ମୋବାଇଲ୍‍ ରିଚାର୍ଜ ଭାଉଚର ପାଇଁ ଟ୍ରାଇ ଆଣିଲା ନୂଆ ନିୟମ
Advertisement
Article Detail0/zeeodisha/odisha2571678

ମୋବାଇଲ୍‍ ରିଚାର୍ଜ ଭାଉଚର ପାଇଁ ଟ୍ରାଇ ଆଣିଲା ନୂଆ ନିୟମ

ଟେଲିକମ୍‍ ନିୟାମକ ପ୍ରାଧିକାରଣ ( ଟ୍ରାଇ) ପକ୍ଷରୁ ଆଜି ଘୋଷଣା କରାଯାଇଥିବା ନୂତନ ନିୟାମକ ଅନୁସାରେ ଭଏସ୍‍ ଓ ଏସ୍‍ଏମ୍‍ଏସ୍‍ କମ୍ବୋ ପ୍ୟାକ୍‍ କିଣିବା ଲାଗି ଗ୍ରହକ ଆଉ ବାଧ୍ୟ ହେବେ ନାହିଁ।

ମୋବାଇଲ୍‍ ରିଚାର୍ଜ ଭାଉଚର ପାଇଁ ଟ୍ରାଇ ଆଣିଲା ନୂଆ ନିୟମ

Trai rules: ଏଣିକି ଭଏସ୍‍ ଓ ଏସ୍‍ଏମ୍‍ଏସ୍‍ ପାଇଁ ଅଲଗା ଭାଉଚର ଜାରି କରିବେ ମୋବାଇଲ ସେବା ପ୍ରଦାନକାରୀ। ଅର୍ଥାତ୍‍ ଯେଉଁ ଗ୍ରାହକଙ୍କ ଭଏସ୍‍ କଲ ଅଧିକ ଆବଶ୍ୟକ ସେ ଦୋକାନରୁ ତାହା ଖରିଦ କରିପାରିବେ। ଏଥିଲାଗି ତାଙ୍କୁ କୌଣସି କମ୍ବୋ ପ୍ୟାକ୍‍ କିଣିବା ଆବଶ୍ୟକ ପଡ଼ିବ ନାହିଁ। ବୟସ୍କ ବ୍ୟକ୍ତି ଓ ଗ୍ରାମାଞ୍ଚଳରେ ରହୁଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ବିଶେଷ ସହାୟକ ହେବ ବୋଲି ଆଶା କରଯାଇଛି । 

ଟେଲିକମ୍‍ ନିୟାମକ ପ୍ରାଧିକାରଣ ( ଟ୍ରାଇ) ପକ୍ଷରୁ ଆଜି ଘୋଷଣା କରାଯାଇଥିବା ନୂତନ ନିୟାମକ ଅନୁସାରେ ଭଏସ୍‍ ଓ ଏସ୍‍ଏମ୍‍ଏସ୍‍ କମ୍ବୋ ପ୍ୟାକ୍‍ କିଣିବା ଲାଗି ଗ୍ରହକ ଆଉ ବାଧ୍ୟ ହେବେ ନାହିଁ। ଅର୍ଥାତ୍‍ ସମସ୍ତ ମୋବାଇଲ୍‍ ସେବା ପ୍ରଦାନ କାରୀ ଅଲଗା ଅଲଗା ଭାଉଚର ଉପଲବ୍ଧ କରାଇବାକୁ ବାଧ୍ୟ ହେବେ। କେବଳ ସେତିକି ନୁହେଁ, ଉପଭୋକ୍ତାଙ୍କ ସୁବିଧାକୁ ଆଖିରେ ରଖି ଏସ୍‍ଏମ୍‍ଏସ୍‍ ଏବଂ ଭଏସ୍‍ କଲ ସମ୍ବନ୍ଧୀୟ ଭାଉଚରକୁ ୯୦ ଦିନରୁ ୩୬୫ ଦିନ ଯାଏ ବୃଦ୍ଧି କରିଛନ୍ତି ଟ୍ରାଇ। ଅର୍ଥାତ୍‍ ଏଣିକି ମୋବାଇଲ୍‍ରେ ଅର୍ଥ ଥାଇ ମଧ୍ୟ ୯୦ ଦିନରେ ତାହା ବାତିଲ ହେବ ନାହିଁ। ଥରେ ରିଚାର୍ଜ କଲେ ବର୍ଷେ ଯାଏ ସେହି ଅର୍ଥରେ ଭଏସ୍‍ କଲ୍‍ ବା ଏସ୍‍ଏମ୍‍ଏସ୍‍ ପଠାଇହେବ। 

ଅନ୍ୟ ଏକ ସଂଶୋଧନରେ ଟ୍ରାଇ କହିଛନ୍ତି  ୨୦୧୨ ମସିହାରେ ଜାରି ହୋଇଥିବା ସଂଶୋଧନ  ନିର୍ଦ୍ଦେଶାନାମା ଅନୁସାରେ, ୧୦ ଟଙ୍କାର ଟପ୍‍ ଅପ୍‍ ଭାଉଚର ମିଳିବ। ହେଲେ ଏହାର ଗୁଣକ ଅର୍ଥାତ୍‍ ୨୦,୩୦, ୪୦... ଏହିପରି ମୂଲ୍ୟର ଭାଉଚରକୁ ରଦ୍ଦ କରାଯାଇଛି। 

ଉପଭୋକ୍ତାଙ୍କ ସ୍ୱାର୍ଥକୁ ସୁରକ୍ଷିତ କରିବା ଲାଗି ସରକାର ଏହି ବ୍ୟବସ୍ଥା କରିଛନ୍ତି। ଏ ବାବଦରେ ଆଜି ଘୋଷଣା କରାଯିବା ସହ ବିସ୍ତୃତ ବିବରଣୀକୁ ଟ୍ରାଇ ନିଜର ପୋର୍ଟାଲ୍‍ରେ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ କରିଛି।