Ollywood News: ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ମାଇଣ୍ଡ ଗେମ୍ ଅକ୍ଟୋବର ୬ରେ ମୁକ୍ତିଲାଭ
Advertisement
Article Detail0/zeeodisha/odisha1879010

Ollywood News: ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ମାଇଣ୍ଡ ଗେମ୍ ଅକ୍ଟୋବର ୬ରେ ମୁକ୍ତିଲାଭ

Ollywood News; ​ଚଳଚ୍ଚିତ୍ର ମାଇଣ୍ଡଗେମ୍ ବ୍ୟୟ ବହୁଳ, ତା ସହିତ ସେଥିରେ ଟଲିଉଡ ତଥା ବଲିଉଡର ଆଗଧାଡିର ୩ ଜଣ ଅଭିନେତା ଅତୁଲ କୁଲକର୍ଣ୍ଣି, ଯଶପାଲ ଶର୍ମା, ତନକିଲ୍ଲା ଭର୍ଣ୍ଣିଙ୍କ ସହିତ ଅନୁ ଚୌଧୁରୀ, ଚିନ୍ମୟ ମିଶ୍ର ଅପସରା ରାଣୀ  ପ୍ରମୁଖ ଅଭିନୟ କରିଛନ୍ତି 

Ollywood News: ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ମାଇଣ୍ଡ ଗେମ୍ ଅକ୍ଟୋବର ୬ରେ ମୁକ୍ତିଲାଭ

Ollywood News; ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର "ମାଇଣ୍ଡ ଗେମ୍" ମୁକ୍ତିଲାଭ କରିବା ନେଇ ଏକ ତାରକା ହୋଟେଲର ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ତାରିଖ ଘୋଷଣା ହୋଇଯାଇଛି l ଏହି ଅବସରରେ ସିନେ ପ୍ରଯୋଜକ ଶ୍ରୀଧର ମାର୍ଥା, ଅଭିନେତା ମନୋଜ ମିଶ୍ର, ସିନେ  ପ୍ରଣୟ ଜେଠୀ, ଅଭିନେତ୍ରୀ ଅନୁ ଚୌଧୁରୀ ପ୍ରୋମୋସ୍ନାଲ ପାର୍ଟନର ପ୍ରଭୁଚରଣ ମହାନ୍ତି ପ୍ରମୁଖ ଅତିଥି ମାନେ ଉପସ୍ଥିତ ଥିଲେ l

ଓଡ଼ିଶାରେ ଘଟିଥିବା ଏକ  ଚାଞ୍ଚଲ୍ୟକର ପାର୍ସଲ ବୋମା ଘଟଣା ଆଜି ପର୍ଯ୍ୟନ୍ତ କାହା ମନରୁ ପାଶୋରି ହୋଇନାହିଁ l ସେଦିନର ସେଇ ବହୁ ଚର୍ଚ୍ଚିତ ଘଟଣାକୁ ଚଳଚ୍ଚିତ୍ର ମାଧ୍ୟମରେ ଲୋକମାନଙ୍କ ପାଖକୁ ପହଞ୍ଚାଇବା ପାଇଁ ପ୍ରଯୋଜକ ଶ୍ରୀଧର ମାର୍ଥା ଦୀର୍ଘ ପାଞ୍ଚ ବର୍ଷ ପୂର୍ବରୁ ପ୍ରୟାସ କରି ଚଳଚ୍ଚିତ୍ର ଟିଏ ନିର୍ମାଣ କରିଥିଲେ l ମାଇଣ୍ଡ ଗେମ୍ ଚଳଚ୍ଚିତ୍ର (mind game film)ର ମୁଖ୍ୟ ଚରିତ୍ରରେ ଓଡ଼ିଆ ପୁଅ ମନୋଜ ମିଶ୍ର ଅଭିନୟ କରିଛନ୍ତି ଯିଏ କି, ଉଭୟ ବଲିଉଡ, ଟଲିଉଡର ଜଣେ ସୁପରିଚିତ ଅଭିନେତା l ଚଳଚ୍ଚିତ୍ର ମାଇଣ୍ଡଗେମ୍ ବ୍ୟୟ ବହୁଳ, ତା ସହିତ ସେଥିରେ ଟଲିଉଡ ତଥା ବଲିଉଡର ଆଗଧାଡିର ୩ ଜଣ ଅଭିନେତା ଅତୁଲ କୁଲକର୍ଣ୍ଣି, ଯଶପାଲ ଶର୍ମା, ତନକିଲ୍ଲା ଭର୍ଣ୍ଣିଙ୍କ ସହିତ ଅନୁ ଚୌଧୁରୀ, ଚିନ୍ମୟ ମିଶ୍ର ଅପସରା ରାଣୀ  ପ୍ରମୁଖ ଅଭିନୟ କରିଛନ୍ତି ଏବଂ ତେଲୁଗୁ ସିନେମାର ରାଷ୍ଟ୍ରୀୟ ପୁରସ୍କାର ପ୍ରାପ୍ତ ଜଣେ  ଆଗଧାଡିର ଜଣା ଶୁଣା ନିର୍ଦ୍ଦେଶକ ରାଜେଶ ଟଚରିଭର ନିର୍ଦ୍ଦେଶନା ଦେଇଛନ୍ତି l କିଛି ମାସ ତଳେ ମାଇଣ୍ଡ ଗେମ୍ ର ଟ୍ରେଲର ଦର୍ଶକ ଦେଖିବାକୁ ପାଇଥିଲେ ଯାହା କି ଦର୍ଶକ ଙ୍କ ମନକୁ ବେଶ ଛୁଇଁ ପାରିଛି ତେଣୁ ରିଲିଜ୍ କୁ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି ଦର୍ଶକ l ବର୍ଷ ପରେ ବର୍ଷ ଗାଡିଚାଲିଥିବା ସତ୍ୱେ ଚଳଚ୍ଚିତ୍ର ମାଇଣ୍ଡ ଗେମ୍ ରିଲିଜ୍ ହେଉନଥିବାରୁ ଦର୍ଶକଙ୍କ ମନରେ ଅନେକ ପ୍ରଶ୍ନ ଉଠୁଥିଲା l ତେବେ ଚଳଚ୍ଚିତ୍ର ମାଇଣ୍ଡ ଗେମ୍ ପ୍ରେକ୍ଷାଳୟ କୁ ଖୁବ୍ ଶୀଘ୍ର ଆସିବ ଏବଂ ଦର୍ଶକ ଓଡ଼ିଶା ମାଟିର ଏକ ଚାଞ୍ଚଲ୍ୟ କର  ଘଟଣା କୁ ଦେଖି ସଚେତନବାର୍ତ୍ତା ଟିଏ ପାଇବେ ନିଶ୍ଚୟ l ଦର୍ଶକ ବେଶ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି ଚଳଚ୍ଚିତ୍ର ମାଇଣ୍ଡ ଗେମ୍ ର ମୁକ୍ତିଲାଭ ଦିନକୁ l ମାଇଣ୍ଡ ଗେମ୍ ଏକ ପ୍ରକାର ସଫଳତା ପାଇବ ଏଥିରେ ସନ୍ଦେହ ନାହିଁ ବୋଲି ଚଳଚ୍ଚିତ୍ରର ପ୍ରଚାର ଓ ପ୍ରସାର ଦାୟିତ୍ୱରେ ଥିବା ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀଙ୍କ ସମେତ ପ୍ରଯୋଜକ ଶ୍ରୀଧର ମାର୍ଥା ଆଶା ରଖିଛନ୍ତି l

Also Read- Credit Card ପାଇଁ ଦେଉଛନ୍ତି କି ଏହି ଡକ୍ୟୁମେଣ୍ଟ୍? ସାବଧାନ

Also Read- Jio air fiber: ବିନା କେବୁଲରେ ମିଳିବ 1Gbps ପର୍ଯ୍ୟନ୍ତ ସ୍ପିଡ ଓ 14 OTT ର ଆକ୍ସେସ