International Nurses day: କିଏ ସେହି ମହିଳା? ଯାହାଙ୍କ ଉଦ୍ଦେଶ୍ୟରେ ପାଳନ ହୋଇଥାଏ “ଆନ୍ତର୍ଜାତୀୟ ନର୍ସ ଦିବସ”
Advertisement
Article Detail0/zeeodisha/odisha1691796

International Nurses day: କିଏ ସେହି ମହିଳା? ଯାହାଙ୍କ ଉଦ୍ଦେଶ୍ୟରେ ପାଳନ ହୋଇଥାଏ “ଆନ୍ତର୍ଜାତୀୟ ନର୍ସ ଦିବସ”

International Nurses day:  କରୋନା କାଳରେ ଯେ ଡ଼ାକ୍ତରଙ୍କ ସମେତ ନର୍ସମାନେ ଏହି ମରାତ୍ମକ ଭାଇରସକୁ ଖାତିର ନକରି ଦିନରାତି ଲୋକଙ୍କ ସେବା କରୁଥିଲେ । ଜଣେ ଡାକ୍ତର ଦିନ ସାରା ରୋଗୀ ସହିତ ରହିପାରନ୍ତି ନାହିଁ । ନର୍ସଟିଏ ସବୁବେଳ ପାଇଁ ରୋଗୀର ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିଥାଆନ୍ତି। ନର୍ସ ମାନଙ୍କର ଏହି ସେବାକୁ ସମ୍ମାନ ଜଣାଇ ପ୍ରତିବର୍ଷ ମଇ ମାସ ୧୨ ତାରିଖକୁ “ଆନ୍ତର୍ଜାତୀୟ ନର୍ସ ଦିବସ” ଦିବସ ଭାବେ ପାଳନ କରାଯାଏ ।

ସୌ(ସୋସିଆଲ ମିଡିଆ)

International Nurses day: ସ୍ବାସ୍ଥ୍ୟ ସେବା ପାଇଁ ଡ଼ାକ୍ତର ଯେତିକି ଜରୁରୀ ଜଣେ ନର୍ସଙ୍କର (Nurses) ଭୂମିକା ମଧ୍ଯ ସେତିକି ଗୁରୁତ୍ବପୂର୍ଣ୍ଣ। କରୋନା (covid-19) କାଳରେ ଯେତେବେଳେ ସାରା ବିଶ୍ୱରେ ଭାଇରସ୍ ଯୋଗୁଁ ଲୋକେ ଯନ୍ତ୍ରଣା ଭୋଗୁଥିଲେ ସେ ସମୟରେ ନିଜ ଜୀବନକୁ ବାଜି ଲଗାଇ ଦେବଦୂତ ସାଜି ନିରନ୍ତର ଲୋକଙ୍କ ସେବା କରୁଥିଲେ ଡାକ୍ତର ଓ ନର୍ସ । ସେଥିଲାଗି ସେ ସମୟରେ ଏମାନଙ୍କୁ କରୋନା ଯୋଦ୍ଧା ବୋଲି ଆଖ୍ୟା ଦିଆଗଲା । ସମଗ୍ର ବିଶ୍ବରେ ଲୋକେ ନିଜକୁ ସୁରକ୍ଷିତ ରଖିବା ଲାଗି କ୍ବାରେଣ୍ଟାଇନରେ (Quarantine) ରହୁଥିବା ବେଳେ ଡ଼ାକ୍ତରଙ୍କ ସମେତ ନର୍ସମାନେ ଏହି ମରାତ୍ମକ ଭାଇରସକୁ ଖାତିର ନକରି ଦିନରାତି ଲୋକଙ୍କ ସେବା କରୁଥିଲେ । ଜଣେ ଡାକ୍ତର ଦିନ ସାରା ରୋଗୀ ସହିତ ରହିପାରନ୍ତି ନାହିଁ । ସେ ସମୟରେ ନର୍ସଟିଏ ସବୁବେଳେ ପାଇଁ ରୋଗୀର ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିଥାଆନ୍ତି। ନର୍ସ ମାନଙ୍କର ଏହି ସେବାକୁ ସମ୍ମାନ ଜଣାଇ ପ୍ରତିବର୍ଷ ମଇ ମାସ ୧୨ ତାରିଖକୁ “ଆନ୍ତର୍ଜାତୀୟ ନର୍ସ ଦିବସ” ଦିବସ ଭାବେ ପାଳନ କରାଯାଏ ।

ମଇ ୧୨ ତାରିଖକୁ ସମଗ୍ର ବିଶ୍ୱରେ “ଆନ୍ତର୍ଜାତୀୟ ନର୍ସ ଦିବସ” ଭାବେ ପାଳନ କରାଯାଇଥାଏ । ନର୍ସ ମାନଙ୍କ ଅବଦାନକୁ ସମ୍ମାନ ଜଣାଇ ଏହି ଦିନକୁ ନିର୍ସମାନଙ୍କୁ ଉତ୍ସର୍ଗ କରାଯାଇଛି । ଏହି ଦିବସର ପାଳନ ବହୁ ଦଶନ୍ଧି ପୂର୍ବରୁ ଆରମ୍ଭ ହୋଇଥିଲା । ତେବେ କ’ଣ ଆପଣ ଜାଣିଛନ୍ତି କି, ନର୍ସ ଦିବସ ପାଳନ କେବେ ଓ କାହିଁକି ଆରମ୍ଭ ହେଲା? ଆନ୍ତର୍ଜାତୀୟ ନର୍ସ ଦିବସରେ ଆସନ୍ତୁ ଜାଣିବା ଏହାର ଇତିହାସ ବିଷୟରେ .. ୧୯୭୪ ମସିହା ଜାନୁଆରୀ ମାସରେ “ଆନ୍ତର୍ଜାତୀୟ ନର୍ସ ଦିବସ”ର ଆରମ୍ଭ ହୋଇଥିଲା । ପ୍ରଥମେ ଜାନୁଆରୀ ମାସ ପରେ ଏହାକୁ ମଇ ମାସରେ ପାଳନ କରାଯାଇଥିଲା । ଏହି ଦିନ ଆଧୁନିକ ନର୍ସିଂର ପ୍ରତିଷ୍ଠାତା ଫ୍ଲୋରେନ୍ସ ନାଇଟିଙ୍ଗେଲ ଜନ୍ମ ଗ୍ରହଣ କରିଥିବାରୁ ଏହି ଦିନକୁ ତାଙ୍କୁ ଉତ୍ସର୍ଗ କରାଯାଇଛି । ତାଙ୍କୁ ସ୍ମୃତିରେ ପ୍ରତବର୍ଷ ଆଜିର ଦିନରେ ଆନ୍ତର୍ଜାତୀୟ ନର୍ସ ଦିବସ ପାଳନ କରାଯାଏ । ଫ୍ଲୋରେନ୍ସ ନାଇଟିଙ୍ଗେଲ ନୋବେଲ ନର୍ସିଂ ସେବା ଆରମ୍ଭ କରିଥିଲେ ।

କିଏ ଏହି ଫ୍ଲୋରେନ୍ସ ନାଇଟିଙ୍ଗେଲ?

ଫ୍ଲୋରେନ୍ସ ନାଇଟିଙ୍ଗେଲ (Florence Nightingale) ଜନ୍ମ ମଇ ୧୨ ତାରିଖ ୧୮୨୦ ମସିହା ହୋଇଥିଲା । ଫ୍ଲୋରେନ୍ସ ପିଲା ଦିନ ଅସୁସ୍ଥତା ଓ ଶାରୀରିକ ଦୁର୍ବଳତାରେ ଅତିବାହିତ ହୋଇଥିଲା । ସେ ସମୟରେ ଲୋକେ ସ୍ବାସ୍ଥ୍ୟବସ୍ଥା ସମ୍ବନ୍ଧୀୟ ଅନେକ ସମସ୍ୟା ଭୋଗୁଥିଲେ । ସେ ସମୟରେ ଚିକିତ୍ସା ଲାଗି କୌଣସି ବୈଦ୍ୟୁତିକ ଉପକରଣ ନଥିଲା । ହାତରେ ଲଣ୍ଠନ ଧରି ରୋଗୀଙ୍କ ଚିକିତ୍ସା କରାଯାଉଥିଲା । ଏହି ସମସ୍ତ ସମସ୍ୟା ନେଇ ଫ୍ଲୋରେନ୍ସ  ସର୍ବଦା ଚିନ୍ତିତ ରହୁଥିଲେ । ସେ ରାତି ରାତି ଡ଼ାକ୍ତରଖାନା ବୁଲି ଗରିବ ଓ ଅସୁସ୍ଥ ଲୋକଙ୍କ ସେବା କରୁଥିଲେ । ରୋଗୀ ସେବାରେ ସେ ନିଜ ଜୀବନ ଅତିବାହିତ କରିଥିଲେ। ତାଙ୍କର ଏହି ସେବା ମନବୃତ୍ତି ସହ ମହତ୍ବ କାର୍ଯ୍ୟ ଲାଗି ସମାଜରେ ନର୍ସମାନଙ୍କ ପ୍ରତିଷ୍ଠା ସହ ସମ୍ମାନ ବୃଦ୍ଧି ପାଇଥିଲା । ଫ୍ଲୋରେନ୍ସଙ୍କ (Florence Nightingale) ଉଦ୍ୟମରେ ୧୯୬୦ ମସିହାରେ ଆର୍ମି ମେଡ଼ିକାଲ ସ୍କୁଲ (Army Medical School) ପ୍ରତିଷ୍ଠା କରାଯାଇଥିଲା ।  ପ୍ରକାଶ ଥାଉ କି, ପରେ ୧୯୭୪ ମସିହାରେ “ଆନ୍ତର୍ଜାତୀୟ ନର୍ସ ଦିବସ” ପାଳନ କରିବାକୁ ନେଇ ଆନ୍ତର୍ଜାତୀୟ ନର୍ସ ପରିଷଦ ପକ୍ଷରୁ ଘୋଷଣା କରିଥିଲା । ଏହାପରେ ଆନ୍ତର୍ଜାତୀୟ ନର୍ସ ପରିଷଦ ସେହି ଦିନ କାର୍ଯ୍ୟରତ ନର୍ସମାନଙ୍କୁ କିଟ୍ ବଣ୍ଟନ କରିବା ଆରମ୍ଭ କରିଥିଲେ ।

ତେବେ ପ୍ରତିବର୍ଷ “ଆନ୍ତର୍ଜାତୀୟ ନର୍ସ ଦିବସ” ପାଳନ (International nurses day theme) ପାଇଁ ଏକ ଭିନ୍ନ ଭିନ୍ନ ଥିମ୍ ସ୍ଥିର କରାଯାଇଥାଏ । ତେବେ ଚଳିତ ବର୍ଷର ଥିମ୍ ହେଉଛି 'ଆମର ନର୍ସ, ଆମର ଭବିଷ୍ୟତ' (Our Nurses, Our Future) । ବର୍ତ୍ତମାନର ସମୟକୁ ବିଚାର କରି ଏହି ଥିମ୍ ସମ୍ପୂର୍ଣ୍ଣ ରୂପେ ଫିଟ୍ । ଆଗାମୀ ସମୟରେ ନର୍ସମାନଙ୍କର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପାରେ ।

ଏହା ବି ପଢନ୍ତୁ-CBSE Result 2023: ପ୍ରକାଶ ପାଇଲା CBSE ଦ୍ବାଦଶ ଶ୍ରେଣୀ ରେଜଲ୍ଟ, ଏଥର ଡ଼ିଜିଲକରରେ ଦେଖିପାରିବେ ପରୀକ୍ଷା ଫଳ