ଜୋତିଷ ଶାସ୍ତ୍ରରେ କୁହାଯାଏ ଯେ, ଗୋଟିଏ ଝଟକାରେ ଜଣେ ଭିକାରୀକୁ ରାଜା କରିପାରନ୍ତି ଶନିଦେବ। ଏଥିସହ ଗ୍ରହମାନଙ୍କର ରାଜକୁମାର ବୁଧ ଧନ, ବୁଦ୍ଧି ଏବଂ ବ୍ୟବସାୟର କାରକ। ଏହି ଦୁଇଟି ବଡ଼ ଗ୍ରହ ମିଶି ଏକ ଅଦ୍ଭୁତ ରାଜଯୋଗ ଗଠନ କରୁଛନ୍ତି । ଯାହାକୁ ବହୁତ ଶୁଭ ବୋଲି ବିବେଚନା କରାଯାଇଛି।
ବୃଷ ରାଶି
ବୁଧ ଏବଂ ଶନିଙ୍କ ସଂଯୋଗ ଏବଂ ଦ୍ୱାଦଶ ଯୋଗ କାରଣରୁ ଆପଣଙ୍କ ପାଇଁ ସମୟ ଭଲ । ଜୀବନରେ ଗୋଟିଏ ପରେ ଗୋଟିଏ ଖୁସି ଖବର ଆସିବ । ବିଭିନ୍ନ କ୍ଷେତ୍ରରେ ଆପଣ ସଫଳତା ପାଇବେ । ଘର, ସମ୍ପତ୍ତି ଏବଂ ଗାଡ଼ି କିଣିବାର ସମ୍ଭାବନା ରହିଛି। ନୂଆ ଚାକିରି ଖୋଜୁଥିଲେ ସମ୍ଭବ ହୋଇଯିବ । ବିଭିନ୍ନ ଦିଗରୁ ପ୍ରଚୁର ଆର୍ଥିକ ଲାଭ ହେବ। ପଡ଼ି ରହିଥିବା କାମ ଶେଷ କରିବାରେ ସଫଳ ହେବେ ।
କୁମ୍ଭ ରାଶି
ଶନି ବର୍ତ୍ତମାନ କୁମ୍ଭ ରାଶିରେ ଉପସ୍ଥିତ ଅଛନ୍ତି। ତେଣୁ ବୁଧ ଏବଂ ଶନିଙ୍କ ଦ୍ୱାଦଶ ଯୋଗରୁ ଆପଣ ବିଶେଷ ଲାଭ ପାଇବେ। ଦୂରଯାତ୍ରା କରିପାରନ୍ତି । ମାନ ସମ୍ମାନ ବୃଦ୍ଧି ପାଇବ। ଚାକିରି ପରିବର୍ତ୍ତନ କରିବା ପାଇଁ ସମୟ ଭଲ। ଚାକିରି କରୁଥିଲେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି ।
ମୀନ ରାଶି
ଆପଣଙ୍କ ପାଇଁ ଶନିଙ୍କ ଦ୍ୱାଦଶ ଯୋଗ ବହୁତ ଶୁଭପ୍ରଦ । ବ୍ୟବସାୟରେ ପ୍ରଚୁର ଲାଭ ଉପାର୍ଜନ କରିପାରନ୍ତି । ନୂଆ ଅର୍ଡର ମଧ୍ୟ ମିଳିପାରେ। ଚାକିରି କରୁଥିଲେ ପଦୋନ୍ନତି ଏବଂ ଦରମା ବୃଦ୍ଧି ହୋଇପାରେ ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़