Electric Shock: ଝରକା ଖୋଲିବା ମାତ୍ରେ ମୃତ୍ୟୁ: ପାଉଁଶ ହୋଇଗଲେ ମହିଳା !
Advertisement
Article Detail0/zeeodisha/odisha1802874

Electric Shock: ଝରକା ଖୋଲିବା ମାତ୍ରେ ମୃତ୍ୟୁ: ପାଉଁଶ ହୋଇଗଲେ ମହିଳା !

Electric Shock: ଗ୍ରେଟର ନୋଏଡାରେ ଅଘଟଣ ସାମ୍ନାକୁ ଆସିଛି, ଜଣେ ମହିଳା ବାଲକୋନିରେ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଛନ୍ତି ।

Electric Shock: ଝରକା ଖୋଲିବା ମାତ୍ରେ ମୃତ୍ୟୁ: ପାଉଁଶ ହୋଇଗଲେ ମହିଳା !

Electric Shock: ଦିଲ୍ଲୀ ନିକଟରେ ଥିବା ଗ୍ରେଟର ନୋଏଡା (greater noida) ଠାରୁ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ଏଠାରେ ରାବପୁରା ପୋଲିସ ଷ୍ଟେସନର ମିର୍ଜାପୁର ଗ୍ରାମରେ ଜଣେ ୮୦ ବୟସ୍କା ବୃଦ୍ଧା ହାଇ ଟେନସନ ଲାଇନ ସଂସ୍ପର୍ଶରେ ରେ ଆସିବା ପରେ ଜଳି ଯାଇଥିଲେ। କରେଣ୍ଟରେ ଲାଗିଯିବା କାରଣରୁ ମହିଳାଙ୍କ ଶରୀର ଜଳିବାରେ ଲାଗିଲା। ବୃଦ୍ଧ ମହିଳାଙ୍କ ସହ ଏହି ଘଟଣାର ଭିଡିଓ ସେଠାରେ ଠିଆ ହୋଇଥିବା ଜଣେ ବ୍ୟକ୍ତି ସୁଟ କରିଥିଲେ । ଯାହା ସୋସିଆଲ ମିଡିଆ (Social media)ରେ ଦେଖୁ ଦେଖୁ ଭାଇରାଲ ହୋଇଥିଲା।

ହାଇ ଭୋଲଟେଜ୍ ଲାଇନ୍ ସଂସ୍ପର୍ଶରେ ଆସିବା ପରେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ସୂଚନା ପାଇବା ପରେ ପୋଲିସ (Police) ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ (Postmortem) ପାଇଁ ପଠାଇଥିଲା । ସୂଚନାନୁସାରେ, ଶନିବାର ଦିନ ମିର୍ଜାପୁର ଗ୍ରାମରେ ଜଣେ ବୃଦ୍ଧ ମହିଳା ତାଙ୍କ ବାଲକୋନୀରେ ଠିଆ ହୋଇଥିଲେ। ବିଦ୍ୟୁତ୍ ଲାଇନ ବାଲକୋନି ନିକଟରେ ଯାଇଥିଲା, ମହିଳା ଝରକା ନିକଟରେ ପହଞ୍ଚିବା ମାତ୍ରେ ସେ ବିଦ୍ୟୁତ୍ ଲାଇନକୁ ଭୁଲ ବଶତଃ ସ୍ପର୍ଶ (Touch) କରିଦେଇ ଥିଲେ। ଆଉ ବିଦ୍ୟୁତ୍ ସଂସ୍ପର୍ଶରେ ଆସିବା ମାତ୍ରେ ହିଁ ନିଆଁରେ ଜଳିବା ଆରମ୍ଭ କରିଥିଲେ । ଏହି ସମୟ ମଧ୍ୟରେ ମହିଳାଙ୍କୁ ବଞ୍ଚାଇବାକୁ କେହି ସାହସ କରିନଥିଲେ। ଲୋକମାନେ ଦର୍ଶକ ରହି ମହିଳାଙ୍କ ଭିଡିଓ (video) ପ୍ରସ୍ତୁତ କରି ଚାଲିଥିଲେ । ଦୀର୍ଘ ସମୟ ଧରି ମହିଳା ଜଣକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ।

ଗ୍ରେଟର ନୋଏଡାର ଅତିରିକ୍ତ ଡିସିପି (Additional DCP) ଅଶୋକ କୁମାର କହିଛନ୍ତି ଯେ ରାବପୁରା ପୋଲିସ ଷ୍ଟେସନ ଅନ୍ତର୍ଗତ ମିର୍ଜାପୁର ଗାଁର ବାସିନ୍ଦା ଅଙ୍ଗୋରୀ ଦେବୀ (୮୦) ବାଲକୋନୀ ନିକଟରେ ଠିଆ ହୋଇଥିଲେ। ସେଠାରେ ଠିଆ ହୋଇଥିବାବେଳେ ବିଦ୍ୟୁତ୍ ତାର ଛୁଇଁ ଦେବା କାରଣରୁ ସେ ଜଳି ଯାଇଥିଲେ। ଯେଉଁଥିପାଇଁ ସେ ମୃତ୍ୟୁ ବରଣ କରିଥିଲେ। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ପୋଲିସ ଅଧିକ ତଦନ୍ତ (Investigation) ଜାରି ରଖିଛି।

ଅନ୍ୟପଟରେ ଏପରି ଏକ ଦୁର୍ଘଟଣା ପାଇଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିବା ସୂଚନା ମିଳିଛି । ଘରର ବାଲକୋନୀକୁ ଲାଗି ହାଇ ପାୱାର ବିଦ୍ୟୁତ ତାର କାହିଁକି ସଂଯୋଗ କରାଯାଇଛି ଏ ପ୍ରଶ୍ନ ମଧ୍ୟ ସେଠାକାର ସ୍ଥାନୀୟ ଲୋକେ ପଚାରିଛନ୍ତି । ବାରମ୍ୱାର ବିଦ୍ୟୁତ ବିଭାଗକୁ କହିବା ପରେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରୁନଥିବା ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି । ଏପରି ଏକ ଘଟଣା ପରେ ଲୋକମାନେ ସତର୍କ ହେବାର ଆବଶ୍ୟକତା ରହିଛି ବୋଲି ଜଣେ ବ୍ୟକ୍ତି କହିଛନ୍ତି । ତୁରନ୍ତ ବିଦ୍ୟୁତ ବିଭାଗ ଏଥିପ୍ରତି ଧ୍ୟାନ ଦେବାସହ ଘରଠାରୁ ଦୂରରେ ବିଦ୍ୟୁତ ତାର ବିଛାଇବା ପାଇଁ ଲୋକମାନଙ୍କର ଦାବି ରହିଛି । କିନ୍ତୁ ଏ ପର୍ଯ୍ୟନ୍ତ ବିଦ୍ୟୁତ ବିଭାଗର ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ ।

ଆପଣଙ୍କୁ କହିରଖୁଛୁ ଯେ, କେବଳ  ଏହି ସ୍ଥାନ ନୁହେଁ, ବରଂ ଦେଶର ବିଭିନ୍ନ ସ୍ଥାନରେ ଅନେକ ଲୋକଙ୍କ ଘରର ଛାତ ଏବଂ ବାଲକୋନୀର ଖୁବ ନିକଟରେ ବିଦ୍ୟୁତ ତାର ଦେଖିବାକୁ ମିଳିଥାଏ । ଏହି କାରଣରୁ ଅନେକ ସମୟରେ ଦୁର୍ଘଟଣାର ଚିତ୍ର ମଧ୍ୟ ସାମ୍ନାକୁ ଆସିଥାଏ । କେବଳ ସହର ନୁହେଁ ଅନେକ ଗ୍ରାମାଞ୍ଚଳରେ ମଧ୍ୟ ବିଦ୍ୟୁତ ତାର ବିପଦସଂକୁଳ ଭାବରେ ଝୁଲୁଥିବା ନଜରକୁ ଆସୁଛି । ସରକାରୀ ସ୍ତରରେ ପଦକ୍ଷପ ନେଇ ଏହିସବୁ ଅବ୍ୟବସ୍ଥାର ତୁରନ୍ତ ସମାଧାନ ନକଲେ ଆଗକୁ ଏପରି ଦୁର୍ଘଟଣା ସାମ୍ନାକୁ ଆସିବ ବୋଲି କିଛି ବ୍ୟକ୍ତି ମତପ୍ରକାଶ କରିଛନ୍ତି ।

Also Read- Business Tips: ଫାଙ୍କା ଅଛି କି ଛାତ? ଏହି ଉପାୟରେ କରନ୍ତୁ ରୋଜଗାର