Ayodhya Ram Mandir: ସ୍ଥିର ହୋଇଗଲା ତାରିଖ; ଖୁବଶୀଘ୍ର ନିଜ ଘରେ ବିରାଜମାନ କରିବେ ରାମ ଲାଲା
Advertisement
Article Detail0/zeeodisha/odisha1930523

Ayodhya Ram Mandir: ସ୍ଥିର ହୋଇଗଲା ତାରିଖ; ଖୁବଶୀଘ୍ର ନିଜ ଘରେ ବିରାଜମାନ କରିବେ ରାମ ଲାଲା

Ayodhya Ram Mandir News Today: ଅକ୍ଟୋବର ୨୫ ତାରିଖ ବୁଧବାର ଅଯୋଧ୍ୟା ଠାରେ ନିର୍ମିତ ହେଉଥିବା ରାମ ମନ୍ଦିର ସମ୍ପର୍କରେ ଆସିଛି ଏକ ବଡ଼ ଖବର।

Ayodhya Ram Mandir: ସ୍ଥିର ହୋଇଗଲା ତାରିଖ; ଖୁବଶୀଘ୍ର ନିଜ ଘରେ ବିରାଜମାନ କରିବେ ରାମ ଲାଲା

Ayodhya Ram Mandir Pran Pratishtha: ଧର୍ମନଗରୀ ଅଯୋଧ୍ୟା ସ୍ଥିତ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ଶୁଭ ମୁହୂର୍ତ୍ତ ସ୍ଥିର ହୋଇଛି। ଏହି ମହାନ୍ ତଥା ଧାର୍ମିକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅଂଶଗ୍ରହଣ କରିବେ। ଆପଣଙ୍କୁ କହିରଖୁଛୁ ଯେ ଅକ୍ଟୋବର ୨୫ ତାରିଖ ବୁଧବାର ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସଦସ୍ୟ ଚମ୍ପତ ରାୟ, ନୃପେନ୍ଦ୍ର ମିଶ୍ର ଏବଂ ଅନ୍ୟ ଦୁଇଜଣ ପୁନର୍ବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବାକୁ ଅନୁରୋଧ କରିଛନ୍ତି। ଟ୍ରଷ୍ଟ ସଦସ୍ୟଙ୍କ ଅନୁରୋଧ କ୍ରମେ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ନିମନ୍ତ୍ରଣ ଗ୍ରହଣ କରି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେବାକୁ ସହମତି ଜଣାଇଛନ୍ତି।

ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ଶୁଭ ଦିନ ଏବଂ ସମୟ ହୋଇଛି ସ୍ଥିର
ଆପଣଙ୍କୁ କହିରଖୁଛୁ ଯେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆସନ୍ତା ବର୍ଷ ଜାନୁୟାରୀ ୨୨ ତାରିଖରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ସେହି ଦିନ ମଧ୍ୟାନ୍ନ ୧୨:୩୦ ସମୟରେ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମ ପାଇଁ ଅଯୋଧ୍ୟା ଠାରେ ପ୍ରସ୍ତୁତି ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଟ୍ୱିଟ୍ କରି ତାଙ୍କୁ ମିଳିଥିବା ନିମନ୍ତ୍ରଣ ବିଷୟରେ ଜଣାଇଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, "ଜୟ ସିଆରାମ! ଆଜି ଏକ ଭାବନାରେ ପରିପୂର୍ଣ୍ଣ ଦିନ।  ଆଜି ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ ଅଧିକାରୀ ମୋ ବାସଭବନରେ ମୋତେ ଭେଟିବାକୁ ଆସିଥିଲେ। ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଅବସରରେ ସେମାନେ ମୋତେ ଅଯୋଧ୍ୟା ଆସିବାକୁ ନିମନ୍ତ୍ରଣ କରିଛନ୍ତି। ମୁଁ ନିଜକୁ ବହୁତ ଧନ୍ୟ ମନେ କରୁଛି। ଏହା ମୋର ସୌଭାଗ୍ୟ ଯେ ମୁଁ ମୋ ଜୀବନ କାଳରେ ଏପରି ଐତିହାସିକ ଘଟଣାର ସାକ୍ଷୀ ହେବି। "

ଦଶହରା ମେଳାରେ ରାମ ମନ୍ଦିର ବିଷୟରେ ଉଲ୍ଲେଖ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି
ଆପଣଙ୍କୁ କହିରଖୁଛୁ ଯେ ଦଶହରା ମେଳା ଅବସରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟା ଠାରେ ନିର୍ମିତ ହେଉଥିବା ରାମ ମନ୍ଦିର ବିଷୟରେ ଉଲ୍ଲେଖ କରି କହିଥିଲେ ଶତାବ୍ଦୀର ଅପେକ୍ଷା ଶେଷ ହେବାକୁ ଯାଉଛି। ପ୍ରଭୁ ଶ୍ରୀରାମ ଆସୁଛନ୍ତି। ନିକଟରେ ରାମ ମନ୍ଦିରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଜୀ ମହାରାଜ କହିଛନ୍ତି ଯେ ଆସନ୍ତା ବର୍ଷ ଜାନୁଆରୀ ୧୫ ତାରିଖରୁ ୨୨ ଜାନୁୟାରୀ ପର୍ଯ୍ୟନ୍ତ ରାମ ମନ୍ଦିରରେ ସ୍ୱତନ୍ତ୍ର ରୀତିନୀତି ଅନୁଷ୍ଠିତ ହେବ।

ସଦ୍ୟ ପ୍ରଧାନମନ୍ତ୍ରୀ ମୋଦୀ ନିଜର ଭାବନା ପ୍ରକାଶ କରିବା ପରେ ଏହା ସ୍ପଷ୍ଟ ହୋଇଛି ଯେ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଆସନ୍ତା ବର୍ଷ ଜାନୁଆରୀ ୨୨ ତାରିଖରେ ଅନୁଷ୍ଠିତ ହେବ। ଏହି ଐତିହାସିକ ଘଟଣାର ସାକ୍ଷୀ ହେବାକୁ ଅନ୍ୟ ଅନେକ ଲୋକଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି ଯେ ପେଜୱାର ମଠର ପୂଜା ସ୍ୱାମୀ ମାଧବଚାର୍ଯ୍ୟ, ଟ୍ରଷ୍ଟ କୋଷାଧ୍ୟକ୍ଷ ପୁଣେ ବାସିନ୍ଦା ଗୋବିନ୍ଦ ଦେବ ଗିରି ଜୀ ମହାରାଜ, ରାମ ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରାଙ୍କ ସହ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ଯାଇଥିଲୁ। ରାମ ମନ୍ଦିର ଗର୍ଭଗୃହରେ ଭଗବାନ ଶ୍ରୀରାମଙ୍କ ନୂତନ ବିଗ୍ରହର ପ୍ରାଣ ପ୍ରତିଷ୍ଠା  ତାଙ୍କ କର କମଳରେ କରିବାକୁ ଆମେ ଅନୁରୋଧ କରିଛୁ। ଖୁସିର ବିଷୟ ଯେ ପ୍ରଧାନମନ୍ତ୍ରୀ ଆମର ଅନୁରୋଧ ଗ୍ରହଣ କରିଛନ୍ତି। ପ୍ରାଣ ପ୍ରତିଷ୍ଠା ଅବସରରେ ପ୍ରଧାନମନ୍ତ୍ରୀ ଅଯୋଧ୍ୟା ଠାରେ ଉପସ୍ଥିତ ରହିବେ। ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଆସନ୍ତା ବର୍ଷ ଜାନୁଆରୀ ୨୨ ତାରିଖରେ ଆୟୋଜିତ ହେବ।