Weather Update: ବାତ୍ୟାରେ ପରିଣତ ହେବ ଅବପାତ! ପ୍ରଭାବରେ ଆଜି ଏହିସବୁ ଜିଲ୍ଲାରେ ହୋଇପାରେ ବର୍ଷା
Advertisement
Article Detail0/zeeodisha/odisha2535750

Weather Update: ବାତ୍ୟାରେ ପରିଣତ ହେବ ଅବପାତ! ପ୍ରଭାବରେ ଆଜି ଏହିସବୁ ଜିଲ୍ଲାରେ ହୋଇପାରେ ବର୍ଷା

Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଆକାଶ ମେଘୁଆ ରହିପାରେ। ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ,  ତାମିଲନାଡୁ ଓ ଶ୍ରୀଲଙ୍କା ଉପକୂଳରେ ହେବାକୁ ଥିବା ବାତ୍ୟା ପ୍ରଭାବରେ ରାଜ୍ୟରେ କାଁ ଭାଁ ବର୍ଷା ହୋଇପାରେ। 

 Weather Update: ବାତ୍ୟାରେ ପରିଣତ ହେବ ଅବପାତ! ପ୍ରଭାବରେ ଆଜି ଏହିସବୁ ଜିଲ୍ଲାରେ ହୋଇପାରେ ବର୍ଷା

Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଆକାଶ ମେଘୁଆ ରହିପାରେ। ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ,  ତାମିଲନାଡୁ ଓ ଶ୍ରୀଲଙ୍କା ଉପକୂଳରେ ହେବାକୁ ଥିବା ବାତ୍ୟା ପ୍ରଭାବରେ ରାଜ୍ୟରେ କାଁ ଭାଁ ବର୍ଷା ହୋଇପାରେ। ଉପକୂଳ ଏବଂ ଦକ୍ଷିଣ ଓଡିଶାରେ କାଁ ଭାଁ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଆଜି , ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ଗଂଜାମ, ନୟାଗଡ, ଗଜପତି, ଗଂଜମ , କୋରାପୁଟ୍, ମାଲକାନଗିରି  ଜିଲ୍ଲାର ଗୋଟିଏ ୨ ଟି ଜାଗାରେ ହାଲୁକାରୁ ମଧ୍ୟମ ଧରଣର  ବର୍ଷା ହେବାର ସମ୍ଭାବନା ରହିଛି। ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ। ସୁନ୍ଦରଗଡ, କେନ୍ଦୁଝର,କନ୍ଧମାଳ ଓ କଳାହାଣ୍ତିରେ ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର କୁହୁଡି ହୋଇପାରେ।

 

 

ALSO READ: Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

ALSO READ:  Shani Gochar 2025: ୨୦୨୫ରେ ଶନିଙ୍କ ଶୁଭ ଚଳନ,ବଦଳିବ ୫ରାଶିଙ୍କ ଭାଗ୍ୟ,ବର୍ଷସାରା ହେବ ଟଙ୍କା ବର୍ଷା!

ଶନିବାର ମୟୂରଭଂଜ, କେନ୍ଦୁଝର, ଦେବଗଡ, ସୁନ୍ଦରଗଡ, ମାଲକାନଗିରି, କୋରାପୁଟ, ରାୟଗଡା, କଳାହାଣ୍ତି, ନବରଙ୍ଗପୁରରେ କାଁ ଭାଁ  ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଡିସେମ୍ବର ପହିଲାରୁ ରାଜ୍ୟରେ ପାଗ ଶୁଖିଲା ରହିବ। ବର୍ତ୍ତମାନ ରାଜ୍ୟରେ ଶୀତର ପ୍ରକୋପ କମିବ। ଦିନକ ପରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢିପାରେ। ରାଜ୍ୟରେ ଗତ କିଛି ଦିନ ହେବ ଶୀତ ଜାରି ରହିଛି। ଗୁରୁବାର ଦିନ ରାତିରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି। ୧୨ଟି ସହରର ତାପମାତ୍ରା ୧୩ ଡିଗ୍ରୀ ତଳେ ରହିଥିଲା।