Happy Birthday Sachin Tendulkar: ସଚିନଙ୍କ ୧୦ଟି ବଡ଼ ରେକର୍ଡ, ଯାହା ଭାଙ୍ଗିବା ଅସମ୍ଭବ!
Advertisement
Article Detail0/zeeodisha/odisha1665443

Happy Birthday Sachin Tendulkar: ସଚିନଙ୍କ ୧୦ଟି ବଡ଼ ରେକର୍ଡ, ଯାହା ଭାଙ୍ଗିବା ଅସମ୍ଭବ!

Happy Birthday Sachin tendulkar: ଭାରତୀୟ କ୍ରିକେଟ୍ ଟିମର ମହାନ କ୍ରିକେଟର ସଚିନ ତେନ୍ଦୁଲକର ଆଜି ତାଙ୍କର ୫୦ତମ ଜନ୍ମଦିନ ପାଳନ କରୁଛନ୍ତି। ତେବେ ସଚିନଙ୍କ ନାଁରେ ଏଭଳି କିଛି ରେର୍କଡ଼ ରହିଛି, ଯାହା ଭାଙ୍ଗିବା କଷ୍ଟସାଧ୍ୟ ନୁହେଁ ଅସମ୍ଭବ ମଧ୍ଯ । ତେବେ ଆସନ୍ତୁ ତାଙ୍କର ସେହି ୧୦ଟି ବଡ଼ ରେକର୍ଡ ବିଷୟରେ ଆଲୋଚନା କରିବା ।

 

ସୌ(ସୋସିଆଲ ମିଡିଆ)

Happy Birthday Sachin tendulkar: ଭାରତୀୟ କ୍ରିକେଟ୍ ଟିମର ମହାନ କ୍ରିକେଟର ସଚିନ ତେନ୍ଦୁଲକର (Sachin Tendulkar) ଆଜି ତାଙ୍କର ୫୦ତମ ଜନ୍ମଦିନ ପାଳନ କରୁଛନ୍ତି। ମାତ୍ର ୧୬ ବର୍ଷ ବୟସରେ ଆନ୍ତର୍ଜାତୀୟ କ୍ରିକେଟରେ ପାଦ ଦେଇଥିବା ସଚିନ୍ ତିନି ଦଶନ୍ଧିରୁ ଅଧିକ ସମୟ ଧରି କ୍ରିକେଟରେ ରାଜ କରିଥିଲେ। ଏହି କାରଣରୁ ଲୋକେ ସଚିନଙ୍କୁ “କ୍ରିକେଟର ଭଗବାନ” (GOD of cricket )ବୋଲି ଆଖ୍ୟା ମିଳିଛି । କ୍ରିକେଟ୍ ମଇଦାରେ ସଚିନ କେତେ ଯେ ରେକର୍ଡ କରିଛନ୍ତି ତାହାର ହିସାବ କାହା ପାଖରେ ମଧ୍ଯ ନାହିଁ । ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ତାଙ୍କ କ୍ରିକେଟ୍ କ୍ୟାରିୟର ମଧ୍ଯରେ ଅନେକ ବିଶ୍ୱ ରେକର୍ଡ (world record) କରିଥିଲେ, ଯାହା ଆଜି ବି ଅବିସ୍ମରଣୀୟ । ତେବେ ସଚିନଙ୍କ (Sachin Tendulkar) ନାଁରେ ଏଭଳି କିଛି ରେର୍କଡ଼ ରହିଛି, ଯାହା ଭାଙ୍ଗିବା କଷ୍ଟସାଧ୍ୟ ନୁହେଁ ଅସମ୍ଭବ ମଧ୍ଯ । ତେବେ ଆସନ୍ତୁ ତାଙ୍କର ସେହି ୧୦ଟି ବଡ଼ ରେକର୍ଡ ବିଷୟରେ ଆଲୋଚନା କରିବା ।

  • ସଚିନଙ୍କ ପିତା ରମେଶ ତେନ୍ଦୁଲକର (Ramesh Tendulkar) ପ୍ରସିଦ୍ଧ ଗାୟକ ତଥା ସଙ୍ଗୀତଜ୍ଞ ସଚିନ ଦେବ ବର୍ମନଙ୍କ ବଡ଼ ପ୍ରଶଂସକ ଥିଲେ। ସେଥିଲାଗି ସେ ତାଙ୍କର ତୃତୀୟ ସନ୍ତାନଙ୍କ ନାମ ସଚିନ ତେନ୍ଦୁଲକର ରଖିବାକୁ ସ୍ଥିର କରିଥିଲା। ୧୯୮୩ ମସିହାରେ ସଚିନଙ୍କୁ ଯେତେବେଳେ ୧୦ ବର୍ଷ ହୋଇଥିଲା ସେ ସମୟରେ ଭାରତ ବିଶ୍ୱକପ (World cup 1983) ଜିତିଥିଲା। ଏଥିରୁ ଅନୁପ୍ରାଣିତ ହୋଇ ସଚିନ କ୍ରିକେଟରେ (cricket) ପାଦ ଦେଇଥିଲେ। ୧୪ ବର୍ଷ ବୟସରେ, ସଚିନ ବୋଲର ହେବାକୁ ଚାହୁଁଥିଲେ, ଏଥିପାଇଁ ସେ ଚେନ୍ନାଇର ଏମଆରଏଫ ପେସ ଫାଉଣ୍ଡେସନକୁ (Chennai MRFpress Foundation) ମଧ୍ୟ ଯାଇଥିଲେ, କିନ୍ତୁ ଡେନିସ ଲିଲି (Dennis Lillee) ତାଙ୍କୁ ରିଜେକ୍ଟ କରିଦେଇ ଥିଲେ।
  • ସଚିନ ସ୍କୁଲ କ୍ରିକେଟ୍ ମାଧ୍ୟମରେ ପ୍ରଥମ ଥର ପାଇଁ ଲାଇମଲାଇଟକୁ ଆସିଥିଲେ । ସେ ସମୟରେ ସେ ଶ୍ରଦ୍ଧାଶମ ବିଦ୍ୟାମନ୍ଦିର ସ୍କୁଲ (shardashram vidya mandir) ପାଇଁ  କ୍ରିକେଟ୍ ଖେଳୁଥିଲେ । ଏଥିରେ ବିନୋଦ କାମ୍ବଲିଙ୍କ (vinod kambli) ସହଙ୍କ ସହ ମିଶି ସେ ୬୬୪ ରନ୍ ସଂଗ୍ରହ କରିଥିଲେ। ଏଥିରେ ସଚିନ୍ ଏକା ୩୨୬ ରନ୍ ସ୍କୋର କରିଥିଲେ। ସଚିନ୍‌ଙ୍କ କୋଚ୍ ରାମକାନ୍ତ ତାଙ୍କୁ ସବୁବେଳେ ଆଉଟ (Not Out) ନହେବା ଲାଗି ପରାମର୍ଶ ଦେଉଥିଲା । ପୁରା ସିଜନରେ ଆଉଟ୍ ନ ହେବା ଲାଗି ସେ ସଚିନଙ୍କୁ ମୁଦ୍ରା ଉପହାର ଦେଉଥିଲେ ।
  • ୧୯୮୭ ମସିହାରେ ଭାରତରେ କ୍ରିକେଟ୍ ବିଶ୍ବକପ ଅନୁଷ୍ଠିତ ହୋଇଥିଲା । ୱାନକେଡେ ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ଜିମ୍ବାୱେ । ଏଥିରେ ସଚିନ ବଲ ବୟ (Ball Boy) ଭାବେ କାମ କରୁଥିଲେ । ସଚିନଙ୍କ (Sachin Tendulkar) ନାମରେ ରଣଜୀ ଟ୍ରଫି (Ranji trophy), ଦୀଲିପ ଟ୍ରଫି (Dilip trophy) ଓ ଇରାନି ଟ୍ରଫିର (Irani trophy) ଡେବ୍ୟୁ ମ୍ୟାଚରେ ଶତକ (century) ହାସଲ କରିବାର ରେକର୍ଡ ରହିଛି । ଆପଣ ଜାଣି ଆର୍ଶଯ୍ୟ ହେବେ ଶୋଇବା ବେଳେ ସେ କ୍ରିକେଟ୍ କିଟ୍ କୁ ସାଙ୍ଗରେ ନେଇ ଶୋଉଥିଲେ ।
  • ୧୫ ବର୍ଷ ବୟସରେ ସଚିନ ତେନ୍ଦୁଲକର ରଣଜୀ ଟ୍ରଫି (Ranji trophy) ମାଧ୍ୟମରେ ପ୍ରଥମ ଶ୍ରେଣୀ କ୍ରିକେଟରେ ନିଜର ପ୍ରଥମ ଶତକ (First century) ହାସଲ କରିଥିଲେ। ସେ ଏଥିରେ ଅପରାଜିତ ୧୦୦ ରନ୍ ସଂଗ୍ରହ କରିଥିଲେ। ସେତେବେଳେ ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ଶତକ ହାସଲ କରିଥିବା ସର୍ବକନିଷ୍ଠ ଭାରତୀୟ ହୋଇଥିଲେ।
  •  ସଚିନ ୧୯୮୯ ମସିହାରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ ଡେବ୍ୟୁ (Test Debut) କରିବାର ସୁଯୋଗ ପାଇଥିଲେ, କିନ୍ତୁ ଏଥିରେ ସେ କିଛି ସ୍କୋର ନ କରି ଆଉଟ ହୋଇଯାଇଥିଲେ। ୨୦ ବର୍ଷ ବୟସ ପୂର୍ବରୁ ସଚିନ ତେନ୍ଦୁଲକର (Sachin Tendulkar) ଅନ୍ତର୍ଜାତୀୟ କ୍ରିକେଟରେ ୫ଟି ଶତକ ହାସଲ କରିଥିଲେ, ଯାହା ଏକ ରେକର୍ଡ ଅଟେ ।
  • ୨୦୦୯ ମସିହାରେ, ଲଣ୍ଡନର (Madame Tussauds) ସଂଗ୍ରହାଳୟରେ ସଚିନ୍ ତେନ୍ଦୁଲକରଙ୍କ ମହମ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ଏହି ସଫଳତା ହାସଲ କରିବାରେ ସଚିନ୍ ଭାରତର ପ୍ରଥମ ଆଥଲେଟ୍ (Athlete) ଅଟନ୍ତି
  • ୨୦୧୦ ମସିହାରେ, ସଚିନ ତେନ୍ଦୁଲକର ଆଇପିଏଲରେ (IPL) ଅରେଞ୍ଜ କ୍ୟାପ୍ (Orange Cap) ହାସଲ କରିଥିଲେ । ଅରେଞ୍ଜ କ୍ୟାପ୍ (Orange Cap) ହାସଲ କରିବାରେ ସେ ପ୍ରଥମ ଭାରତୀୟ ଖେଳାଳି ଥିଲେ । ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians )ପାଇଁ ଖେଳୁଥିବା ସମୟରେ ସେ ୧୫ଟି ମ୍ୟାଚରେ ମୋଟ ୬୧୮ ରନ୍ ସଂଗ୍ରହ କରିଥିଲେ।

fallback

  • ଅନ୍ତର୍ଜାତୀୟ କ୍ରିକେଟରେ ସେ ଅଧିକ ଥରେ ନର୍ଭସ ନାଇଟିଜର ଶିକାର ହୋଇଥିଲେ। ODI ଖେଳିବା ସମୟରେ ୧୮ ଥର ଓ ଟେଷ୍ଟ ମ୍ୟାଚ ଖେଳିବା ସମୟରେ ୧୦ ଥର ନର୍ଭସ ନାଇଟିଜର ଶିକାର ହୋଇଥିଲେ ଏହି ମହାନ କ୍ରିକେଟର। ସେ ହେଉଛନ୍ତି ପ୍ରଥମ କ୍ରିକେଟର ଯିଏ ରାଜ୍ୟସଭାକୁ ମନୋନୀତ ହୋଇଥିଲେ। ଖାଲି ଏତିକି ନୁହେଁ ରାଜୀବ ଗାନ୍ଧୀ ଖେଳ ରତ୍ନ (Rajiv Gandhi khel ratna award), ଅର୍ଜୁନ ପୁରସ୍କାର (Arjuna Award), ପଦ୍ମଶ୍ରୀ (Padma shri )ଓ ଭାରତ ରତ୍ନ (Bharat ratna) ପୁରସ୍କାର  ପାଇବରେ ମଧ୍ଯ ସେ ହେଉଛନ୍ତି ପ୍ରଥମ କ୍ରିକେଟର ।
  • ଆନ୍ତର୍ଜାତୀୟ କ୍ରିକେଟରେ (International Cricket) ସଚିନ ମୋଟ ୨୬୪ ଥର ୫୦ରୁ ଅଧିକ ସ୍କୋର କରିଛନ୍ତି। ସେ ODIରେ ୧୪୫ଟି ଓ ଟେଷ୍ଟରେ ୧୧୯ ଥର ୫୦ରୁ ଅଧିକ ସ୍କୋର କରିଛନ୍ତି।
  • ଅନ୍ତର୍ଜାତୀୟ କ୍ରିକେଟରେ (International Cricket) ସର୍ବାଧିକ ରନ୍ ସ୍କୋର (Run Score) କରି ସଚିନ ତେନ୍ଦୁଲକର ବିଶ୍ୱ ରେକର୍ଡ କରିଛନ୍ତି। ସେ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରରେ ମୋଟ ୩୪୩୫୭ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ଟେଷ୍ଟରେ ୧୫୯୨୧ ରନ ଓ ODIରେ ୧୮୪୨୬ ରନ୍ ସାମିଲ ରହିଛି।
  • ସଚିନ ତେନ୍ଦୁଲକର ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା କ୍ରିକେଟର (Cricketr) ଅଟନ୍ତି । ସେ ସର୍ବାଧିକ ୬୬୪ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ୨୦୦ଟି ଟେଷ୍ଟ, ୪୬୩ଟି ODI ଓ ଗୋଟିଏ ଟି -20 ଆନ୍ତର୍ଜାତୀୟ ମ୍ୟାଚ୍ ଅନ୍ତର୍ଭୁକ୍ତ ରହିଛି । ଏହି ବିଶ୍ୱ ରେକର୍ଡ ବର୍ତ୍ତମାନ ମଧ୍ଯ ସଚିନଙ୍କ ନାମରେ ରହିଛି ।
  • ଅନ୍ତର୍ଜାତୀୟ କ୍ରିକେଟରେ ସଚିନ ତେନ୍ଦୁଲକର ୧୫ ଥର ପ୍ଲେୟାର ଅଫ୍ ଦି ସିରିଜ (Player of the Series) ଓ ୬୨ ଥର ପ୍ଲେୟାର ଅଫ୍ ଦି ମ୍ୟାଚ୍ (player of the match) ର ତାଜ ହାସଲ କରିଥିଲେ । ଯାହା କୌଣସି ଖେଳାଳିଙ୍କ ପାଇଁ ସର୍ବୋତ୍ତମ ଅଟେ । ODIରେ ଦ୍ୱି-ଶତକ (Double Century) ହାସଲ କରିବାରେ ସଚିନ ହେଉଛନ୍ତି ପ୍ରଥମ କ୍ରିକେଟର (cricketer)। ୨୦୧୦ ମସିହାରେ, ସେ ଗ୍ୱାଲିୟରରେ (Gwalior cricket stadium) ଦକ୍ଷିଣ ଆଫ୍ରିକା (South Africa) ବିପକ୍ଷରେ ଅପରାଜିତ ୨୦୦ ସ୍କୋର କରିଥିଲେ। ଯଦିଓ ଏହା ପରେ ଅନେକ ଖେଳାଳି ODI ରେ ଦ୍ୱିଶତକ (Double Century) ହାସଲ କରିଛନ୍ତି ।