‘ସୁଭଦ୍ରା’ ଆବେଦନ ଖାରଜ ହୋଇଛି କି? ତେବେ ଖୁସି ଖବର
Advertisement
Article Detail0/zeeodisha/odisha2485207

‘ସୁଭଦ୍ରା’ ଆବେଦନ ଖାରଜ ହୋଇଛି କି? ତେବେ ଖୁସି ଖବର

ସୁଭଦ୍ରା ଯୋଜନାରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ କ୍ୟାବିନେଟ୍‌ରେ ୫ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଥିବାବେଳେ ‘ସୁଭଦ୍ରା’ ଯୋଜନାରେ ସଂଶୋଧନ ପାଇଁ କ୍ୟାବିନେଟ୍‌ ନିଷ୍ପତ୍ତି । ବାଦ୍‌ ପଡ଼ିଥିବା ୨ ଲକ୍ଷ ୬୭ ହଜାର ଆବେଦନର ସାନି ବିଚାର ନିଷ୍ପତ୍ତି ନିଆଯାଇଛି । ଏଯାବତ ମୋଟ୍‌ ୧ କୋଟି ୨ ଲକ୍ଷ ଆବେଦନ ଆସିଥିବା ସମୟରେ ୬୦ ଲକ୍ଷ ଆବେଦନକାରୀ ଟଙ୍କା ପାଇ ସାରିଛନ୍ତି ।

‘ସୁଭଦ୍ରା’ ଆବେଦନ ଖାରଜ ହୋଇଛି କି? ତେବେ ଖୁସି ଖବର

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ୍ ‘ସୁଭଦ୍ରା’ର ଗାଇଡଲାଇନରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ଅଧିକ ଯୋଗ୍ୟ ହିତାଧିକାରୀ କିପରି ଯୋଜନାର ଲାଭ ପାଇବେ ସେହି ଉଦ୍ଦେଶ୍ୟରେ ସରକାର ପଦକ୍ଷେପ ନେଇଛନ୍ତି । ଯୋଗ୍ୟ ହିତାଧିକାରୀ ଚୟନ ପାଇଁ ରାସନକାର୍ଡରେ ନାମ ଥିବାର ମାନଦଣ୍ଡକୁ ହଟାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ତେଣୁ ଯେଉଁ ୨ଲକ୍ଷ ୬୭ହଜାର ମହିଳାଙ୍କ ଆବେଦନ ଖାରଜ ହୋଇଛି ତାହାର ପୁନଃବିଚାର କରାଯିବ ।

ଆଜି ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ‘ସୁଭଦ୍ରା’ର ଗାଇଡଲାଇନରେ ସଂଶୋଧନ ସମ୍ପର୍କରେ ଆଲୋଚନା ହୋଇଥିଲା । ଯେଉଁଥିରେ ଅଧ୍ୟକ୍ଷତା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୁଭଦ୍ରା ଯୋଜନାରେ ଏପର୍ଯ୍ୟନ୍ତ ସମୁଦାୟ ୧କୋଟି ୨ଲକ୍ଷ ହିତାଧିକାରୀ ପଞ୍ଜିକୃତ ହୋଇଛନ୍ତି ବୋଲି ବୈଠକ ପରେ ସୂଚନା ଦେଇଛନ୍ତି  ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଏଯାଏଁ ମୋଟ  ୬୦ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳିଛି ଏବଂ  ୨ଲକ୍ଷ ୬୭ହଜାର ଆବେଦନ ଖାରଜ ହୋଇଛି ବୋଲି ସୁରେଶ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ସୁଭଦ୍ରା ଯୋଜନାର ଗାଇଡଲାଇନରେ ସଂଶୋଧନ ଅଣାଯାଇଥିବା କାରଣରୁ ଖାରଜ ହୋଇଥିବା ଆବେଦନ ଗୁଡିକୁ ପୁଣିଥରେ ଯାଞ୍ଚ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ପୂର୍ବରୁ ଇ-କେୱାଇସି ପ୍ରକ୍ରିୟା ସଠିକ୍ ହୋଇନଥିବା କାରଣରୁ ଅନେକ ମହିଳାଙ୍କ ଆବେଦନ ଖାରଜ ହୋଇଥିଲା । ସେହି କାରଣ ପାଇଁ ଅନେକ ମହିଳା ଅସନ୍ତୋଷ ପ୍ରକାଶ କରିଥିଲେ । ବର୍ତ୍ତମାନ ରାସନକାର୍ଡ ଡାଟାବେସ୍ ନୁହେଁ ବରଂ  ଆଧାର ଇ-କେୱାଇସି ମଡ୍ୟୁଲକୁ ବ୍ୟବହାର କରି ଆବେଦନ ଗ୍ରହଣ କରାଯିବ । ଯେଉଁ ୨.୬୭ଲକ୍ଷ ଆବେଦନକାରୀଙ୍କ ଆବେଦନ ଖାରଜ ହୋଇଥିଲା ତାହାକୁ ପୁଣିଥରେ ବିଚାରକୁ ନିଆଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାଯିବ ବୋଲି ସୂଚନା ଦିଆଯାଇଛି ।

Also Read- Cyclone Dana Update: ସନ୍ଧ୍ୟାସୁଦ୍ଧା ଆଶ୍ରୟସ୍ଥଳ, ୯ ମନ୍ତ୍ରୀଙ୍କୁ ଦାୟିତ୍ୱ

Also Read- Shukra Nakshatra Parivartan: ୪ ଦିନ ପରେ ୩ ରାଶିର ବ୍ୟକ୍ତିଙ୍କୁ ଧନ ଲାଭ