Vande Bharat Train: ପାଟନାରୁ ରାଞ୍ଚି ପହଞ୍ଚି ପୁଣି ପାଟନାକୁ ଫେରିଲା ବନ୍ଦେ ଭାରତ: ଯାତ୍ରୀଙ୍କ ଖୁସି
Advertisement
Article Detail0/zeeodisha/odisha1735241

Vande Bharat Train: ପାଟନାରୁ ରାଞ୍ଚି ପହଞ୍ଚି ପୁଣି ପାଟନାକୁ ଫେରିଲା ବନ୍ଦେ ଭାରତ: ଯାତ୍ରୀଙ୍କ ଖୁସି

ସୋମବାର ପ୍ରଥମ ଥର ପାଟନାରୁ ରାଞ୍ଚି (Ranchi) ଅଭିମୁଖେ ଯାତ୍ରା ଶେଷ କରିଛି । ବିଶେଷ କଥା ହେଉଛି ଟ୍ରେନ୍ ଆନୁମାନିକ ସମୟ (Time) ପୂର୍ବରୁ ରାଞ୍ଚିରେ ପହଞ୍ଚିଥିଲା । ଏଥିସହିତ ପାଟନାରୁ ଗୟା ଯାତ୍ରା ମାତ୍ର ଦେଢ଼ ଘଣ୍ଟା ମଧ୍ୟରେ ଶେଷ କରିଥିଲା। ଟ୍ରାଏଲ୍ ରନ୍ (Trial run) ପାଇଁ ପାଟନାରୁ ରାଞ୍ଚି ଅଭିମୁଖେ ଯାଇଥିବା ବନ୍ଦେ ଭାରତ ମାତ୍ର

Vande Bharat Train: ପାଟନାରୁ ରାଞ୍ଚି ପହଞ୍ଚି ପୁଣି ପାଟନାକୁ ଫେରିଲା ବନ୍ଦେ ଭାରତ: ଯାତ୍ରୀଙ୍କ ଖୁସି

Vande Bharat Train: ସୋମବାର ପ୍ରଥମ ଥର ପାଟନାରୁ ରାଞ୍ଚି (Ranchi) ଅଭିମୁଖେ ଯାତ୍ରା ଶେଷ କରିଛି । ବିଶେଷ କଥା ହେଉଛି ଟ୍ରେନ୍ ଆନୁମାନିକ ସମୟ (Time) ପୂର୍ବରୁ ରାଞ୍ଚିରେ ପହଞ୍ଚିଥିଲା । ଏଥିସହିତ ପାଟନାରୁ ଗୟା ଯାତ୍ରା ମାତ୍ର ଦେଢ଼ ଘଣ୍ଟା ମଧ୍ୟରେ ଶେଷ କରିଥିଲା। ଟ୍ରାଏଲ୍ ରନ୍ (Trial run) ପାଇଁ ପାଟନାରୁ ରାଞ୍ଚି ଅଭିମୁଖେ ଯାଇଥିବା ବନ୍ଦେ ଭାରତ ମାତ୍ର ୫ ଘଣ୍ଟା ୪୫ ମିନିଟରେ ପ୍ରାୟ ୪୦୦ କିଲୋମିଟର ଦୂରତା ଅତିକ୍ରମ କରିଥିଲା । ଏହି ଟ୍ରେନ୍ ପାଟନା ଜଙ୍କସନରୁ ୬.୫୫ ରେ ଯାତ୍ରା ଆରମ୍ଭ କରି ୧୨.୪୭ ରେ ନିର୍ଦ୍ଧାରିତ ସମୟ ପୂର୍ବରୁ ରାଞ୍ଚି (Ranchi)ରେ ପହଞ୍ଚିଥିଲା ​​। ତେବେ ଏହାର ପହଞ୍ଚିବାର ନିର୍ଦ୍ଧାରିତ ସମୟ ଥିଲା ୧ ଟା । ବନ୍ଦେ ଭାରତ  ୧୧୦ କିଲୋମିଟର ବେଗରେ ଟ୍ରାକରେ ଯାଇଥିଲା । ପାଟନାରୁ ଗୟା ପର୍ଯ୍ୟନ୍ତ ଟ୍ରେନର ବେଗ (Speed) ଗତି ଘଣ୍ଟା ପ୍ରତି ୧୧୦ କିଲୋମିଟର ଥିଲା ।  ଯେତେବେଳେ କି ବନ୍ଦେ ଭାରତ ଗୟା ଠାରୁ ବାରକାକାନା ପର୍ଯ୍ୟନ୍ତ ୯୦ କିଲୋମିଟର ବେଗରେ ଚାଲିଥିଲା । ତା’ପରେ ବାରକାକାନାରୁ ରାଞ୍ଚିରେ ପହଞ୍ଚିବା ବେଳେ ଟ୍ରେନର ବେଗ ଘଣ୍ଟା ପ୍ରତି ୮୦ କିଲୋମିଟର ଥିଲା। ପାଟନାରୁ ଛାଡ଼ିବା ପରେ ଏହି ଟ୍ରେନ୍ ଜହାନାବାଦ, ଗୟା, କୋଡର୍ମା, ହାଜରିବାଗ ଟାଉନ୍, ବାରକାକାନା, ଟାଟି ସିଲଭି ଦେଇ ରାଞ୍ଚିରେ ପହଞ୍ଚିଥିଲା।

ସାଧାରଣ ଲୋକଙ୍କ ପାଇଁ ଖୁବ୍ ଶୀଘ୍ର ଆରମ୍ଭ ହେବ ସେବା

ସେହି ସମୟରେ ବନ୍ଦେ ଭାରତ ଟ୍ରେନକୁ ଦେଖିବା ପାଇଁ ସବୁ ଷ୍ଟେସନ (Station)ରେ ଲୋକଙ୍କ ଭିଡ ଜମିଥିଲା। ଲୋକମାନେ ବିଭିନ୍ନ ସ୍ଥାନରେ ଟ୍ରେନ୍ ସହିତ ସେଲଫି ନେଇଥିଲେ । ପାଟନା-ରାଞ୍ଚି ମଧ୍ୟରେ ବନ୍ଦେ ଭାରତ ଟ୍ରେନର ଟ୍ରାଏଲ୍ ହେବା ନେଇ ସୂଚନା ପାଇବା ପରେ ରେଳ ଯାତ୍ରୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଖୁସିର ବାତାବରଣ ଦେଖିବାକୁ ମିଳିଥିଲା। ସଫଳ ପରୀକ୍ଷଣ ପରେ ଅତି ଶୀଘ୍ର, ସାଧାରଣ ଲୋକମାନେ ମଧ୍ୟ ଅତ୍ୟାଧୁନିକ ସୁବିଧା ସହିତ ସଜ୍ଜିତ ଏହି ଟ୍ରେନରେ ଯାତ୍ରା ଉପଭୋଗ କରିପାରିବେ ।

ଟ୍ରେନ୍ ଆଜି ହିଁ ପ୍ରତ୍ୟାବର୍ତ୍ତନ କରିଛି 

ବନ୍ଦେ ଭାରତ ଆଜି ପାଟନାକୁ ଫେରିବ । ପାଟନା ଅଭିମୁଖେ ଟ୍ରେନ୍ ରାଞ୍ଚିରୁ ଦ୍ୱିପ୍ରହର ୨.୨୦ ବାହାରି ସନ୍ଧ୍ୟା ୭ ଟାରେ ଗୟାରେ ପହଞ୍ଚିଥିଲା । ସେଠାରୁ ୭.୧୦ ରେ ଛାଡ଼ିବା ପରେ ରାତି ୮.୨୫ ରେ ପାଟନାରେ ପହଞ୍ଚିବ । ରେଳ ସୂତ୍ର ଅନୁଯାୟୀ, ଏହି ଟ୍ରେନ୍ ପାଟନା ଓ ରାଞ୍ଚି ମଧ୍ୟରେ ସପ୍ତାହରେ ୬ ଦିନ ଚଳାଚଳ କରିବ। ତେବେ ଏହାର ଉଦଘାଟନ ତାରିଖ ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ।

ଏହି ଟ୍ରେନର ପରୀକ୍ଷା ପୂର୍ବରୁ ସଂପୃକ୍ତ ଜୋନାଲ ରେଳବାଇକୁ ଟ୍ରାକ ଖାଲି ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାର ପରୀକ୍ଷା ହାଇସ୍ପିଡରେ କରାଯାଇଥିଲା ଓ ଯେପରି କୌଣସି ଅଘଟଣ ନଘଟୁ, ସେଥିପାଇଁ ଲୋକଙ୍କୁ ଟ୍ରାକରୁ ଦୂରେଇ ରଖିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ପରୀକ୍ଷା ଚାଲିଥିବା ସମୟରେ ଜନସାଧାରଣଙ୍କୁ ଟ୍ରେନରେ ଚଢ଼ିବାକୁ ଅନୁମତି ଦିଆଯାଇନଥିଲା। ଆଉ କିଛି ପରୀକ୍ଷା ପରେ, ଏହା କୁହାଯାଇପାରେ କି ଖୁବ୍ ଶୀଘ୍ର ସାଧାରଣ ଲୋକଙ୍କ ପାଇଁ ଵନ୍ଦେ ଭାରତ ଟ୍ରେନ ଯାତ୍ରା ଆରମ୍ଭ ହେବ ।

ଭଡା

ପାଟନା-ରାଞ୍ଚି ବନ୍ଦେ ଭାରତ ଟ୍ରେନର ଭଡା ବିଷୟରେ କୌଣସି ସୂଚନା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ଯଦିଓ, ଦୂରତା ଅନୁଯାୟୀ ଦେଖାଯାଇଥାଏ, ତେବେ ଏହାର ଭଡା ଅନ୍ୟ ବନ୍ଦେ ଭାରତ ଟ୍ରେନ୍ ତୁଳନାରେ କମ୍ ହୋଇପାରେ । ବର୍ତ୍ତମାନ, ବିଲାସପୁର-ନାଗପୁର ବନ୍ଦେ ଭାରତ ପ୍ରାୟ ୪୦୦ କିଲୋମିଟର ଦୂରତା ଯାତ୍ରା କରୁଛି। ଅନ୍ୟ ବନ୍ଦେ ଭାରତ ଟ୍ରେନ ଏହାଠାରୁ ଅଧିକ ଦୂରତା ଯାତ୍ରା କରୁଛନ୍ତି। ବିଲାସପୁର-ନାଗପୁର ବନ୍ଦେ ଭାରତର ଭଡା ୧୨୪୦ ରୁ ୨୨୪୦ ଟଙ୍କା ମଧ୍ୟରେ ରହିଛି।

Also read- ମୁସଲିମ ପୁଅ ସହ ଫେରାର ହେଲା ଝିଅ: ମରିଗଲା କହି ପିଣ୍ଡ ଦେଇଦେଲେ ପରିବାର