବାତ୍ୟା ଭାବରେ କରିବ ଲ୍ୟାଣ୍ଡଫଲ । ଏହାରି ମଧ୍ୟରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବାତ୍ୟା ନେଇ ସତର୍କ ସୂଚନା ଜାରି କରାଯାଇଛି । କେଉଁ ଜିଲ୍ଲାରେ କେତେ ବେଗରେ ପବନ ହେବ ସେ ନେଇ ସୂଚନା ଜାରି କରାଯାଇଛି। ସୂଚନା ଅନୁଯାୟୀ, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାଗୁଡିକରେ ୬୦ ରୁ ୯୦ କିଲୋମିଟର ବେଗରେ, ସର୍ବାଧିକ ୧୦୦ କିଲୋମିଟର ବେଗରେ ପବନର ବେଗ ଅନୁଭବ କରିବାର ସମ୍ଭାବନା ରହିଛି।
 
ତେବେ ବାତ୍ୟାକୁ ନଜରରେ ରଖି ଇଷ୍ଟକୋଷ୍ଟ ରେଲୱେ ବା ପୂର୍ବତଟ ରେଳବିଭାଗ ପାଖାପାଖି ୧୭୮ ଟି ଟ୍ରେନ କୁ ବାତିଲ୍ କରିଛି। ଅକ୍ଟୋବର ୨୩, ୨୪ ଓ ୨୫ ତାରିଖ ପର୍ଯ୍ୟନ୍ତ ଏହି ଟ୍ରେନ ଗୁଡି଼କ ବାତିଲ୍ କରାଯାଇଛି। ସେଥିମଧ୍ୟରେ ରହିଛି ହାୱଡା-ସିକନ୍ଦରାବାଦ, ସାଲିମାର-ପୁରୀ, ନୂଆଦିଲ୍ଲୀ-ଭୁବନେଶ୍ୱର, ଖଡଗପୁର-ଖୋର୍ଦ୍ଧା, ସମ୍ବଲପୁର-ପୁରୀ, ରାଉରକେଲା-ଭୁବନେଶ୍ୱରକୁ ବାତିଲ କରାଯାଇଛି। ତେବେ ପୂରା ଲିଷ୍ଟ ଏଠାରେ କରନ୍ତୁ ଚେକ୍-:
 
ତେବେ ପୂରା ଲିଷ୍ଟ ଏଠାରେ କରନ୍ତୁ ଚେକ୍-:
fallback
 
ବାତ୍ୟା 'ଦାନା' ପାଇଁ ୩ଦିନ ଧରି ୧୭୮ ଟି ଟ୍ରେନ ବାତିଲ
 
fallback