Budh Rashi Parivartan: ୫ ଅଗଷ୍ଟରୁ ଆରମ୍ଭ ହେବ ଏହି ରାଶି ମାନଙ୍କ ପାଇଁ ଭଲ ଦିନ, ଆପଣଙ୍କୁ ସବୁ କାମରେ ମିଳିବ ସଫଳତା
Advertisement
Article Detail0/zeeodisha/odisha2365123

Budh Rashi Parivartan: ୫ ଅଗଷ୍ଟରୁ ଆରମ୍ଭ ହେବ ଏହି ରାଶି ମାନଙ୍କ ପାଇଁ ଭଲ ଦିନ, ଆପଣଙ୍କୁ ସବୁ କାମରେ ମିଳିବ ସଫଳତା

Budh Rashi Parivartan: ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହର ଏକ ବିଶେଷ ସ୍ଥାନ ଅଛି। ବୁଧ ଗ୍ରହକୁ ବୁଦ୍ଧି, ତର୍କ, ଯୋଗାଯୋଗ, ଗଣିତ, ଚତୁରତା ଓ ବନ୍ଧୁତା ପାଇଁ ଦାୟୀ ବୋଲି କୁହାଯାଏ।  ୫ ଅଗଷ୍ଟରେ ବୁଧ ଗ୍ରହ ସିଂହ ରାଶିରେ ଓଲଟା ଗତିରେ ଗୋଚର କରିବାକୁ ଯାଉଛନ୍ତି। ଜାଣନ୍ତୁ ବୁଧଙ୍କ ଓଲଟା ଚଳନ କାରଣରୁ କେଉଁ ସବୁ ରାଶି ଭଲ ଦିନ ଦେଖିବେ।

 

Mercury Transit 2024 Horoscope

Mercury Transit 2024 Horoscope: ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହର ଏକ ବିଶେଷ ସ୍ଥାନ ଅଛି। ବୁଧ ଗ୍ରହକୁ ବୁଦ୍ଧି, ତର୍କ, ଯୋଗାଯୋଗ, ଗଣିତ, ଚତୁରତା ଓ ବନ୍ଧୁତା ପାଇଁ ଦାୟୀ ବୋଲି କୁହାଯାଏ। ବୁଧଙ୍କୁ ମଧ୍ୟ ଗ୍ରହ ମାନଙ୍କର ରାଜକୁମାର କୁହାଯାଏ। କୁଣ୍ଡଳିରେ ବୁଧ ଶୁଭ ଥିବା ସମୟରେ ଜଣେ ବ୍ୟକ୍ତି ଶୁଭ ଫଳାଫଳ ପାଇଥାଏ। ଅନ୍ୟପଟେ ବୁଧ ଅଶୁଭ ଥିଲେ ବ୍ୟକ୍ତିଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡେ। ୫ ଅଗଷ୍ଟରେ ବୁଧ ଗ୍ରହ ସିଂହ ରାଶିରେ ଓଲଟା ଗତିରେ ଗୋଚର କରିବାକୁ ଯାଉଛନ୍ତି। ସିଂହ ରାଶିରେ ବୁଧଙ୍କ ଓଲଟା ଚଳନ ଯୋଗୁଁ କେତେକ ରାଶି ଭାଗ୍ୟବାନ ହେବା ନିଶ୍ଚିତ ଥିବାବେଳେ, ଆଉ କେତେକ ରାଶି ସାବଧାନ ରହିବା ଆବଶ୍ୟକ। ତେବା ଆସନ୍ତୁ ଜାଣିବା ବୁଧଙ୍କ ଓଲଟା ଚଳନ କାରଣରୁ କେଉଁ ସବୁ ରାଶି ଭଲ ଦିନ ଦେଖିବେ।

ମେଷ ରାଶି:
ଆପଣ ଏହି ଅବଧିରେ ଶୁଭ ଫଳାଫଳ ପାଇବେ। ଆର୍ଥିକ ଲାଭ ହେବ। ଆଧ୍ୟାତ୍ମିକ ଓ ଧାର୍ମିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ଚାକିରି ଓ ବ୍ୟବସାୟରେ ଅଗ୍ରଗତି କରିବେ। ବୈବାହିକ ଜୀବନ ସୁଖମୟ ହେବ। ଏକ ନୂତନ ଗାଡି କିମ୍ବା ଘର କିଣିବାର ସମ୍ଭାବନା ମଧ୍ୟ ଅଛି। କାର୍ଯ୍ୟରେ ସଫଳତା ହାସଲ କରିବେ।

ମିଥୁନ ରାଶି:
ଆର୍ଥିକ ଲାଭ ହେବ, ଯାହା ଆର୍ଥିକ ଦିଗକୁ ମଜବୁତ କରିବ। ଆପଣ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ। ମିଥୁନ ରାଶିର ଲୋକଙ୍କ ପାଇଁ ଏହି ସମୟ ଏକ ଚତ୍ମକାର ସମୟ ଭଳି। ବୈବାହିକ ଜୀବନ ସୁଖମୟ ହେବ। ଆପଣ ପରିବାର ସଦସ୍ୟଙ୍କଠାରୁ  ପୂର୍ଣ୍ଣ ସମର୍ଥନ ପାଇବେ। ଏହି ଅବଧିରେ ବହୁତ ସମ୍ମାନ ପାଇବେ। ପଦବୀ ଏବଂ ପ୍ରତିଷ୍ଠା ବୃଦ୍ଧି ହେବାର ସମ୍ଭାବନା ଅଛି।

ସିଂହ ରାଶି:
ଏହି ସମୟ ଚାକିରି ଓ ବ୍ୟବସାୟ ପାଇଁ ଶୁଭ ହେବ। ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ଆର୍ଥିକ ଲାଭ ହେବ। କର୍ମକ୍ଷେତ୍ରରେ ଆପଣଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ପ୍ରଶଂସା କରାଯିବ। ଚାକିରିରେ ଆପଣ ନୂଆ ସୁଯୋଗ ପାଇବେ। ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବେ।

କନ୍ୟା ରାଶି
ଏହି ଅବଧି ମଧ୍ୟରେ ପାରିବାରିକ ସମ୍ପର୍କରେ ମଧୁରତା ବୃଦ୍ଧି ପାଇବ। ଚାକିରି ଖୋଜୁଥିବା ଲୋକମାନେ ଶୁଭ ଫଳାଫଳ ପାଇପାରନ୍ତି। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ବୈବାହିକ ଜୀବନ ସୁଖମୟ ହେବ। ଆର୍ଥିକ ଲାଭ ହେବ, ଯାହା ଆର୍ଥିକ ଦିଗକୁ ମଜବୁତ କରିବ। ଆପଣ ଟଙ୍କା ସମ୍ବନ୍ଧୀୟ ପ୍ରସଙ୍ଗରେ ସଫଳତା ହାସଲ କରିବେ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ।
ପଦବୀ ଏବଂ ପ୍ରତିଷ୍ଠା ବୃଦ୍ଧି ହେବ। ନିବେଶରୁ ଲାଭ ମିଳିବ।

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଉଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)