Weather Update: ଆହୁରି କମିବ ଶୀତ, ଘନ କୁହୁଡି଼ ନେଇ ୪ ଜିଲ୍ଲାକୁ ଆଲର୍ଟ ଜାରି
Advertisement
Article Detail0/zeeodisha/odisha2614353

Weather Update: ଆହୁରି କମିବ ଶୀତ, ଘନ କୁହୁଡି଼ ନେଇ ୪ ଜିଲ୍ଲାକୁ ଆଲର୍ଟ ଜାରି

Weather Update: ରାଜ୍ୟରେ କମୁଛି ଶୀତ। ଆଗକୁ ଆହୁରି କମିବ ଜାଡ଼।  ଆସନ୍ତା ତିନି ଦିନ ମଧ୍ୟରେ ରାତି ତାପମାତ୍ରା ଆଉ ୨ ରୁ ୪ ଡିଗ୍ରୀ ବଢିବ।  ଏହା ପ୍ରଭାବରେ ରାତିରେ ଶୀତ କମିଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। 

Weather Update: ଆହୁରି କମିବ ଶୀତ, ଘନ କୁହୁଡି଼ ନେଇ ୪ ଜିଲ୍ଲାକୁ ଆଲର୍ଟ ଜାରି
Weather Update: ରାଜ୍ୟରେ କମୁଛି ଶୀତ। ଆଗକୁ ଆହୁରି କମିବ ଜାଡ଼।  ଆସନ୍ତା ତିନି ଦିନ ମଧ୍ୟରେ ରାତି ତାପମାତ୍ରା ଆଉ ୨ ରୁ ୪ ଡିଗ୍ରୀ ବଢିବ।  ଏହା ପ୍ରଭାବରେ ରାତିରେ ଶୀତ କମିଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ବଢିବା ସହିତ ଦିନ ବେଳାର ତାତି ବି ଉପର ମୁହାଁ ହେଉଛି। ଟାଣ ଖରା ଯୋଗୁଁ, ଦିନ ବେଳା ଗରମ ଅନୁଭୂତ ହେଉଛି। 
 
 
 
ଗୁରୁବାର ଦିନ ଝାରସୁଗୁଡା ଓ ପାରଳାଖେମୁଣ୍ତିରେ ଦିନ ତାପମାତ୍ରା ସର୍ବାଧିକ  ୩୩.୮ ଡିଗ୍ରୀ ରେକର୍ଡ଼ ହୋଇଛି। ସମ୍ବଲପୁରରେ ୩୩.୪, ସୁନ୍ଦରଗଡରେ ୩୩.୨, ଟିଟିଲାଗଡରେ ୩୩, ମାଲକାନଗିରିରେ ୩୨.୬, ଭବାନୀପାଟଣା, ସୋନପୁର, ବରଗଡରେ ୩୨.୫, ଭୁବନେଶ୍ବରରେ ୩୨. ୪ ଓ ଅନୁଗୁଳରେ ତାପମାତ୍ରା ୩୨.୩ ଡିଗ୍ରୀ ରେକର୍ଡ଼ ହୋଇଛି।  
 
ସେପଟେ, ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଆସ୍ତରଣ ମଧ୍ୟ ଦେଖିବାକୁ ମିଳୁଛି । ପ୍ରବଳ କହୁଡି ପାଇଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଲୋକମାନେ ଯାତାୟତ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘନ କହୁଡ଼ି ପାଇଁ ୪ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ତେବେ, ଏହି ଜିଲ୍ଲା ଗୁଡିକ ହେଲା, କଟକ, ଖୋର୍ଦ୍ଧା, ପୁରୀ ଓ ନୟାଗଡ।