Advertisement
Photo Details/zeeodisha/odisha2646271
photoDetails0hindi

ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ସହ ବାବୁସାନ୍, ବାପା-ପୁଅଙ୍କ ବିଶେଷ ଫଟୋ ହେଉଛି ଭାଇରାଲ୍

ଅତୀତରେ ଯେତେବେଳେ ଉତ୍ତମ- ଅପରାଜିତାଙ୍କ ଯୋଡି ସିନେମା ହଲରେ ରିଲିଜ ହେଉଥିଲା ସେତେବେଳେ ଦର୍ଶକଙ୍କ ଉତ୍କଣ୍ଠା ଖୁବ ଅଧିକ ରହୁଥିଲା ସିନେମା ଦେଖିବା ପାଇଁ । ଆଉ ଏବେ ବାବୁସାନ ଗୋଟିଏ ପରେ ଗୋଟେ ହିଟ୍ ସିନେମା ଦେଇଚାଲିଛନ୍ତି ଓଲିଉଡକୁ ।

1/7

ଓଡ଼ିଆ ସିନେଜଗତ ପାଇଁ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ପରିବାରର ଅବଦାନ ଅତୁଳନୀୟ ବୋଲି ସାଧାରଣରେ ଚର୍ଚ୍ଚା ହୋଇଥାଏ।

2/7

ଅଭିନେତା ଉତ୍ତମ ମହାନ୍ତି ଏବଂ ଅଭିନେତ୍ରୀ ଅପରାଜିତାଙ୍କ ପରି ପୁଅ ବାବୁସାନ ମଧ୍ୟ କଳା ଦୁନିଆରେ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଛନ୍ତି ।

3/7

ଓଲିଉଡର ପ୍ରାୟ ଅଧିକାଂଶ କଳାକାର ଏହି ପରିବାରକୁ ଖୁବ ପସନ୍ଦ କରିଥାନ୍ତି । ଅନେକ ସମୟରେ କଳାକାରଙ୍କ ଆସର ମଧ୍ୟ ଜମିଥାଏ ଉତ୍ତମ-ଅପରାଜିତାଙ୍କ ଘରେ 

 

4/7

ବାବୁସାନଙ୍କୁ ଓଲିଉଡର ଅଧିକାଂଶ କଳାକାର ଭଲପାଆନ୍ତି । ଅଭିନୟ ନୃତ୍ୟ ସାଙ୍ଗକୁ ବାବୁସାନଙ୍କ ଗୀତ ଗାଇବାକୁ ମଧ୍ୟ ଦର୍ଶକେ ପସନ୍ଦ କରନ୍ତି ।

5/7

ବାପାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପରେ ଖୁବ ବ୍ୟସ୍ତ ହୋଇପଡିଥିଲେ ବାବୁସାନ । କିନ୍ତୁ ଓଲିଉଡର କିଛି କଳାକାର ବାବୁସାନଙ୍କ ପାଖେପାଖେ ରହି ତାଙ୍କୁ ସାହସ ଦେଇଥିଲେ ।

6/7

ବର୍ତ୍ତମାନ ରାଜ୍ୟ ବାହାରେ ଉତ୍ତମ ମହାନ୍ତିଙ୍କ ଚିକିତ୍ସା ଚାଲୁଥିବା ସମୟରେ ବାବୁସାନ ସମସ୍ତ କର୍ତ୍ତବ୍ୟ ପୁଅ ହିସାବରେ ପାଳନ କରୁଛନ୍ତି ।

7/7

ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସୁପରଷ୍ଟାର ଅନୁଭବ ମହାନ୍ତି ମଧ୍ୟ ବାବୁସାନଙ୍କୁ ଭେଟି ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ।