Crime News: ଉଗ୍ର ରୂପ ନେଲା ପାରିବାରିକ କଳହ, ପୁଅ ସାଜିଲା ମାଆ ହତ୍ୟାକାରୀ !
Advertisement
Article Detail0/zeeodisha/odisha2155830

Crime News: ଉଗ୍ର ରୂପ ନେଲା ପାରିବାରିକ କଳହ, ପୁଅ ସାଜିଲା ମାଆ ହତ୍ୟାକାରୀ !

Crime News: ପାରିବାରିକ କଳହ କାରଣରୁ ପୁଅ ବଳିଆ ବେହେରା ଏବଂ ମାଆ ମିନା ବେହେରାଙ୍କ ମଧ୍ୟରେ ଅନେକ ସମୟରେ ଯୁକ୍ତିତର୍କ ହୁଏ ବୋଲି ସ୍ଥାନିୟ ଲୋକେ କହିଛନ୍ତି । ସେହି କାରଣରୁ ପୁଅ ମାଆକୁ ପିଟି ପିଟି ହତ୍ୟା କରିଥିବା କୁହାଯାଉଛି ।

Crime News: ଉଗ୍ର ରୂପ ନେଲା ପାରିବାରିକ କଳହ, ପୁଅ ସାଜିଲା ମାଆ ହତ୍ୟାକାରୀ !

Crime News: ଜନ୍ମଦାତ୍ରୀ ମାଆ ଅସହ୍ୟ ଯନ୍ତ୍ରଣା ସହି ପିଲାକୁ ଜନ୍ମଦେବା ସହ ଳାଳନ ପାଳନ କରିଥାଏ । କିନ୍ତୁ ଆଜିର ଦିନରେ ମାଆ ଓ ପିଲା ସମ୍ପର୍କରେ ଏମିତି କିଛି ସତ୍ୟ ସାମ୍ନାକୁ ଆସୁଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରାଇଦେବ । ଜଣେ ପୁଅ ନିଜ ମାଆକୁ ହତ୍ୟା କରିଥିବା ଅଭିଯୋଗ ଆସିଛି ନୟାଗଡ ଦଶପଲ୍ଲା ଅନ୍ତର୍ଗତ ନାହାକପଡା ଗ୍ରାମରୁ ।

ସୂଚନା ମୁତାବକ, ପାରିବାରିକ କଳହ କାରଣରୁ ପୁଅ ବଳିଆ ବେହେରା ଏବଂ ମାଆ ମିନା ବେହେରାଙ୍କ ମଧ୍ୟରେ ଅନେକ ସମୟରେ ଯୁକ୍ତିତର୍କ ହୁଏ ବୋଲି ସ୍ଥାନିୟ ଲୋକେ କହିଛନ୍ତି । ସେହି କାରଣରୁ ପୁଅ ମାଆକୁ ପିଟି ପିଟି ହତ୍ୟା କରିଥିବା କୁହାଯାଉଛି । କେହି କୌଣସି ଟେର୍ ନପାଇବା ପାଇଁ ପୁଅ ମାଆର ମୃତଦେହକୁ ସତ୍କାର ମଧ୍ୟ କରିଦେଇଥିବା ଚର୍ଚ୍ଚା ହେଉଛି । ପୋଲିସ୍ ଘଟଣାର ହସ୍ତକ୍ଷପ କରିବା ପରେ ପୁଅ ବଳିଆକୁ ପଚରା ଉଚରା କରୁଛି । ପୁଅର କହିବା ମୁତାବକ ସେ ହତ୍ୟାକାରୀ ନୁହଁନ୍ତି । ହୃଦଘାତରେ ମିନାଙ୍କ ମୃତ୍ୟୁ ହୋଇଥିବା ପୁଅ ପୋଲିସ୍ ଆଗରେ କହିଛି । କେହି ହତ୍ୟା ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିନଥିବା ସମୟରେ ପୋଲିସ ନିଜଆଡୁ ତଦନ୍ତ ଆରମ୍ଭ କରିଛି ।

Also Read- Budh Gochar 2024: ବୁଧଙ୍କ ଚଳନରୁ ଏହି ୩ ରାଶିକୁ ଶୁଭ ଫଳ ମିଳିବ

Also Read- Delhi Fire News: ଶାସ୍ତ୍ରୀ ନଗରରେ ଜଳିଲା ୪ ମହଲା କୋଠା, ୪ ମୃତ