Gold-Silver price: ବର୍ତ୍ତମାନ ବିବାହ ଋତୁ ଚାଲିଛି । ସାଧାରଣତଃ ବିବାହ ଋତୁ ସମୟରେ ଉଭୟ ସୁନା ଏବଂ ରୂପା ମୂଲ୍ୟ ବଢିଥାଏ । କାରଣ ଉଭୟର ଚାହିଦା ବୃଦ୍ଧି କାରଣରୁ ଦର ମହଙ୍ଗା ହୋଇଥାଏ । କିନ୍ତୁ ଏଥର ପରିସ୍ଥିତି ବଦଳିଥିବା ଦେଖିବାକୁ ମିଳିଛି । ବିବାହ ଋତୁରେ ସୁନାର ଦର କ୍ରମାଗତ ଭାବେ ହ୍ରାସ ପାଉଛି ।
ଆଜି ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୬୩୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପ୍ରତି ୭୫୪୫୧ ଟଙ୍କା ରହିଛି । ରୂପା ଦର ୮୮୧୦୦ ଟଙ୍କାକୁ ଖସି ଆସିଛି। ଆପଣଙ୍କୁ କହିରଖୁଛୁ ଯେ, ଏହି ସୁନା ଦର ଜିଏସଟି ଅନ୍ତର୍ଭୂକ୍ତ ନୁହେଁ । ଏହାର ଅର୍ଥ ହେଉଛି ଆପଣଙ୍କ ନିଜ ସହରରେ ସୁନା ଦରରେ ଏକ ହଜାରରୁ ଦୁଇ ହଜାର ମଧ୍ୟରେ ପାର୍ଥକ୍ୟ ହୋଇପାରେ ।
୨୪ କ୍ୟାରେଟ୍ ରୁ ୧୮ କ୍ୟାରେଟ୍ ପର୍ଯ୍ୟନ୍ତ ସୁନା ମୂଲ୍ୟ ବିଷୟରେ କହିବାକୁ ଗଲେ । ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୭୫୪୫୧ ଟଙ୍କା ରହିଥିବା ସମୟରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୭୫୧୪୯ ଟଙ୍କା ରହିଛି । ସେହିପରି ୨୦ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୬୯୧୧୩ ଟଙ୍କା ଏବଂ ୧୮ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୬୫୮୮ ଟଙ୍କା ରହିଛି ।
ଯଦି ଆମେ ସୁନାର ମୂଲ୍ୟ ତୁଳନା କରିବା ତେବେ ଅକ୍ଟୋବର ୩୦ ରେ ୧୦ ଗ୍ରାମ ପ୍ରତି ସୁନା ୭୯୬୮୧ ଟଙ୍କା ଥିଲା । ସେହି ଦିନ ରୂପା ମୂଲ୍ୟ କିଲୋଗ୍ରାମ ୯୮୩୪୦ ଟଙ୍କା ଥିଲା। ଅର୍ଥାତ୍ ପ୍ରାୟ ୨୫ ଦିନ ମଧ୍ୟରେ ସୁନା ୪୨୩୦ ଟଙ୍କା ଶସ୍ତା ହୋଇଛି। ଯେଉଁଠାରେ ରୂପା ୧୦୨୪୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି। ଦିଲ୍ଲୀ ବୁଲିଅନ୍ ବଜାରରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୮୭୧୩ ଟଙ୍କା । ସୋମବାର ରାଜଧାନୀରେ ସୁନା ୭୯୮୧୩ ଟଙ୍କା ଥିଲା। ଯେଉଁଠାରେ ରୂପା ମୂଲ୍ୟ କିଲୋଗ୍ରାମ ପ୍ରତି ୯୪୫୦୦ ଟଙ୍କା ଅଛି ।
ଫ୍ୟୁଚର ବଜାରରେ ସୁନା ମୂଲ୍ୟ ବିଷୟରେ କହିବାକୁ ଗଲେ, MCX ସୁନାରେ ୧୦ ଗ୍ରାମ ପିଛା ୭୫,୨୯୪ ଟଙ୍କାରେ କାରବାର ହେଉଛି, ଯାହା ୦.୦୨ ପ୍ରତିଶତ ତଥା ୧୭ ଟଙ୍କା ହ୍ରାସ ପାଇଛି। ସୋମବାର ଦିନ, ୧୦ ଗ୍ରାମ ପିଛା ସୁନା ୭୫,୩୧୧ ଟଙ୍କାରେ ବନ୍ଦ ହୋଇଯାଇଥିଲା।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।
ट्रेन्डिंग फोटोज़