Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଆସନ୍ତା ରବିବାର ଠାରୁ ରାଜ୍ୟରେ ରାତି ତାପମାତ୍ରା ଆହୁରି ୨ ରୁ ୪ ଡିଗ୍ରୀ ବଢିବ। ପାଣିପାଗ ବିଭାଗର ଏହି ପୂର୍ବାନୁମାନ କରିଛି। ଆଜି ସୁନ୍ଦରଗଡ ଓ କନ୍ଧମାଳରେ ଘନ କୁହୁଡୁ ଦୃଶ୍ୟମାନ ହୋଇପାରେ ବୋଲି ଆକଳନ କରାଯାଇଛି। ରାଉରକେଲା ଓ ଝାରସୁଗୁଡାରେ ରାତି ତାପମାତ୍ରା ୮ ଡିଗ୍ରୀ ଥିଲା। ଦାରିଙ୍ଗିବାଡିରେ ୯,କୋରାପୁଟ୍ ୯.୨, ସୁନ୍ଦରଗଡରେ ୧୦.୨, ଫୁଲବାଣୀରେ ୧୦.୫, କେନ୍ଦୁଝରରେ ୧୧, ବଲାଙ୍ଗୀରରେ ୧୧.୫, ନବରଙ୍ଗପୁରରେ ୧୧.୬, ଅନୁଗୁଳରେ ୧୨, ରାୟଗଡାରେ ପାରଦ ୧୨.୬, ଡିଗ୍ରୀ ରହିଥିଲା। ଭୁବନେଶ୍ବରରେ ୧୫.୩ ଓ ପୁରୀରେ ୧୮.୪ ଡିଗ୍ରୀ ରେକର୍ଡ଼ ହୋଇଛି।
ସେପଟେ, ପାଣିପାଗ ବିଭାଗ କହିଛି, ରାଜ୍ୟରେ ଆଉ ୩ ଦିନ ପ୍ରବଳ ଥଣ୍ତା ହେବ। ସେହିପରି ଆଉ ତିନି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଲାଗି ରହିବ । ଆଜି ବିଶେଷକରି, କଳାହାଣ୍ଡି,ଜଗତସିଂହପୁର, କେନ୍ଦୁଝର,ଝାରସୁଗୁଡ଼ା,ଓ କେନ୍ଦ୍ରାପଡ଼ାରେ ଘନ କୁହୁଡି ହେବା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। । ସେହିପରି ଆସନ୍ତାକାଲି କଳାହାଣ୍ଡି, ରାୟଗଡ଼ା , ଝାରସୁଗୁଡ଼ା ,ଅନୁଗୁଳ ଓ ଢେଙ୍କାନାଳରେ କହୁଡ଼ି ହେବ । ଆଉ ୧୧ ତାରିଖ ଦିନ ମଧ୍ୟପାଗରେ ଏତେ ପରିବର୍ତ୍ତନ ହେବନି।