Advertisement
Photo Details/zeeodisha/odisha2645846
photoDetails0hindi

Ketu Gochar 2025: ଗୋଚର କରିବେ କେତୁ, ଏହି ତିନି ରାଶି ହେବେ ମାଲାମାଲ୍ ସହ ପୂରଣ ହେବ ସବୁ ସ୍ବପ୍ନ

Ketu Gochar 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଛାୟା ଗ୍ରହ କେତୁ  ମେ ୧୮ ତାରିଖ  ସକାଳ ୧୦ ଟା ୪୦ ମିନିଟ୍ ସମୟରେ କନ୍ୟା ରାଶିରୁ ବାହାରି ସିଂହ ରାଶିକୁ ଚଳନ କରିବେ। କେତୁଙ୍କ ଏହି ଚଳନ କିଛି ରାଶି ପାଇଁ ବରଦାନ ପାଲଟିବ। ଯଦି ଜାତକରେ କେତୁଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତିର ଜୀବନ ସୁଖମୟ ହେବା ସହିତ ବାଣିଜ୍ୟ -ବ୍ୟବସାୟ ଓ ଚାକିରିରେ ଅଗ୍ରଗତି କରିଥାଏ। ତେବେ, ଆସନ୍ତୁ ଜାଣିବା କେତୁଙ୍କ ଚଳନ କେଉଁ ରାଶିଙ୍କ ଭାଗ୍ୟ ଉଦୟ କରୁଛି.... 

1/3

 ମିଥୁନ:  କେତୁଙ୍କ ଗୋଚର ଏହି ରାଶିକୁ ମାଲାମାଲ୍ କରିବ।  ଆର୍ଥିକ ସ୍ଥିତିରେ ସୁଧାର ଆସିବ।  ବ୍ୟବସାୟୀମାନେ ବଡ଼ ଡିଲ୍ ଫାଇନାଲ୍ କରିବାରେ ସଫଳ ହେବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ-କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଭଲ ରେଜଲ୍ଟ କରିବେ। ନୂଆକରି ବିବାହ ହୋଇଥିବା ଲୋକେ ସନ୍ତାନ ପ୍ରାପ୍ତି ନେଇ ଶୁଭ ଖବର ପାଇବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ଆଣିଥିବା ଧାର-କରଜ ଟଙ୍କାକୁ ସୁଝିବାରେ ସଫଳ ହେବେ। କର୍ମକ୍ଷେତ୍ରରୁ ଶୁଭଫଳ ପାଇବେ। ପଦୋନ୍ନତି ମିଳିବା ସହିତ ଦରମା ବଢିବ। ବରିଷ୍ଠ ଅଧିକାରୀଙ୍କ ସହ ପ୍ରିୟପାତ୍ର ହେବେ।

ALSO READ: Gold Rate Today: ନୂଆ ସୁନା ଦର ଜାରି, ୬୬ ହଜାର ତଳେ ରହିଛି ଭରି ପିଛା ମୂଲ୍ୟ

ALSO READ: Trigrahi Yog 2025: ଏହିସବୁ ରାଶିଙ୍କ ଭାଗ୍ୟ ଉଦୟ କରିବ ତ୍ରିଗ୍ରାହୀ ଯୋଗ, ଟଙ୍କା ବର୍ଷା ହେବା ସହ କର୍ମକ୍ଷେତ୍ରରୁ ମିଳିବ ଖୁସି ଖବର...

2/3

ବିଛା:  କେତୁଙ୍କ କୃପାରୁ ଏହି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଦିର୍ଘ ଦିନର ଆଶା ପୂରଣ ହେବ। ଯେଉଁମାନେ ନୂଆ ଘର କିଣିବା ପାଇଁ ସ୍ବପ୍ନ ଦେଖୁଛନ୍ତି। ସେମାନଙ୍କ ସ୍ବପ୍ନ ସାକାର ହେବ। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ।  ପୁରୁଣା ବିନିଯୋଗରୁ ପ୍ରଚୁର ଟଙ୍କା କମେଇବେ। ବ୍ୟବସାୟୀଙ୍କ ଦୂରଯାତ୍ରା ଶୁଭଫଳ ଦେବେ। ଆୟ ବଢିବା ସହିତ ବ୍ୟାଙ୍କ୍ ବାଲାନ୍ସ ବୃଦ୍ଧି ପାଇବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କୁ କୌଣସି ଏକ ସଂସ୍ଥାରୁ ଭଲ ଚାକିରି ଅଫର ମିଳିବ। ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିଛି।  ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ଭଲ ଲାଭ ପାଇବେ।

 

3/3

ଧନୁ: କେତୁଙ୍କ ଶୁଭ ଦୃଷ୍ଟି ଏହି ରାଶି ଉପରେ ରହିବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ଆୟ ବଢିଲେ ମଧ୍ୟ ଖର୍ଚ୍ଚ କମିବ।  କର୍ମକ୍ଷେତ୍ରରେ ଭଲ କାର୍ଯ୍ୟ ପାଇଁ ସମ୍ମାନୀତ ହେବେ। ଯେଉଁମାନେ ସରକାରୀ ଚାକିରି କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନଙ୍କ ପ୍ରସ୍ତୁତିର ଅନ୍ତ ଘଟିବ। ଏ-ହି ସମୟ ମଧ୍ୟରେ ବାଣିଜ୍ୟ-ବ୍ୟବସାୟରେ ଉନ୍ନତି ଆସିବ। ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ ହେବେ। ପାର୍ଟନର-ସିପରେ ଚାଲିଥିବା ବ୍ୟବସାୟରେ ଚାଲିଥିବା ମାନ୍ଦାବସ୍ଥା ଦୂର ହେବ। କୌଣସି ଦାମୀ ଜିନିଷ କ୍ରୟ କରିବେ। ଗାଡି଼ କିଣିବାର ସ୍ବପ୍ନ ମଧ୍ୟ ସାକାର ହେବ। ପରିବାର ସହ ଭଲ ସମୟ ଅତିବାହିତ କରିବେ। ଅବିବାହିତଙ୍କ ବିବାହ ଯୋଗ ଫିଟିବ। ସେୟାର ମାର୍କେଟ୍ ରେ ଟଙ୍କା ବିନିଯୋଗ କଲେ ଭଲ ରିଟର୍ଣ୍ଣ ପାଇବେ। ପ୍ରେମୀ ମାନଙ୍କ ପାଇଁ ସମୟ ଭଲ ରହିବ। 

 

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)